ETV Bharat / state

ଖୋର୍ଦ୍ଧାରେ ନିର୍ବାଚନ ତାତି, ବହୁମତ ପାଇଁ ଚାଲିଲାଣି କଡା ଟକ୍କର - ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ଲଢେଇ ନେଇ ଖୋର୍ଦ୍ଧା ଜିଲ୍ଲାରେ ଗୋଳିଆ ହେଲାଣି ରାଜନୈତିକ ପାଣିପାଗ । ବହୁମତ ହାତେଇବାକୁ ବସିଲାଣି ରୁଦ୍ଧ ଦ୍ବାର ବୈଠକ । ଗଡ଼ ରକ୍ଷା ପାଇଁ ଅଣ୍ଟା ଭିଡିଲେଣି ଦଳ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଗୋଳିଆ ହେଲାଣି ରାଜନୈତିକ ପାଣିପାଗ, ଫାଇଦା ନେବାକୁ ସବୁ ଦଳ ଆରମ୍ଭ କଲେଣି ପ୍ରୟାସ

author img

By

Published : Jan 19, 2022, 10:17 AM IST

ଖୋର୍ଦ୍ଧା: ପଞ୍ଚାୟତ ଲଢେଇ ନେଇ ଖୋର୍ଦ୍ଧା ଜିଲ୍ଲାରେ ସରଗରମ ହେଲାଣି ରାଜନୀତି । ୱାର୍ଡ ସଦସ୍ୟଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ହାତେଇବା ପାଇଁ ସବୁ ଦଳ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ କାହାକୁ ମିଳିବ ବହୁମତ ସେଥିପାଇଁ ଅଙ୍କ କଷିଲେଣି ରାଜନୈତିକ ବିଶାରଦ । ବିଭିନ୍ନ ନେତାଙ୍କ ଘରେ ମାଳ ମାଳ ଆଶାୟୀଙ୍କ ଭିଡ ଲାଗୁଥିବାବେଳେ ଆରମ୍ଭ ହୋଇଗଲାଣି ରୁଦ୍ଧ ଦ୍ୱାର ବୈଠକ ।

ଖୋର୍ଦ୍ଧା ଜିଲ୍ଲାରେ ମୋଟ 30ଟି ଜିଲ୍ଲା ପରିଷଦ ଆସନ ସହ 190 ସରପଞ୍ଚ ଓ ସମିତି ସଭ୍ୟ ଓ 2712 ୱାର୍ଡସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ 12 ଲକ୍ଷ 60ହଜାର 82ଜଣ ଭୋଟର । ବିଗତ ନିର୍ବାଚନରେ 20ଟି ଜିଲ୍ଲା ପରିଷଦ ଆସନ ବିଜେଡି ଖାତାକୁ ଆସିଥିଲା । ସେହିପରି ବିଜେପି ୧୦ଟି ଆସନ ହାତେଇ ପାରିଥିବାବେଳେ ସର୍ବପୁରାତନ ଦଳ କଂଗ୍ରେସ ତା'ର ଖାତା ଖୋଲି ପାରିନଥିଲା । ସେହିଭଳି ଚଳିତ ନିର୍ବାଚନରେ ବିଜେଡି ପୁନଶ୍ଚ ଅଧ୍ୟକ୍ଷ ପଦ ସହ ଅଧିକାଂଶ ଜିଲ୍ଲା ପରିଷଦ ଆସନ ହାତେଇବାକୁ ନଜର ରଖିଛି । ସେପଟେ ବିଜେପି ମଧ୍ୟ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷ ପଦ ହାତେଇବାକୁ ଲକ୍ଷ୍ୟ ରଖିଛି ।

ଖୋର୍ଦ୍ଧା ଉପଖଣ୍ଡରେ ଚାରୋଟି ବିଧାନସଭା କ୍ଷେତ୍ର ରହୁଥିବା ବେଳେ କେବଳ ଜଟଣୀ ନିର୍ବାଚନ ମଣ୍ଡଳୀକୁ ଛାଡି ଅନ୍ୟ ସବୁ ବିଜେଡି ଦଖଲରେ ରହିଛି । ସେହିଭଳି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ 7ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଖାତାକୁ ଗୋଟିଏ ଆସନ ଯାଇଥିବାବେଳେ ଅନ୍ୟ ସମସ୍ତ ଆସନ ଶାସକ ଦଳରେ ଥିଲା ଓ ପରବର୍ତ୍ତୀ ସମୟରେ ବିଜେପିର ପ୍ରାର୍ଥୀ ବିଜେଡିରେ ଯୋଗ ଦେଇଥିଲେ । ସେହିଭଳି କଂଗ୍ରେସର ଛାମୁଆ ସଂଗଠକ ବିପିନ ଜୟସି, ପ୍ରମୋଦ ତ୍ରିପାଠୀ, ରାମ ମହାପାତ୍ର ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ଯାହା ଚଳିତ ନିର୍ବାଚନରେ ଶାସକ ଦଳର ଶକ୍ତି ବୃଦ୍ଧି କରିଛି । ବିଜେପି ମଧ୍ୟ ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାୟ 75 ହଜାର ଭୋଟ୍ ପାଇଥିଲା । ଏହା ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଦଳ ଆଶା ରଖିଛି ।

