ETV Bharat / state

ଅଗ୍ରପୂଜ୍ୟ ଗଣେଶଙ୍କ ଆଗମନ ପାଇଁ ଚଳଚଞ୍ଚଳ ଖୋର୍ଦ୍ଧା - ଗଣେଶଙ୍କ ଆଗମନ ପାଇଁ ଚଳଚଞ୍ଚଳ ଖୋର୍ଦ୍ଧା

ଗଜାନନଙ୍କ ସ୍ବାଗତ ପାଇଁ ଛୁଆ ଠୁ ବୁଢା, ପୁରଠୁ ପଲ୍ଲୀ ସବୁଆଡେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଚଳିତ ବର୍ଷ ଖୋର୍ଦ୍ଧାରେ 300ରୁ ଉର୍ଦ୍ଧ୍ବ ମଣ୍ଡପରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଡିଜାଇନ ଫଟୋ
author img

By

Published : Aug 26, 2019, 2:35 PM IST

ଖୋର୍ଦ୍ଧା: ଦିନ କେଇଟା ପରେ ଧରା ଧାମରେ ଅବତରଣ କରିବେ ଅଗ୍ରପୂଜ୍ୟ ଗଣେଶ । ଆଉ ସେଥିପାଇଁ ଚଳଚଞ୍ଚଳ ଖୋର୍ଦ୍ଧା ଓ ଜଟଣୀ ସହର । ଚଳିତ ବର୍ଷ 300ରୁ ଉର୍ଦ୍ଧ୍ବ ମଣ୍ଡପରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୂର୍ତ୍ତି କାରିଗରମାନେ ଗଜାନନଙ୍କ ପ୍ରତିମା ଗଢିବାରେ ଦିନ ରାତି ଏକ କରି ଦେଇଛନ୍ତି । କିଏ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ତ ଆଉ କିଏ ମୂର୍ତ୍ତି ଗଢିବାରେ ବ୍ୟସ୍ତ । ଲୋକଙ୍କୁ ଆକର୍ଷିତ କରିବା ଭଳି ଏବଂ ପୂଜା କମିଟି ସଦସ୍ୟଙ୍କୁ ପସନ୍ଦ ହେବାଭଳି ପ୍ରତିମା ପ୍ରସ୍ତୁତ କରୁଛନ୍ତି କାରିଗର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅନ୍ୟପଟେ ପୂଜାକୁ ଆକର୍ଷଣୀୟ କରିବା ପାଇଁ ଲାଗିପଡିଛନ୍ତି ବିଭିନ୍ନ ପୂଜା କମିଟି । ଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଲାଇଟ ଗେଟ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ବାହୁବଳୀ, ବାଲ ଗଣେଶ, ଶିବ ଅବତାର ଗଣେଶ ଭଳି ଅନେକ ଡିଜାଇନ ମୂର୍ତ୍ତି ଗ୍ରାହକଙ୍କ ମନ ମୋହୁଛି ।

ଏହି ମୂର୍ତ୍ତି ଗୁଡିକର ଦାମ ଯଥାକ୍ରମେ 3 ହଜାର ଟଙ୍କାରୁ 35 ହଜାର ଟଙ୍କା ହୋଇଥିବା ବେଳେ ଉଚ୍ଚତା 3 ଫୁଟରୁ 22 ଫୁଟ ପର୍ଯ୍ୟନ୍ତ ରହିଛି । ସେହିପରି ପୂଜା କମିଟି ମାନଙ୍କ ପକ୍ଷରୁ ବିଭିନ୍ନ ମିନା ବଜାର , ଦୋଳି, ଯାତ୍ରା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦିନ କେଇଟା ପରେ ଗଣେଶ ପୂଜା ସେଥିପାଇଁ ଖୋର୍ଦ୍ଧା ଜିଲା ଜଟଣୀ ସହର ବେଶ ଚଳଚଞ୍ଚଳ । 300ରୁ ଅଧିକ ପେଣ୍ଡାଲରେ ପୂଜା ପାଇବେ ବିଘ୍ନ ବିନସକ ପ୍ରଭୁ ଗଜାନନ । ସେଥିପାଇଁ ପୂଜା ପେଣ୍ଡାଲ କାମ ଆରମ୍ଭ ହୋଇଯାଇଛି ଏବଂ ମୂର୍ତ୍ତି ଶିଳ୍ପୀମାନେ ଗଜାନନଙ୍କ ମୃମୟ ପ୍ରତିମାରେ ଶେଷ ସ୍ପର୍ଶ ଦେଉଛନ୍ତି । ଆଉ ପୂଜାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପୂଜା କମିଟି ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ।

