ଭୁବନେଶ୍ବର: ଷ୍ଟ୍ରଙ୍ଗ ରୁମରୁ ବାହାରିଲା ଇଭିଏମ । ମେସିନ ଧରି ବୁଥ ମୁହା ପୁଲିଙ୍ଗ କର୍ମଚାରୀ । ପ୍ରତି ବୁଥ ପାଇ ୪ ପୁଲିଙ୍ଗ ଅଫିସର ସହ ପ୍ରିଜାଡି ଅଫିସର ଓ ଜଣେ ପୋଲିସ କନଷ୍ଟେବଳ ବା ହୋମଗାର୍ଡ । ୫ଜଣିଆ ଟିମ ଦୁଇଟି ଇଭିଏମ ମେସିନ ସହ ପୁଲିଙ୍ଗ ପାଇ ସରଞ୍ଜାମ ଧରି ଗାଡିରେ ବିଭିନ୍ନ ଓ୍ବାର୍ଡର ବୁଥକୁ ଗସ୍ତ କରିଛନ୍ତି। ଏନେଇ ବିଜେବି କଲେଜ ପରିସରରେ ହୋଇଥିବା ବୁଥ ଟ୍ୟାଗି କରି ସମସ୍ତ କର୍ମଚାରୀ ବୁଥ ମୁହାଁ ହୋଇଛନ୍ତି । ଆସନ୍ତାକାଲି ସକାଳ 7ରେ ମକ୍ ପୋଲ କରାଯିବ ।
ପରେ ସକାଳ 8ରୁ ସନ୍ଧ୍ୟା 5ଟା ଯାଏ ଭୋଟ ଗ୍ରହଣ କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଏହାସହ ପୋଲିଂ ପାର୍ଟିରେ ପ୍ରିଜାଇଡିଙ୍ଗ ଅଫିସର ଲିଡର ହିସାବରେ ମ୍ୟାଟେରିଆଲ ସଂଗ୍ରହ କରୁଛନ୍ତି । ମ୍ୟାଟେରିଆଲ ଭିତରେ ରହିଛି ଇଭିଏମ ମେସିନ, ମେସିନ ସିଲ୍ ପାଇଁ ସବୁ ସରଞ୍ଜାମ, ରିଜର୍ଭଡ ବାଲଟ ପେପର, ପୋଷ୍ଟର, ୟେଲୋ-ପିଙ୍କ୍ ଏନଭଲପ, ଷ୍ଟାମ୍ପ ଇତ୍ୟାଦି ୨୬ ଟି ଆଇଟମ୍ ।
ତେବେ ଏଥର ବିଏମସି ନିର୍ବାଚନରେ ୧୨ଜଣ ମେୟର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଥିସହ ଯଦି ୧୨ଜଣଙ୍କ ମଧ୍ୟରୁ କାହାକୁ ଚୟନ ନ କରନ୍ତି ଭୋଟର ତେବେ ନୋଟାରେ ଭୋଟ ଦେବା ପାଇ ମଧ୍ୟ ସୁବିଧା ରହିଛି । ମୋଟ ବିଏମସି ନିର୍ବାଚନ ପାଇ ୬୭ ୱାର୍ଡରେ ୭୦୫ଟି ବୁଥ ରହିଛି । ସେମାନଙ୍କ ମଧ୍ୟରୁ ୩୨୦ଟି ବୁଥ ସମ୍ବେଦନଶୀଳ ଅଞ୍ଚଳରେ ରହିଛି । ତେବେ ପ୍ରତି ୪ରୁ ୫ଟି ବୁଥ ଉପରେ ନଜରରଖିବେ ଏକ ସ୍ବତନ୍ତ୍ର ସ୍କ୍ବାଡ ଟିମ। ଯେଉଁଥିରେ ଜଣେ ଅଫିସରଙ୍କ ନେତୃତ୍ବରେ ୪ଜଣ କନଷ୍ଟେବଳ ରହିବେ। ତିନିରୁ ଊର୍ଦ୍ଧ୍ବ ବୁଥ ଥିବା ଅଞ୍ଚଳରେ ସ୍ବତନ୍ତ୍ର ପୋଲିସ ମୁତୟନ କରାଯିବ । ତେବେ ୫୦ପ୍ଲାଟୁନ ଓ ୧୫୦ଅଫିସରଙ୍କୁ ପୌର ନିର୍ବାଚନ ପରିଚାଳନା ଦାୟିତ୍ବ ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା ଓ ଦେବସ୍ମିତା ରାଉତ, ଇଟିଭି ଭାରତ