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ 6ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଓ ବିଜେପି ଉଭୟ 3ଟି ଲେଖାଏଁ ଆସନ ପାଇଥିବାବେଳେ ଚଳିତ ଥର ଉଭୟ ଦଳ ସମସ୍ତ ଆସନକୁ ନିଜ ସପକ୍ଷରେ ନେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଚଳିତ ଥର ବିଜେଡିର ବିପକ୍ଷରେ ଥିବା ପ୍ରଦୀପ ସାହୁ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ଦଳର ଶକ୍ତି ବୃଦ୍ଧି କରିଛନ୍ତି । ସେହିପରି ବିଜେପି ମଧ୍ୟ ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇ ସମସ୍ତ ଆସନ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଅନ୍ୟପଟେ କଂଗ୍ରେସର ଗଡ କୁହାଯାଉଥିବା ବେଗୁନିଆ ବୋଲଗଡ଼ ଅଞ୍ଚଳ ନେତୃତ୍ୱ ଶୂନ୍ୟ ହୋଇପଡିଛି ।

ବିଜେପିର ଗଡ଼ ବୋଲାଉଥିବା ଚିଲିକା ନିର୍ବାଚନ ମଣ୍ଡଳୀ ଏବେ ବିଜେଡି କବ୍‌ଜାରେ । ଏଠି 6ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଗୋଟିଏରେ ସୀମିତ ରହିଥିବା ବେଳେ ବିଜେପି ହାତରେ 5ଟି ଆସନ ରହିଥିଲା ଗତ ନିର୍ବାଚନରେ । ହେଲେ ଚଳିତ ନିର୍ବାଚନରେ ତିନି ହେଭିୱଟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ରଘୁନାଥ ସାହୁ ଓ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସମସ୍ତ ଆସନ ହାତେଇବା ଏହି ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସେପଟେ ବିଜେପି ନିଜର ଗଡ଼ ରକ୍ଷା ପାଇଁ ସମସ୍ତ ଆସନକୁ ଅକ୍ତିଆର କରିବା ଲକ୍ଷ୍ୟରେ ରହିଛି ।

ବିଜେଡି ଏବଂ କଂଗ୍ରେସର ଜିଲ୍ଲା ସଭାପତିଙ୍କ ଗଡ଼ ଜଟଣୀ ନିର୍ବାଚନ ମଣ୍ଡଳୀରେ କଡା ଟକ୍କର ଦେଖିବାକୁ ମିଳିଛି । ଯଦିଓ ପୂର୍ବ ନିର୍ବାଚନରେ ବିଜେଡି ସମସ୍ତ ଜିଲ୍ଲା ପରିଷଦ ଆସନ ଦଖଲକୁ ନେଇଥିଲା କିନ୍ତୁ ସାଧାରଣ ନିର୍ବାଚନରେ ତାହା ଓଲଟା ଫଳ ଦେଇଥିଲା ଶାସକ ବିଜେଡିକୁ । ତେଣୁ ଏଠାରେ ଉଭୟ ନେତା ନିଜ ନିଜ ସମ୍ମାନ ବଞ୍ଚେଇବା ଲକ୍ଷ୍ୟରେ ଲଢେଇକୁ ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ଚଳିତ ପଞ୍ଚାୟତ ନିର୍ବାଚନରେ ସାଂସଦ ଅପରାଜିତଙ୍କ ଲୋକପ୍ରିୟତା ତୃଣମୂଳ ସ୍ତରରେ ମୂଳପୁଞ୍ଜି କରି ନିର୍ଵାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛି ବିଜେପି । ବିଶେଷକରି ଯୁବ ଓ ମହିଳା ବିଜୁ ଜନତା ଦଳର ଆସେଟ ଥିବାବେଳେ ଏହାକୁ ନିଜ ଅକ୍ତିଆରକୁ ଆଣି ବିଜୟକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରୁଛି ବିଜେପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.