ETV Bharat / state

ରାଜଧାନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା, ଜଣକୁ ବାନ୍ଧିଲା ପୋଲିସ

author img

By

Published : Mar 29, 2023, 11:52 AM IST

ରାଜଧାନୀରେ ପ୍ରାକ ନିର୍ବାଚନୀ ହିଂସା ! ମୈତ୍ରିବିହାର ଥାନା ଅଞ୍ଚଳରେ ଦୁଇଥର ସଂଘର୍ଷ ହୋଇଥିବା ବେଳେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଭୁବନେଶ୍ବରରେ ରାଜନୈତିକ ହିଂସାକାଣ୍ଡ
ଭୁବନେଶ୍ବରରେ ରାଜନୈତିକ ହିଂସାକାଣ୍ଡ
ଭୁବନେଶ୍ବରରେ ରାଜନୈତିକ ହିଂସାକାଣ୍ଡ

ଭୁବନେଶ୍ବର: ଆସନ୍ତା ବର୍ଷ ହେବ ସାଧାରଣ ନିର୍ବାଚନ । ତେବେ ଏବେଠୁ ପଡିଲାଣି ପ୍ରଭାବ । ଭୁବନେଶ୍ବରରେ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଛି । ମୈତ୍ରିବିହାର ଥାନା ଅଞ୍ଚଳରେ ରହିଥିବା ସାଲିଆସାହି ବାଜପେୟୀ ନଗରରେ ରାଜନୈତିକ କାରଣକୁ ନେଇ ହିଂସାକାଣ୍ଡ ଦେଖାଯାଇଛି । ଦୁଇ ରାଜନୈତିକ ଗୋଷ୍ଠୀର ଛକାପଞ୍ଝା ଓ ଗଣ୍ଡଗୋଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

ସୂଚନାଅନୁସାରେ, କିଛି ଗୋଷ୍ଠୀ ୨୦ନମ୍ବର କର୍ପୋରେଟରଙ୍କ ସମର୍ଥକ ଥିବା ବେଳେ ଆଉ କିଛି କର୍ପୋରେଟଙ୍କ ବିରୋଧି ଗୋଷ୍ଠୀ ରହିଛନ୍ତି । ଫଳରେ କିଏ କେଉଁଠି ଭୋଜି ବା ଏକଜୁଟ ହେଲେ ଉଭୟ ଉଭୟଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହୁଛି । ଫଳରେ ଅନେକ ସମୟରେ ହିଂସାର ଦୃଶ୍ୟ ସାମ୍ନାକୁ ଆସୁଛି । ଗତ ୧୩ ତାରିଖରେ ପ୍ରଥମେ ଛାତ୍ର କଂଗ୍ରେସର ଗୋଷ୍ଠୀକୁ ଆକ୍ରମଣ କରିଥିଲେ ଅପରଗୋଷ୍ଠୀର କର୍ମୀ । ଫଳରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ଛାତ୍ର କଂଗ୍ରେସର ସନ୍ତୋଷ ପ୍ରହରାଜ । କିଛି ପିଲା ଆସି ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ତେବେ ପୋଲିସ ସହ ମଧ୍ୟ ବଚସା ହୋଇଥିବା ଜଣାପଡିଥିଲା । କଂଗ୍ରେସର ଅଭିଯୋଗକୁ ଆଧାର କରି ଜିତୁ ବେହେରା ଓରଫ ଚିଆଙ୍କୁ ଗିରଫ କରାଯାଇଥିଲା।

ଏପରିକି ଏହି କେସରେ ଏକାଧିକ ବ୍ୟକ୍ତିଙ୍କର ସମ୍ପୃକ୍ତି ରହିଥିବା ବେଳେ ବିପକ୍ଷ ଗୋଷ୍ଠୀର ଲୋକେ ଭୟ ଦେଖାଉଛନ୍ତି । ଏନେଇ ଏବେ ଧିରେ ଧିରେ ପରିସ୍ଥିତି ଅଣାୟତ ହେଉଛି । ପୂର୍ବରୁ ମଧ୍ୟ ଏହି ଆକ୍ରମଣକୁ ନେଇ ଗତ ୧୩ତାରିଖ ରାତିରେ ଛାତ୍ର କଂଗ୍ରେସର କିଛି ଯୁବକ ମିଶି ଥାନା ଘେରାଉ କରିଥିଲେ । ପୁନଶ୍ଚ ୨୭ତାରିଖରେ ଆକ୍ରମଣ ପରେ ଏନେଇ ଡିସିପି ଅଫିସ ଘେରାଉ ଧମକ ଦେଇଥିଲେ । ଯାହାକୁ ନେଇ ଧିରେ ଧିରେ ପୋଲିସ ଉତ୍ୟକ୍ତ ଗୋଷ୍ଠୀର ଜଣେ ଜଣେ ସଦସ୍ୟଙ୍କୁ ଗିରଫ କରୁଥିବା ବେଳେ ଏନେଇ ଉତ୍ତେଜନା ମୂଳକ ପରିସ୍ଥିତି ଲାଗିରହୁଛି ।

ତେବେ କେବଳ ମୈତ୍ରିବିହାର ନୁହେଁ କିଛି ଦିନ ତଳେ ହୋଲି ସମୟରେ ମଧ୍ୟ ବାଲିଅନ୍ତା ଥାନା ବେଣୁପୁର ପଞ୍ଚାୟତରେ ମଧ୍ୟ ସରପଞ୍ଚ ଗୋଷ୍ଠୀ ଜଣେ ମହିଳାଙ୍କ ଘରେ ପଶି ଆସବା ପତ୍ର ଭଙ୍ଗାରୁଜା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଗତ ପଞ୍ଚାୟତ ନିର୍ବାଚନ ସମୟରେ ରାଗ ରଖି ତାଙ୍କୁ ଆକ୍ରମଣ କରାଯାଉଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଥିଲା । ମହିଳାଜଣକ ସିପି ଅଫିସରେ କମିଶନରଙ୍କୁ ଦାବିପତ୍ର ଦେଇଥିଲେ ।

ତେବେ ଏଭଳି ସ୍ଥିତିରେ ଦେଖାଦେଉଥିବା ରାଜନୈତିକ ହିଂସା ନେଇ ପୋଲିସ ମୁହଁ ଖୋଲୁନଥିବା ବେଳେ ଡିସିପି ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି । କେବଳ ଗିରଫ ହେଉଥିବା ଅଭିଯୁକ୍ତ ସମ୍ପର୍କରେ ପ୍ରେସ ରିଲିଜ ଜରିଆରେ ଗଣ୍ଡଗୋଳରେ ଆକ୍ରମଣ ପାଇଁ ବୋଲି ଗିରଫ କରାଯାଉଛି ବୋଲି ଦର୍ଶାଉଛନ୍ତି । ଏବେଠୁ ଏସବୁ ଦିଗରେ ଧ୍ୟାନ ନଦେଲେ ଆଗକୁ ଉଗ୍ରରୂପ ନେଇପାରେ କାରଣ ଗତ ପୌର ନିର୍ବାଚନ ସମୟରେ ଲକ୍ଷ୍ମୀସାଗର, ଏୟାରଫିଲ୍ଡ, ତମାଣ୍ଡୋ ଆଦି ଅଞ୍ଚଳରେ ପୂର୍ବରୁ ରାଜନୈତିକ ହିଂସାର ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.