ETV Bharat / state

President Odisha Visit: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author img

By

Published : Jul 25, 2023, 6:24 PM IST

Updated : Jul 25, 2023, 6:47 PM IST

ପ୍ରଥମେ ମା’ କଟକ ଚଣ୍ଡିଙ୍କ ଦର୍ଶନ କରି ଆଶିଷ ନେବେ । ଏହା ପରେ ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକ ଉତ୍ସବରେ ସାମିଲ ହେବେ । ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବା ମଧ୍ୟ କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପହଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିଛି ସମୟ ପୂର୍ବରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିଛନ୍ତି ରାଷ୍ଟ୍ରପତି । ବିମାନ ବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଶଂଲ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ପରେ ରାଷ୍ଟ୍ରପତି ବିମାନ ବନ୍ଦରରୁ ସ୍ବତନ୍ତ୍ର କାରକେଡରେ ସିଧାସଳଖ ରାଜଭବନ ଯାଇଛନ୍ତି । ଜୁଲାଇ ୨୭ ତାରିଖ ଯାଏଁ ଓଡିଶାରେ ରହିବେ ରାଷ୍ଟ୍ରପତି ।

ଏହାବି ପଢନ୍ତୁ- କାଲି କଟକ ଆସିବେ ମହାମହିମ; ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ରହିବେ ଏସପି ପାହ୍ୟାର ଅଧିକାରୀ, CMC ଫୋକସରେ ଜଳବନ୍ଦୀ ସମସ୍ୟା

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସୂଚୀ: ଆଜି ରାଜଭବନରେ ରାଷ୍ଟ୍ରପତି ‘ଅତୁଟ ବନ୍ଧନ ପରିବାର' ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ କଥା ହେବେ । ଏହାସହିତ ସନ୍ଧ୍ୟାରେ ରାଜଭବନ ପରିସରରେ ଏକ ନୂଆ କୋଠାର ଶିଳାନ୍ୟାସ କରିବେ । ଆସନ୍ତାକାଲି ଅର୍ଥାତ ୨୬ ତାରିଖରେ ରାଷ୍ଟ୍ରପତି କଟକରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ମା କଟକ ଚଣ୍ଡିଙ୍କ ଦର୍ଶନ କରି ଆଶିଷ ନେବେ । ଏହା ପରେ ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକ ଉତ୍ସବରେ ସାମିଲ ହେବେ । ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବା ମଧ୍ୟ କାର୍ଯ୍ୟକ୍ରମ ରହିଛି ।

୨୭ ତାରିଖରେ ରାଷ୍ଟ୍ରପତି ତମାଣ୍ଡୋ ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଡିଜାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏତତ ବ୍ୟତୀତ ରାଷ୍ଟ୍ରପତି ଭଦ୍ରକ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ୩ ଦିନିଆ ଓଡିଶା ଗସ୍ତ ସାରି ୨୭ ତାରିଖ ସନ୍ଧ୍ୟାରେ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଥିଲା । ତେଣୁ ଏଥର ଯେମିତି ସେଭଳି ତ୍ରୁଟି ନହୁଏ ତାହା ଉପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛନ୍ତି ।

ଏହାବି ପଢନ୍ତୁ- ଏହାବି ପଢନ୍ତୁ- ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ବର୍ଷ: ସ୍ବତନ୍ତ୍ର ଥିଲା ସେ ମୂହୁର୍ତ୍ତ, ସାକ୍ଷୀ ଥିଲା ସଂସଦ

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦ୍ବେତ ନଗରରେ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ବ୍ଲୁବୁକ ବ୍ୟବସ୍ଥା ଅନୁସାରେ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ଏଥି ପାଇଁ ୩୬ ପ୍ଲାଟୁନ ପୋଲିସ ସହ ୩ଟି କୁଇକ ରେସପନ୍ସ ଟିମ, ୨ଟି ଟେକ୍ନିକାଲ ୟୁନିଟ ନିୟୋଜିତ ହୋଇଛନ୍ତି । ୧୬୦ ଟ୍ରାଫିକ କର୍ମଚାରୀ ସହ ୧୫୦ ହୋମଗାର୍ଡ ମୁତୟନ ହୋଇଛନ୍ତି । ଏହାବାଦ ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟରଙ୍କ ସମେତ ୧୨୦ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ମୁତୟନ ହୋଇଛନ୍ତି । ପୋଲିସ କମିଶନର ଓ ଦ୍ବେତ ନଗରର ଡିସିପି ପୁରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 25, 2023, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.