Body:ଦିନ କେଇଟା ପରେ ଧରା ଧାମରେ ପୂଜା ପାଇବେ ଅଗ୍ରପୂଜ୍ୟ ଗଣେଶ । ଆଉ ସେଥିପାଇଁ ଚଳଚଞ୍ଚଳ ଖୋର୍ଦ୍ଧା ଓ ଜଟଣୀ ସହର । ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୂର୍ତ୍ତି କାରିଗର ମାନେ ଗଜାନନଙ୍କ ପ୍ରତିମା ଗଢିବାରେ ଦିନ ରାତି ଏକ କରିଦେଇଛନ୍ତି । କିଏ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ତ ଆଉ କିଏ ମୂର୍ତି ଗଢିବାରେ ବ୍ୟସ୍ତ । ସହରର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ଚାଲିଛି ଅଗ୍ରପୂଜ୍ୟଙ୍କ ମୃମୟ ପ୍ରତିମା । ଲୋକଙ୍କୁ ଆକଶ୍ରିତ କରିବା ଭଳି ଏବଂ ପୂଜା କମିଟି ସଦସ୍ୟଙ୍କୁ ପସନ୍ଦ ହେବାଭଳି ପ୍ରତିମା ପ୍ରସ୍ତୁତ କରୁଛନ୍ତି କାରିଗର । ଅନ୍ୟପଟେ ପୂଜାକୁ ଆକର୍ଷଣିୟ କରିବା ପାଇଁ ଲାଗିପଡିଛନ୍ତି ବିଭିନ୍ନ ପୂଜା କମିଟି । ଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଲାଇଟ ଗେଟ କାମ ଆରମ୍ଭ ହୋଇଗଲାଣି । ଦିନ ରାତି ଏକ କରି କାମ କରୁଛନ୍ତି ଶିଳ୍ପୀ ଏବଂ କାରିଗର ।

ବାଇଟ1-ଆଶିଷ ମହାପାତ୍ର,ଶିଳ୍ପୀ
2-ଜଟାଧାରୀ ରଣା, ଗ୍ରାହକ

ବିଭିନ୍ନ ଡିଯାଇନର ମୂର୍ତ୍ତି ତିଆରି କରୁଛନ୍ତି ଶିଳ୍ପୀ । ଚଳିତ ବର୍ଷ ବହୁବଳୀ,ବାଲ ଗଣେଶ,ଶିବ ଅବତାର ଗଣେଶ ଭଳି ଅନେକ ଡିଜାଇନ ମୂର୍ତ୍ତି ଗ୍ରାହକଙ୍କ ମନ ମୋହୁଛି । ଏହି ମୂର୍ତି ଦାମ ଯଥାକ୍ରମେ ତିନି ହଜାର ଟଙ୍କାରୁ 35 ହଜାର ଟଙ୍କା ହୋଇଥିବା ବେଳେ ଉଚତା ତିନି ଫୁଟରୁ 22 ଫୁଟ ପର୍ଯ୍ୟନ୍ତ ରହିଛି । ସେହିପରି ପୂଜା କମିଟି ମାନଙ୍କ ପକ୍ଷରୁ ବିଭିନ୍ନ ମିନାବଜାର ,ଦୋଳି ,ଯାତ୍ରା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ 300ରୁ ଉର୍ଦ୍ଧ୍ୱ ମଣ୍ଡପରେ ପୂଜା ପାଇବେ ଗଜାନନ ।

ବାଇଟ3-ଦେବାଶିଷ ରଣା, ଶିଳ୍ପୀ
4-ତ୍ରିନାଥ ସାହୁ,ଗ୍ରାହକ

Conclusion:ଆଉ ଦିନ କେଇଟା ପରେ ପ୍ରସିଦ୍ଧ ଗଣେଶ ପୂଜା । ପୁରଠୁ ପଲ୍ଲୀ ସବୁଆଡେ ଆରମ୍ଭ ହୋଇଗଲାଣି ଗଣେଶ ପୂଜା ପାଇଁ ପ୍ରସ୍ତୁତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.