ETV Bharat / state

ମାରା ହୋଇଗଲା ଲିଙ୍ଗରାଜଙ୍କ ବେଶ, ପୋତା ହେଲା ଲକ୍ଷାଧିକ ଟଙ୍କାର ଅବଢା ଭୋଗ - ଧନୁ ସଂକ୍ରାନ୍ତି ପହିଲି ଧୂପ

Prasad of Lord Lingaraj thrown outside: ଧନୁ ସଂକ୍ରାନ୍ତି ପହିଲି ଧୂପର ଆଜି ଦ୍ବିତୀୟ ଦିନରେ ଅଘଟଣ । ଲିଙ୍ଗରାଜଙ୍କ ବେଶ ମାରା ହେବା ପରେ ଫିଙ୍ଗାଗଲା ଲକ୍ଷାଧିକ ଟଙ୍କାର ଭୋଗ । ଅଧିକ ପଢନ୍ତୁ

Prasad of Lord Lingaraj thrown
Prasad of Lord Lingaraj thrown
author img

By ETV Bharat Odisha Team

Published : Dec 17, 2023, 3:41 PM IST

ଭୁବନେଶ୍ବର: ପବିତ୍ର ପୌଷ ମାସରେ ଲିଙ୍ଗରାଜଙ୍କ ଚାଲିଛି ଧନୁ ମାସ । ଏନେଇ ଧନୁ ସଂକ୍ରାନ୍ତି ପହିଲି ଧୂପର ଆଜି ଦ୍ବିତୀୟ ଦିନ ଭୋଗ ବେଳେ ଘଟିଛି ଅଘଟଣ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ମାରା ହୋଇଯିବାରୁ ପ୍ରସ୍ତୁତ ହୋଇଥିବା ଭୋଗ ମାରା ହୋଇଯାଇଛି । ଏହି ନୀତି ଲାଗି ପ୍ରସ୍ତୁତ ହୋଇଥିବା ପ୍ରାୟ ଲକ୍ଷାଧିକ ଟଙ୍କାର ବିଭିନ୍ନ ବ୍ୟଞ୍ଜନ ଭୋଗକୁ ନଷ୍ଟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।

ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଧନୁ ମୁଆର ଭୋଗ ଲାଗି ସହ ସଅଳ ଭୋଗ ଲାଗି ନୀତି ମନ୍ଦିରରେ ଅନୁଷ୍ଠିତ ହୁଏ । ତେବେ ସବୁ ଦିନ ପରି ଆଜି ମଧ୍ୟ ସଅଳ ଭୋଗ ନୀତି ପାଇଁ ମନ୍ଦିରରେ ସମସ୍ତ ପୂଜା ପ୍ରସ୍ତୁତି ଚାଲିଥିଲା । ତେବେ ଏକ ଭୋଗ ଖଟା ହାଣ୍ଡିଟି ହଠାତ ପୂଜକଙ୍କ ହାତରୁ ଖସି ପଡିଥିଲା । ଫଳରେ ହାଣ୍ଡିର ଥିବା ଖଟା କିଛି ଛିଟକି ଠାକୁରଙ୍କ ଉପରେ ପଡ଼ିଥିଲା । ଫଳରେ ବେଶ ମାରା ହୋଇଯାଇଥିଲା । ବେଶ ମାରା ହୋଇଯିବାରୁ ନୀତି ପରମ୍ପରା ଅନୁସାରେ ସମସ୍ତ ପ୍ରସ୍ତୁତ ହୋଇଥିବା ଭୋଗ ମଧ୍ୟ ମାରା ହୋଇଯାଏ । ଯେହେତୁ ସଅଳ ଭୋଗ ଏଇ ମାସରେ ପ୍ରସ୍ତୁତ କରାଯାଏ ।

ଏହା ବି ପଢନ୍ତୁ- ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବିବାଦ, ଭୋଗ କରିପାରିଲେଣି ରାଜ୍ୟପାଳ !

ସକାଳ ଧୂପ ପାଇଁ ଭୋଗ ସହ କୋଠ ଭୋଗ ଆଦି ପ୍ରସ୍ତୁତ ହୋଇଥାଏ । ଏଥିରେ ଅନ୍ନ, ଡାଲି, ବେସର, ଖଟା, ଖିରି, କାନିକା, ଖେଚୁଡ଼ି, ଓରିଆ ଶାଗ, ବେସର ଭଳି ନାନାଦି ବ୍ୟଞ୍ଜନ ସବୁ ମାରା ହୋଇଯାଇଥିଲା । ନିୟମ ମୁତାବକ ଯାହା ସବୁ ମାରା ହୁଏ ତାହା ଭୋଗ ଲାଗି ହୁଏ ନାହିଁ । ତେଣୁ ସେସବୁକୁ ନଷ୍ଟ କରାଯାଏ ଅର୍ଥାତ ତାକୁ ଏଣେତେଣେ ନ ଫିଙ୍ଗି ନିୟମ ଅନୁଯାୟୀ ଅମୁଣିଆ କୂଅରେ ପୋତା ଯାଇଥାଏ । ପ୍ରାୟ ଲକ୍ଷାଧିକ ଟଙ୍କାର ଭୋଗ ଯାହାକି ବାବା ଲିଙ୍ଗରାଜଙ୍କ ଭୋଗ ସହିତ ସର୍ବସାଧାରଣଙ୍କ ଅବଢ଼ା ପାଇଁ ମଧ୍ୟ ଭୋଗ ପ୍ରସ୍ତୁତ ହୋଇଥିଲା । ସେସବୁ ମାରା ହେବାରୁ ସମସ୍ତ ଭୋଗକୁ ନଷ୍ଟ କରାଯାଇ ଅମୁଣିଆ କୂଅରେ ପୋତା ଯାଇଛି । ଫଳରେ ଠାକୁରଙ୍କ ଭୋଗ ଲାଗି ନୀତି ଟିକେ ବିଳମ୍ବ ହୋଇଛି ।

ଏହା ବି ପଢନ୍ତୁ- Suspension Of Lord Lingaraj Rituals: ଜମି ବିବାଦକୁ ନେଇ ଉପାସରେ ପ୍ରଭୁ ଲିଙ୍ଗରାଜ, ସମାଧାନ ପାଇଁ ବସିବ ବୈଠକ

ତେବେ ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, "ଏହା କୌଣସି ନୂଆ କଥା ନୁହେଁ । ଠାକୁରଙ୍କ ପରମ୍ପରା ଅନୁସାରେ ଯେପରି ନୀତି ହୁଏ ଟିକେ ଟିକେ ଛୁଆଁ ପାଇଁ ଏପରି ହୁଏ । ଏଇଟା ପ୍ରଥମ ଥର ନୁହେଁ, ପୂର୍ବରୁ ଅନେକ ବାର ହୋଇଛି । ତେବେ ନୀତି ସମ୍ପନ୍ନ ବେଳେ କଣ ତ୍ରୁଟି ରହିଯାଏ ବା କୌଣସି ସମସ୍ୟା ଯୋଗୁଁ ଏପରି ଘଟିଥାଏ ।" ସୂଚନା ଥାଉ କି ସକାଳ ୮ଟାରୁ ୮ ଟା ୩୦ ସମୟରେ ସକାଳ ଧୂପ ବେଳେ ଏଭଳି ଘଟଣା ଘଟିଛି । ପରେ ସଠିକ ଭାବେ ଭୋଗ ପ୍ରସ୍ତୁତି କରି ଠାକୁରଙ୍କ ନୀତି ସମ୍ପନ୍ନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.