ETV Bharat / state

ଫୋକସ୍ ୨୦୨୪; ବିଜେଡି-ବିଜେପି ବିରୋଧରେ ପରିବର୍ତ୍ତନ ରଥ ବୁଲାଇବ କଂଗ୍ରେସ

author img

By

Published : Jul 11, 2023, 11:25 AM IST

Updated : Jul 11, 2023, 2:45 PM IST

ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି । ବିଜେଡି-ବିଜେପି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସ ମଧ୍ୟ କମର କଷିଛି । ଦୁଇ ଦଳ ବିରୋଧରେ ପରିବର୍ତ୍ତନ ରଥ ବୁଲାଇବାକୁ ଯୋଜନା କରିଛି କଂଗ୍ରେସ । ଅଧିକ ପଢନ୍ତୁ

ପରିବର୍ତ୍ତନ ରଥ ବୁଲାଇବ କଂଗ୍ରେସ
ପରିବର୍ତ୍ତନ ରଥ ବୁଲାଇବ କଂଗ୍ରେସ
ପରିବର୍ତ୍ତନ ରଥ ବୁଲାଇବ କଂଗ୍ରେସ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିଜେଡି ନୂଆ ଜିଲ୍ଲା ସଭାପତି ବଣ୍ଟନ କରି ଦାୟିତ୍ବ ହସ୍ତାନ୍ତର କରିଥିବା ବେଳେ ବିଜେପି ମୋଦିଙ୍କ ୯ ବର୍ଷର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି । ୨୪ ପାଇଁ ଏବେ କଂଗ୍ରେସ ମଧ୍ୟ ନିଜର କମର କଷିଛି । କଂଗ୍ରେସ ଉଭୟ ବିଜେଡି ଓ ବିଜେପି ସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ପରିବର୍ତ୍ତନ ରଥ ବାହାର କରିବାକୁ ନିଷ୍ପତ୍ତି ନେଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି ଯେ, ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପରିବର୍ତ୍ତନ ରଥ ଗଡ଼ିବ । ଏହି ରଥ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବ । ଏନେଇ ସମୟ ନିର୍ଦ୍ଧାରଣ ହୋଇନଥିଲେ ମଧ୍ୟ ଖୁବଶୀଘ୍ର କଂଗ୍ରେସ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ । ଦରବୃଦ୍ଧିରେ ସରକାରଙ୍କ ବିଫଳତା, ବେକାରୀ ସମସ୍ୟା, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସର ପରିବର୍ତ୍ତନ ରଥ ବାହାରିବ । ଏହି ପରିବର୍ତ୍ତନ ଯାତ୍ରାରେ ଦଳର ବରିଷ୍ଠ ନେତା ଏବଂ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଭାପତିଙ୍କୁ ସାମିଲ କରାଯିବ ।

ଏହାମଧ୍ୟ ପଢନ୍ତୁ: କମିବ ସହର ଆଉ ଗାଁ ଭିତରେ ଦୂରତା, ଖୁବଶୀଘ୍ର ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି

ସେପଟେ ବିଜେଡିର ୨୪ ରଣନୀତି ନେଇ ମନ୍ତ୍ରୀ ଅଶ୍ବିନୀ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ବାଲେଶ୍ଵର ପାଇଁ ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ମିଳିଥିବାରୁ କୃତଜ୍ଞତା ଜଣାଇ ସେ କହିଛନ୍ତି, "ସୁପ୍ରିମୋ ମୋ ଉପରେ ଆଶା ବିଶ୍ବାସ କରିଛନ୍ତି । ସମସ୍ତଙ୍କୁ ନେଇ କାର୍ଯ୍ୟ କରିବୁ । ୨୦୧୯ର ସ୍ଥିତି ଯାହା ଥିଲା ଆସନ୍ତା ନିର୍ବାଚନରେ ତାହାକୁ ଆହୁରି ସୁଦୃଢ଼ କରି ଦଳକୁ ବିଜୟ କରିବା ମୋର ଲକ୍ଷ୍ୟ । ଅଶ୍ବିନୀ ବୈଷ୍ଣବ ଛିଡ଼ା ହୁଅନ୍ତୁ ଅବା ଯିଏ ବି ଆସନ୍ତୁ ମୁଁ ତାହା ଉପରେ କହିବା ଉଚିତ୍ ମନେ କରୁନି । ଆମ ଦଳର ଯିଏ ପ୍ରାର୍ଥୀ ହେବ ତାଙ୍କୁ ଜିତାଇବା ଆମର ଲକ୍ଷ୍ୟ । ପୂର୍ବ ବ୍ୟବଧାନ ଅପେକ୍ଷା ଅଧିକ ଭୋଟର ଜିତାଇବାକୁ ମୋତେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ୮ଟି ଯାକ ବିଧାନସଭା ଆସନ ଦାଖଲ କରିବୁ । ସାରା ଦେଶରେ ନବୀନ ପଟ୍ଟନାୟକଙ୍କ ଗୁଡ୍ ରେକର୍ଡ ରହିଛି । ବିରୋଧୀଙ୍କୁ ଚେକ୍ ଦେଇ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦଖଲ କରିବେ ।"

ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି ଯେ, ବିଜେପି କାମରେ ବିଶ୍ବାସ କରେ । ମୋଦି ସରକାରଙ୍କ ଜନହିତକର ଯୋଜନାକୁ ନେଇ ବିଜେପି ଜନସାଧାରଣଙ୍କ ପାଖକୁ ଯାଉଛି । ଆଗାମୀ ନିର୍ବାଚନରେ ଆମେ ଭଲ ପ୍ରଦର୍ଶନ କରିବୁ । ବିଜେପି ଲୋକଙ୍କ ଆସ୍ଥାଭାଜନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 11, 2023, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.