ETV Bharat / state

ରଥଯାତ୍ରାରେ ହେବନି ବିଜୁଳି ବିଭ୍ରାଟ: ଶକ୍ତିମନ୍ତ୍ରୀ

author img

By

Published : May 21, 2023, 9:01 AM IST

ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସୁନିଶ୍ଚିତ କରିବା ପାଇଁ ଗତକାଲି(ଶନିବାର) ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

uninterrupted power supply
uninterrupted power supply

ଭୁବନେଶ୍ବର: ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା । ଏ ସଂପର୍କରେ ଗତକାଲି(ଶନିବାର) ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ବସିଛି ଏକ ପ୍ରସ୍ତୁତି ବୈଠକ । ବୈଠକରେ ରଥଯାତ୍ରା ସମୟରେ ଯେପରି ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରହେ ସେ ନେଇ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

ଏନେଇ ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟକୁ ମୌସୁମୀ ଆଗମନ ହୋଇଥିବ । ହେଲେ ବି ପିକ ଆୱାର ମେଗାୱାଟ ବିଦ୍ୟୁତ ଯୋଗାଣ କରାଯିବ । ଆବଶ୍ୟକ ପଡ଼ିଲେ ଅଧିକ ପାୱାର କିଣାଯିବ । ଡିଷ୍ଟ୍ରିବ୍ୟୁସନ କମ୍ପାନୀମାନେ ଅଧିକ ପାୱାର ମଧ୍ୟ ଯୋଗାଣ କରିବେ । ପାୱାର ଗ୍ରୀଡ଼୍ ମଧ୍ୟରେ ସମନ୍ୱୟ ରହିବ । ଏହା ବ୍ୟତୀତ ବିଦ୍ୟୁତ ଟ୍ରାନ୍ସଫର୍ମର ଚେକିଂ, ଲୋଡ଼ିଂ ଓ ଲାଇନ ଚେକିଂ କରାଯିବ । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ବିଦ୍ୟୁତ ସରବରାହ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯିବ । ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେଣୁ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଟିପିସିଓଡିଏଲ, ଟିପିଏସଓଡିଏଲ, ଟିପିଏନଓଡିଏଲ, ଟିପିଡବ୍ଳୁ୍ୟଡିଏଲ ପାୱାର ଯୋଗାଣ ଉପରେ ସଜାଗ ରହିବେ । ପୁରୀ ରଥଯାତ୍ରା ପାଇଁ ଟିପିସିଓଡିଏଲ ଅଧିକ ଯତ୍ନବାନ ହେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରିପ୍ରେକ୍ଷୀରେ ଶକ୍ତି ଓ ଶିଳ୍ପ ବିଭାଗର ସମୀକ୍ଷା ବୈଠକ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଉଭୟ ବିଭାଗର ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଏବଂ ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍‌ର ନିର୍ଦ୍ଦେଶକ (ଅପରେସନ) ଓ ଟିପିଡିଓସିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ରଥଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଜୋରସୋର ଆଗେଇ ଚାଲିଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ସେପଟେ ଶ୍ରୀମନ୍ଦିର ଉନ୍ନୟନ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି । ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସମସ୍ତ ନିର୍ମାଣ କାର୍ଯ୍ୟ ଯେପରି ଠିକ ସମୟରେ ଶେଷ ହେବ ସେନେଇ ଜୋର ଦିଆଯାଉଛି । ସେହିପରି ରଥଯାତ୍ରା ସମୟରେ ବିଦ୍ୟୁତ୍‌ ଯୋଗାଣକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବିଜୁଳି କଟିଯିବାରୁ ଏକ ବିଷମ ପରିସ୍ଥିତି ଉପୁଜିଥିଲା । ଏପରି ଘଟଣା ଯେମିତି ରଥଯାତ୍ରାରେ ନଘଟେ ସେନେଇ ଯତ୍ନବାନ ହୋଇଛି ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.