ETV Bharat / state

ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି, ସଜେଇ ହେଉଛି ସ୍କୁଲ ଓ ହଷ୍ଟେଲ - ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଏହି ଗସ୍ତ ସମୟରେ ସେ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତି ପିଲା ଦିନରୁ ଶିକ୍ଷା ଗ୍ରହଣ କରିଥିବା ସ୍କୁଲ ଓ ରହୁଥିବା ହଷ୍ଟେଲ ମଧ୍ୟ ପରିଦର୍ଶନ କରିବେ । ଏନେଇ ସେହି ସବୁ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି, ସଜେଇ ହେଉଛି ସ୍କୁଲ ଓ ହଷ୍ଟେଲ

author img

By

Published : Nov 6, 2022, 5:38 PM IST

ଭୁବନେଶ୍ବର: ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତର ପ୍ରଥମ ଦିନ ପୁରୀ ଯିବାର କାର୍ଯ୍ୟକ୍ରମ ଥିବା ବେ‌ଳେ ଦ୍ବିତୀୟ ଦିବସରେ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି । ରାଷ୍ଟ୍ରପତି ପିଲାଟି ଦିନରୁ ଶିକ୍ଷା ଗ୍ରହଣ କରିଥିବା ସ୍କୁଲ ଓ ରହୁଥିବା ହଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି (president draupadi murmu to visit her old school during two day of odisha visit) । ତାହାକୁ ନଜରରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି ।

ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି, ସଜେଇ ହେଉଛି ସ୍କୁଲ ଓ ହଷ୍ଟେଲ

ରାଷ୍ଟ୍ରପତି ମୁର୍ମୁ ପିଲାଟି ଦିନରୁ ଶିକ୍ଷା ଗ୍ରହଣ କରିଥିବା ସ୍କୁଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସ୍କୁଲର ଭିତ୍ତିଭୂମି ସୁଦୃଢ଼ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ତେବେ ଏହି ବିଦ୍ୟାଳୟ କ୍ୟାମ୍ପସ ଏବେ ଚଳଚଞ୍ଚଳ ହୋଇପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ୧୧ ତାରିଖରେ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ସେଠାରେ ରାଷ୍ଟ୍ରପତିଙ୍କ ସ୍ବାଗତ ଲାଗି ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଲାଗି ପଡ଼ିଛନ୍ତି । ବିଦ୍ୟାଳୟର ଡ୍ରମ୍‌ ଟିମ୍‌ ପକ୍ଷରୁ ରିହର୍ସାଲ ଚାଲିଛି । ରାଷ୍ଟ୍ରପତି କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଏହି ଡ୍ରମ୍‌ ଟିମ୍‌ ସ୍କୁଲ ମଧ୍ୟକୁ ପାଛୋଟି ନେବେ । ବହୁତ କମ୍‌ ସମୟ ରହିବାକୁ ଥିବାବେଳେ ସ୍କୁଲର ଆଲୁମିନି ଓ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆସୁଛନ୍ତି ରାଷ୍ଟ୍ରପତି, ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଛାତ୍ରୀନିବାସ ପରିଦର୍ଶନ ସମୟରେ ସେଠାରେ ବୃକ୍ଷ ରୋପଣ କରିବେ ରାଷ୍ଟ୍ରପତି । ଏନେଇ ବିଦ୍ୟାଳୟ କ୍ୟାମ୍ପସ ଓ ଛାତ୍ରୀନିବାସର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲିଛି । ରଙ୍ଗ ଦିଆଯିବା ସହ ରାଷ୍ଟ୍ରପତିଙ୍କୁ କେଉଁ‌ କେଉଁମାନେ ଭେଟିବେ, ତାହାର ତାଲିକା ପ୍ରସ୍ତୁତ ହେଉଛି । ରାଷ୍ଟ୍ରପତି ରହୁଥିବା ଛାତ୍ରୀ ନିବାସର ରୁମ୍‌ ଓ ଶିକ୍ଷା ଗ୍ରହଣ କରୁଥିବା କ୍ଲାସରୁମ୍‌କୁ ମଧ୍ୟ ସଜା ଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଗଣଶିକ୍ଷା ବିଭାଗର ଅଧିକାରୀମାନେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଡେରା ପକାଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛି । ବିଦ୍ୟାଳୟ ବଗିଚା ସଫା, ଶ୍ରେଣୀଗୃହ ସଫା ସହ ଗ୍ରୀଲ, କବାଟ ଆଦି ପୋଛ‌ା ଯାଉଛି । ବିଦ୍ୟାଳୟ ପାଚେରୀରୁ ଶିଉଳି ଛଡ଼ାଇ ନୂଆ ରଙ୍ଗ ମାରିବା କାମ ଚାଲିଛି । ବଢ଼ିଥିବା ଗଛ ଡାଳ ସବୁ କାଟି ସମାନ କରାଯାଉଛି ।

ଏହି ସମୟରେ ଛାତ୍ରୀମାନେ ଚିତ୍ର, ଗୀତ ଓ ନାଚ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଖଣ୍ଡଗିରି ଅଞ୍ଚଳର ତପୋବନ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ରାଷ୍ଟ୍ରପତି ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ୧୦ରୁ ୧୨ ମିନିଟ ରହିବାର କାର୍ଯ୍ୟକ୍ରମ ରହିଛି । ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ତୃଟିଶୂନ୍ୟ ବ୍ୟବସ୍ଥା ପାଇଁ ରାଜ୍ୟ ପ୍ରଶାସନ ଓ ସୁରକ୍ଷା କର୍ମୀ ତତ୍ପରତା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.