ETV Bharat / state

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଅଧିରାଜ ପାଣିଗ୍ରାହୀଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା - ଅଧିରାଜ ପାଣିଗ୍ରାହୀଙ୍କ ଯୋଗଦାନ

Parikrama Project Politics: ଧର୍ମକୁ ନେଇ ଶାସକ ଦଳ ରାଜନୀତି କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । ସେପଟେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ପରିକ୍ରମା ପ୍ରକଳ୍ପ ରାଜନୀତି
ପରିକ୍ରମା ପ୍ରକଳ୍ପ ରାଜନୀତି
author img

By ETV Bharat Odisha Team

Published : Jan 19, 2024, 12:51 PM IST

ପରିକ୍ରମା ପ୍ରକଳ୍ପ ରାଜନୀତି

ଭୁବନେଶ୍ବର: ଧର୍ମକୁ ନେଇ ଶାସକ ଦଳ ରାଜନୀତି କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ରାମ ମନ୍ଦିର ପ୍ରସଙ୍ଗକୁ ନେଇ ତେଜୁଛି ବିବାଦ । ସେପଟେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମହାଆଡମ୍ବରେ ସରିଲା, ହେଲେ ଯୋଗ ଦେଲେ ନାହିଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

"ହିନ୍ଦୁ ଧର୍ମର ପ୍ରତୀକ, ସନାତନ ଧର୍ମର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସିଲେ ନାହିଁ । ଏପରିକି ଭାରତବର୍ଷର 4 ଜଣ ଶଙ୍କରାଚାର୍ଯ୍ୟ 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ଶଙ୍କରାଚାର୍ଯ୍ୟ ଏହି ମହୋତ୍ସବକୁ ସମର୍ଥନ କଲେ ନାହିଁ ? କ'ଣ ପାଇଁ ହିନ୍ଦୁ ଧର୍ମର ଏହି ଗୁରୁମାନେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି" ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, "ମସଜିଦରେ କ'ଣ ରାମଲାଲା ନଥିଲେ ? ଏବେ କ'ଣ ନୂଆ ହୋଇଛି ? ମନ୍ଦିର ପୂର୍ଣ୍ଣାଙ୍ଗ ହେବାକୁ ଆହୁରି 2 ବର୍ଷ ଲାଗିବ। ପୂର୍ଣ୍ଣାଙ୍ଗ ମନ୍ଦିର ପ୍ରତିଷ୍ଠା ହୁଏ । ମନ୍ଦିର ପୂର୍ଣ୍ଣାଙ୍ଗ ହୋଇନି, ଏଭଳି ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଛନ୍ତି 4 ଶଙ୍କରାଚାର୍ଯ୍ୟ । ଏହା କେବଳ ଭୋଟ ରାଜନୀତି । ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ଗୁଆ ଚାଉଳ ଆଦାୟ ହେଲା । କେତେ ଆଦାୟ ହୋଇଛି ଓ କେଉଁଠି ଅଛି ? ମୁଁ ପିସିସି ସଭାପତି ଥିବାବେଳେ ଶିଳାନ୍ୟାସ ପାଇଁ ନିମନ୍ତ୍ରଣ କରିଥିଲେ । ଏଥର ଡାକି ନାହାନ୍ତି । ମନ୍ଦିର ଚାରିପାର୍ଶ୍ଵ ଚକାଚକ୍ ହୋଇଛି । ଭଲ କଥା । ଅଧୀରାଜ୍ ମୋହନ ପାଣିଗ୍ରାହୀଙ୍କୁ ବିଧାୟକ ଭାବରେ ନିମନ୍ତ୍ରଣ କରାଯାଇଥିଲା । ସେ ଯାଇଛନ୍ତି । କିନ୍ତୁ ମୋର ପ୍ରଶ୍ନ, ଏହି ପ୍ରକଳ୍ପ ପାଇଁ ଲୋକ ଆଣିବା ଓ ପଞ୍ଚାୟତକୁ ଟଙ୍କା ଦେଇ ପ୍ରଚାର ପ୍ରସାର ପାଇଁ ବିଜ୍ଞାପନ ବାବଦରେ 138 କୋଟି କାହିଁକି ଦିଆଗଲା ?"

ଏହା ମଧ୍ୟ ପଢନ୍ତୁ...ତେଜୁଛି ଗୁଆ ଚାଉଳ ରାଜନୀତି, ବିରୋଧୀଙ୍କୁ ଜବାବ ଦେଲା ଶାସକ ଦଳ

ସେପଟେ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ରାମ ମନ୍ଦିର ପ୍ରତିଷ୍ଠା ପାଇଁ ମଧ୍ୟ ରାଜନୀତି କରୁଛନ୍ତି କେନ୍ଦ୍ର ସରକାର । ରାମ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ହୋଇନାହିଁ । ନିର୍ମାଣ ଶେଷ ହେବାକୁ ଆହୁରି 2 ବର୍ଷ ଲାଗିବ । କିନ୍ତୁ ଏବେ ମନ୍ଦିର ଉଦଘାଟନ କରାଯାଉଛି । ଆଗକୁ ନିର୍ବାଚନ ଥିବାରୁ ତରବରିଆ ଭାବରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ କହିଛନ୍ତି ଯେ, ସିଏ ଜଣେ ଭଲ ଲୋକ । ପରିକ୍ରମା ପ୍ରକଳ୍ପକୁ ତାଙ୍କୁ ନିମନ୍ତ୍ରଣ ହୋଇଥିବ ସେ ଯାଇଥିବେ । ସେ ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ । କିନ୍ତୁ ସେଠାକୁ ଯିବା ଠିକ ନୁହେଁ । ସିଏ ବିଜେଡି ଲିଙ୍କରେ ଅଛନ୍ତି କି ନାହିଁ ମୁଁ ଜାଣିନାହିଁ । ତାଙ୍କ ଉପରେ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ପିସିସି ସଭାପତି ଏବଂ ପ୍ରଭାରୀ ଡ଼ ଅଜୟ କୁମାର ନେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.