ETV Bharat / state

ଭିଡ ଭିତରୁ କୁନି ଝିଅ ହାତରୁ ଗୋଲାପ ନେଲେ ରାଷ୍ଟ୍ରପତି - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲିଙ୍ଗରାଜ ମନ୍ଦିର ଗସ୍ତ ସମୟରେ ଭିଡ ମଧ୍ୟରେ ଅପେକ୍ଷା କରିଥିବା କୁନି ପିଲାଙ୍କ ପାଖକୁ ଆସିଲେ ରାଷ୍ଟ୍ରପତି । କୁନି ଝିଅ ହାତରୁ ଗୋଲାପ ଫୁଲକୁ ଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
president draupadi murmu
author img

By

Published : Feb 11, 2023, 2:32 PM IST

Updated : Feb 11, 2023, 2:52 PM IST

ଭିଡ ଭିତରୁ କୁନି ଝିଅ ହାତରୁ ଗୋଲାପ ନେଲେ ରାଷ୍ଟ୍ରପତି

ଭୁବନେଶ୍ବର: ହୃଦୟ ଜିତିଲେ ରାଷ୍ଟ୍ରପତି । ଭିଡ ଭିତରୁ କୁନି ଝିଅ ହାତରୁ ନେଇଛନ୍ତି ଗୋଲାପ । ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ କୁନି ଝିଅ ହାତରୁ ଗୋଲାପ ନେଇଥିଲେ । ଆଉ କୁନି ପିଲାଙ୍କୁ ଦେଇଥିଲେ ଆଣିଥିବା ଚକୋଲେଟ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଆଜି ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିବା ପରେ ପାଦହରା ପୁଷ୍କରିଣୀରେ ପାଦ ଧୋଇବାକୁ ବ୍ୟବସ୍ଥା ହୋଇବା ବେଳେ ସେ ସେଠାରୁ ପାଦ ଧୋଇ ନଥିଲେ । ଚାଲିଚାଲି ବିନ୍ଦୁସାଗର ଯାଇଥିଲେ ପାଦ ଧୋଇବା ପାଇଁ । ରାଷ୍ଟ୍ରପତି ଚାଲିଚାଲି ଯାଉଥିବା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ କଥା ହେଇଥିଲେ । ଲୋକଙ୍କ ଖବର ନେଇଥିବା ବେଳେ ଛୋଟ ପିଲାଙ୍କୁ ଚକୋଲେଟ ଦେଇଥିଲେ । ଏହାରି ଭିତରେ ମହାମହିମଙ୍କ ନଜର ପଡିଥିଲା କୁନି ଝିଅଙ୍କ ଉପରେ ।

କୁନି ଝିଅ କାବ୍ୟାଙ୍କ ନାଲି ଗୋଲାପ ରାଷ୍ଟ୍ରପତିଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରିଥିଲା । ରାଷ୍ଟ୍ରପତି ତାଙ୍କ ପାଖକୁ ଯାଇଥିଲେ ଓ ଦେଢ଼ ଘଣ୍ଟା ଧରି ଛିଡା ହୋଇଥିବା କାବ୍ୟାଙ୍କ ଠାରୁ ସାଦରେ ଫୁଲ ନେଇଥିଲେ । କୁନି ଝିଅ ସହ କଥା ହୋଇଥିଲେ । କାବ୍ୟା ମଧ୍ୟ ରାଷ୍ଟପତିଙ୍କୁ ଦେଖି ଖୁସି ହୋଇ ଯାଇଥିଲେ ଏବଂ ହାତରେ ଧରିଥିବା ଫୁଲ ଦେଇଥିଲେ । ମହାମହିମ ତାଙ୍କ ମୁଣ୍ଡରେ ହାତ ଦେଇ ଆଶୀର୍ବାଦ ମଧ୍ୟ ଦେଇଥିଲେ ।

ଅନ୍ୟପଟେ କାବ୍ୟଙ୍କ ବାପା ବିଜୟ ଦାସଙ୍କ ସମେତ ପରିବାର ଲୋକେ ରାଷ୍ଟ୍ରପତିଙ୍କ ଏହି ଉଦାରତାକୁ ନେଇ ଖୁସି ପ୍ରକାଶ ହୋଇଛନ୍ତି । ଭିଡ଼ ଭିତରୁ ସେ ତାଙ୍କ ଝିଅକୁ ଦେଖିବା ଆଉ ସେ ଧରିଥିବା ଗୋଲାପକୁ ସାଦରେ ଗ୍ରହଣ କରିଥିବା କଥା ସେମାନଙ୍କୁ ଖୁସି ଦେଇଛି । ଏହାକୁ ନେଇ କାବ୍ୟା ବେଶ ଖୁସି ଥିବା ବେଳେ ସ୍କୁଲରେ ସାଙ୍ଗମନକୁ ଯାଇ କହିବେ ବୋଲି କହିଛନ୍ତି । କାବ୍ୟା ଜାଭିୟର ସ୍କୁଲରେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପୁରୁଣା ଭୁବନେଶ୍ୱର ବାସିନ୍ଦା ଅଟନ୍ତି ।

ସୂଚନା ଥାଉକି, ଆଜି ସକାଳେ ରାଷ୍ଟ୍ରପତି ବାବା ଲିଙ୍ଗରାଜଙ୍କ ଦର୍ଶନ କରି ମନ୍ଦିରରେ ଜଳାଭିଷେକ ସହ ୩୦ ମିନିଟ ଧରି ପୂଜାର୍ଚ୍ଚନା କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ରାଷ୍ଟ୍ରପତିଙ୍କ ଝିଅ ଲିଙ୍ଗରାଜ ମନ୍ଦିରରେ ଉପସ୍ଥିତ ରହିଥିଲେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ବିନ୍ଦୁ ସାଗରରେ ପାଦ ଧୋଇ ପାଦରେ ଚାଲି ଚାଲି ରାଷ୍ଟ୍ରପତି ମନ୍ଦିରକୁ ପ୍ରବେଶ କରିଥିଲେ ।

ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ତିନି ନିଯୋଗ ସମ୍ପାଦକ ପାଛୋଟି ନେଇଥିଲେ । ମନ୍ଦିର ଭିତରେ ପ୍ରଥମେ ସିଦ୍ଧି ବିନାୟକଙ୍କ ନିକଟରେ ପୂଜା କରିଥିଲେ ରାଷ୍ଟ୍ରପତି । ପରେ ଗର୍ଭ ଗୃହରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ, କ୍ଷୀର ଅଭିଷେକ, ବେଲପତ୍ର ଓ ଫୁଲ ବରଣ କରି ପୂଜାର୍ଚ୍ଚନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2023, 2:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.