ETV Bharat / state

ପାଞ୍ଚ ଦଫା ଦାବି ନେଇ କୁକୁଡା ଚାଷୀଙ୍କ ଧାରଣା - ଖୋର୍ଦ୍ଧା ଜିଲ୍ଲା କୁକୁଡା ଚାଷୀ

ପଲଟ୍ରି ଫାର୍ମ ତଥା କୁକୁଡା ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ବେଳେ କୁକୁଡା ଚାଷୀମାନଙ୍କୁ କିନ୍ତୁ କ୍ଷତି ସହିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା କୁକୁଡା ଚାଷୀ । ଅଧିକ ପଢନ୍ତୁ

ପାଞ୍ଚ ଦଫା ଦାବି ନେଇ କୁକୁଡା ଚାଷୀଙ୍କ ଧାରଣା
ପାଞ୍ଚ ଦଫା ଦାବି ନେଇ କୁକୁଡା ଚାଷୀଙ୍କ ଧାରଣା
author img

By

Published : Sep 20, 2022, 1:43 PM IST

ଖୋର୍ଦ୍ଧା: କୁକୁଡ଼ା ଚାଷର ବିଭିନ୍ନ ସମସ୍ୟା ନେଇ ସାରା ରାଜ୍ୟରେ କୁକୁଡା ଚାଷୀମାନେ (Poultry farmers ) ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ କୁକୁଡ଼ା ଉତ୍ପାଦନକାରୀ ସଂସ୍ଥା ଚାଷୀଙ୍କୁ ଭାଗ ସୂତ୍ରରେ କୁକୁଡ଼ା ଚିଆଁ ପ୍ରଦାନ କରି ଆସୁଥିଲେ । ଯାହା ଦ୍ବାରା ଚାଷୀର ଲାଭ ପରିବର୍ତ୍ତେ କ୍ଷତି ହେଉଥିବା ଦର୍ଶାଇ ସାରା ରାଜ୍ୟର କୁକୁଡ଼ା ଚାଷୀ ପାଞ୍ଚ ଦଫା ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ପଲଟ୍ରି ଫାର୍ମ ତଥା କୁକୁଡା ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ବେଳେ କୁକୁଡା ଚାଷୀମାନଙ୍କୁ କିନ୍ତୁ କ୍ଷତି ସହିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା କୁକୁଡା ଚାଷୀ । ଏହା ସହିତ କୁକୁଡା ଦାନର ଏମଏସପି ବଢିଯିବା ଯୋଗୁଁ କୁକୁଡା ବ୍ୟବସାୟ ବୁଡିଯିବା ଉପରେ ହେଲାଣି । ତେବେ କୁକୁଡା ଚାଷୀମାନେ କୁକୁଡା ଚାଷର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କୁକୁଡା ଚାଷର ବିଭିନ୍ନ ସମସ୍ୟା ଦର୍ଶାଇ ସେମାନେ ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି । ସେପଟେ କମ୍ପାନୀମାନେ ଗ୍ରୋଇଙ୍ଗ ଖର୍ଚ୍ଚ କିଲୋଗ୍ରାମ ପିଛା ୧୪ଟଙ୍କା, ଏମଏସପି ଦର ୮ଟଙ୍କା, ଉନ୍ନତମାନର ଚିଆଁ ଦାନା ଓ ମେଡ଼ିସିନ ଯୋଗାଇବା, ସରକାରଙ୍କ ଦ୍ବାରା ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟରେ ଚଷୁ ପ୍ରଦାନ, ପ୍ରତ୍ୟେକ ଚାଷୀଙ୍କୁ କୃଷିଭିତ୍ତିକ ବିଦ୍ୟୁତ ସଂଯୋଗ ଆଦି ୫ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରିଥିଲେ କୁକୁଡା ଚାଷୀ ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୁଡୁମଠାରେ ଥିବା ପଲ୍ୟୁଟେକ ହାଚେରୀ ଚାଷୀଙ୍କ କଟକଣାକୁ ଅଣଦେଖା କରି କୁକୁଡ଼ା ଚିଆଁ ପକାଇବାକୁ ନେଇ ଆଜି ଶତାଧିକ କୁକୁଡା ଚାଷୀ ସଂସ୍ଥା ହାଚେରୀ ଗେଟ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ଦାବି ପୂରଣ ପାଇଁ ଆନ୍ଦୋଳନ କରିଛନ୍ତି । ଖବର ପାଇ ଖୋର୍ଦ୍ଧା ସଦର ଥାନା ଅଧିକାରୀ ପହଞ୍ଚି ଚାଷୀ ଓ ହାଚେରୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାହା ଫଳପ୍ରଦ ହୋଇପାରି ନଥିବାବେଳେ ଆସନ୍ତାକାଲି ପାଇଁ ଆଲୋଚନା ସ୍ଥଗିତ ରହିଥିବା ଚାଷୀଙ୍କ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡା ଛକ ନିକଟରେ ଅଣ୍ଡା ଚାଷୀ ଧାରଣା ଦେଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଣ୍ଡା ଦିଆ କୁକୁଡା ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଅଣ୍ଡା ଉତ୍ପାଦନ ଯଥେଷ୍ଟ ସ୍ବାଭାବିକ ଥିବାବେଳେ, ଦର କମ ଥିବା ଅଭିଯୋଗ ହୋଇଛି । ପ୍ରତି ଅଣ୍ଡା ପିଛା ଦର ୪.୭୫ ପଇସା ରହିଥିବାବେଳେ ଏନଇସିସି ଏହି ଦର ଧାର୍ଯ୍ୟ କରିଛି । ଦର ଯଥେଷ୍ଟ କମ ଥିବାରୁ ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିବା କହିଥିଲେ । କ୍ଷତି ହେଉଥିବାରୁ ଗଞ୍ଜାମ ଜିଲ୍ଲାର ତିନୋଟି ଫାର୍ମ ଏହି କ୍ଷତି ଯୋଗୁଁ ଦେବାଳିଆ ହୋଇ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.