ETV Bharat / state

Speaker election: ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ - ଓଡିଶା ବାଚସ୍ପତି ନିର୍ବାଚନ

ପ୍ରମିଳା ମଲ୍ଲିକ ହେଲେ ବାଚସ୍ପତି ପ୍ରାର୍ଥୀ । ଆସନ୍ତାକାଲି ନାମାଙ୍କନ ଦାଖଲ । କହିଲେ ନିଷ୍ଠାର ସହ କାର୍ଯ୍ୟ କରିବେ । ଅଧିକ ପଢନ୍ତୁ

Speaker election: ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ

author img

By ETV Bharat Odisha Team

Published : Sep 20, 2023, 7:04 PM IST

Updated : Sep 20, 2023, 9:01 PM IST

ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟ ବିଧାନସଭାକୁ ମିଳିବାକୁ ଯାଉଛନ୍ତି ପ୍ରଥମ ମହିଳା ବାଚସ୍ପତି । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଆଜି ନାମ ଘୋଷଣା ପରେ ଆସନ୍ତାକାଲି(ଗୁରୁବାର) ସେ ନାମାଙ୍କନପତ୍ର ଦାଖଲ କରିବେ । 22 ତାରିଖ ପୂର୍ବାହ୍ନ ସାଢେ 9ଟାରେ ହେବ ବିଧାନସଭା ପରିସରରେ ଏହି ନିର୍ବାଚନ ହେବ । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିବା ପରେ ରାଜ୍ୟରେ ବାଚସ୍ପତି ପଦ ଖାଲି ପଡିଥିଲା ।

ପ୍ରାର୍ଥୀ ଭାବେ ନାଁ ଘୋଷଣା କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରମିଳା । ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ସଂଖ୍ୟା ଦୃଷ୍ଟିରୁ ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ବିଞ୍ଝାରପୁର ବିଧାନସଭା ଆସନରୁ ବିଧାୟିକା ଥିବା ପ୍ରମିଳାଙ୍କର ଲମ୍ବା ରାଜନୈତିକ କ୍ୟାରିୟର ରହିଛି । ୧୯୯୦ରେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ଆସିଛନ୍ତି । ଯାଜପୁର ବିଞ୍ଝାରପୁର ଆସନରୁ ୨୦୦୦ ମସିହାରୁ ଲଗାତାର ଭାବେ ଜିତି ଆସୁଛନ୍ତି । ମୋଟ 6 ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ଶାସକ ବିଜେଡିର ଆଗଧାଡିରେ ମହିଳା ନେତ୍ରୀ । ପୂର୍ବରୁ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାର ଅଭିଜ୍ଞତା ରଖିଥିବା ପ୍ରମିଳା ଏବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରହିଛନ୍ତି । କେବଳ ମନ୍ତ୍ରୀ ନୁହେଁ ବରଂ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । 2011ରେ ମନ୍ତ୍ରୀ ଥିବା ବେଳେ ଡାଲି ଦୁର୍ନୀତି ଅଭିଯୋଗରେ ବିବାଦ ଘେରକୁ ଆସିଥିଲେ ପ୍ରମିଳା । ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମଧ୍ୟ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ :- ଆସିଲା ନିର୍ବାଚନ: ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତ

ତେବେ ଚଳିତ ଥର ଶାସକ ବିଜେଡି ଜଣେ ମହିଳାଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ପ୍ରମିଳାଙ୍କ ନାମ ଘୋଷଣା କରିଛି ଦଳ । ନିର୍ବାଚିତ ହେଲେ ରାଜ୍ୟ ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା । ପୂର୍ବରୁ ଏହି ନିର୍ବାଚନ ଚଳିତ 18 ତାରିଖରେ ହେବା ନେଇ ତାରିଖ ଚୂଡାନ୍ତ ହୋଇଥିଲା । ହେଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଭୋଟିଂ ତାରିଖ ପରିବର୍ତ୍ତନ କରିବା ପାଇଁ ଦାବି ରଖିଥିଲେ । ପୁନଃନିର୍ଦ୍ଧାରିତ ତାରିଖ ଅନୁସାରେ 22ରେ ବାଚସ୍ପତି ନିର୍ବାଚନର ଭୋଟିଂ ହେବ । ସେହି ଦିନ ଫଳାଫଳ ମଧ୍ୟ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 20, 2023, 9:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.