ETV Bharat / state

ରାଜ୍ୟରେ ବିଧାନପରିଷଦ ଗଠନ ପ୍ରସଙ୍ଗ: 3 ଦଳର କଥା କଟାକଟି - legislative council in odisha

ରାଜ୍ୟରେ ବିଧାନପରିଷଦ ଗଠନ ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ଏହି ପ୍ରସଙ୍ଗସକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ

ବିଧାନପରିଷଦ ପ୍ରସଙ୍ଗରେ 3 ଦଳର କଥା କଟାକଟି
ବିଧାନପରିଷଦ ପ୍ରସଙ୍ଗରେ 3 ଦଳର କଥା କଟାକଟି
author img

By

Published : Aug 13, 2023, 8:04 PM IST

ବିଧାନପରିଷଦ ପ୍ରସଙ୍ଗରେ 3 ଦଳର କଥା କଟାକଟି

ଭୁବନେଶ୍ବର: ବିଧାନପରିଷଦ ଗଠନ ନେଇ ଜୋର ଧରିଲା ରାଜନୀତି । "ବିଧାନ ପରିଷଦ ଗଠନ ହେଲେ ଲୋକମାନେ ସୁବିଧା ପାଇପାରିବେ" ବୋଲି ବିଜେଡି କହୁଥିବାବେଳେ, 'ନିର୍ବାଚନ ପାଖେଇ ଆସିଲେ ବିଧାନ ପରିଷଦ କଥା ଶାସକ ଦଳର ମନେ ପଡେ' କହି ବିଜେଡିକୁ ପାଲଟା ଟାର୍ଗେଟ କରିଛି ବିଜେପି । ବିଧାନପରିଷଦ ଗଠନ ନେଇ ପ୍ରତିକ୍ରିୟାରେ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି, "ବିଧାନପରିଷଦ ଗଠନ ନେଇ ରାଜ୍ୟରେ ପକ୍ରିୟା ଆରମ୍ଭ ହୋଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ଏହାକୁ କେନ୍ଦ୍ରକୁ ପଠାଯାଇଛି । ଆଗକୁ ସଂସଦରେ ପାସ କଲେ ରାଷ୍ଟ୍ରପତିଙ୍କ ଅନୁମୋଦନ ହେବ । ଏକଥା ଆମେ ବହୁତ ଥର ସଂସଦରେ ଉଠାଇଛୁ । ମୁଁ ବି ସଂସଦରେ ଉଠାଇଥିଲି। ଏହା ହେବା ଜରୁରୀ ଅଛି ।"

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "ଅନ୍ୟ ରାଜ୍ୟମାନଙ୍କର ଅଛି ଆମ ରାଜ୍ୟର କାହିଁକି ହେବନି ? ଏହା ହେଲେ ଲୋକଙ୍କ ସେବା କରିବା ପାଇଁ ଆହୁରି ସହଜ ହେବ । ଲୋକଙ୍କ ପାଖରେ ପହଞ୍ଚି ହେବ । ୟୁପି ବିହାର ଭଳି ବହୁତ ରାଜ୍ୟରେ ବିଧାନ ପରିଷଦ ଅଛି । ଯେଉଁଥିପାଇଁ ଲୋକଙ୍କ ନିକଟତର ହେବାର ସୁଯୋଗ ବଢୁଛି । ମୁଁ ଆଶା କରିବି କେନ୍ଦ୍ର ସରକାର ଏହାକୁ ଯେମିତି ହେଲେ ସଂସଦରେ ପାସ୍ କରିବେ। ଆଉ ଓଡିଶା ଲାଗି ଭଲ ହେବ ।"

ଏହା ବି ପଢନ୍ତୁ...2024 ନିର୍ବାଚନ ପାଇଁ ସଜବାଜ, କୋଣାର୍କରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ
ବିଜେଡିର ଏହା ଥଇଥାନ କେନ୍ଦ୍ର ହେବ ବୋଲି କଂଗ୍ରେସର ଅଭିଯୋଗ ଉପରେ ସେ କହିଛନ୍ତି, "ଅଭିଯୋଗ କରିବା କିଛି ମନା ନାହିଁ । ସେମାନେ ଯେଉଁ ଯେଉଁ ରାଜ୍ୟରେ ଅଛନ୍ତି ସେଠି କ'ଣ ବିଧାନପରିଷଦ ନାହିଁ ? ଯଦି ଦରକାର ନାହିଁ, ସେମାନେ ତାକୁ ଭାଙ୍ଗି ଦେଲେନି। ଯାହା ଆମର ସମ୍ବିଧାନରେ ଅଛି ତାହା ହେଉ । ଆମେ ଆଶା କରିବା, ବିଧାନପରିଷଦ ବିଲ୍‌ ସହ ଆଉ ଯାହା ଦାବି ଓଡିଶାର ଅଛି ସବୁ ଏହି ଶୀତ ଅଧିବେଶନରେ ହେବ ।

ସେପଟେ "ନିର୍ବାଚନ ଆସିଲେ ସରକାରୀ ଦଳର ବିଧାନ ପରିଷଦ କଥା ମନେପଡେ । ଦଳ ଭିତର ଅସନ୍ତୋଷ ତଥା ଗୃହ ଯୁଦ୍ଧ ପରିସ୍ଥିତି ଅଛି । ତେଣୁ ଏକ ଲଲିପପ୍‌ ଦେଖାଇ ଶାନ୍ତ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି, ଏହା ଏକ ନାଟକ । ଆଗରୁ କାହିଁକି ଏ ପ୍ରସଙ୍ଗ ଉଠାଉନଥିଲେ କାହିଁକି ?" ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ସେ କହିଛନ୍ତି, '18 ପରେ 23ରେ ଚର୍ଚ୍ଚାକୁ ଆସୁଛି ବିଧାନ ପରିଷଦ ପ୍ରସଙ୍ଗ । ଦେଶର ବଡ଼ ବଡ଼ ପ୍ରଦେଶରେ ବିଧାନ ପରିଷଦ ନାହିଁ ତଥାପି ପ୍ରଦେଶ ଚାଲିଛି । ଓଡିଶାରେ ବିଧାନସଭା ଠିକ ସେ ଚାଲି ପାରୁନାହିଁ, ଗୋଟିଏ ବି ସେସନ ପୂର୍ଣ୍ଣ ସମୟ ପାଇଁ ଚାଲି ପାରୁନାହିଁ । ବିଧାନସଭା ଯେଉଁଠି ଚାଲି ପାରୁନି, ସେଠି ବିଧାନ ପରିଷଦ ହେଲେ ଅଧିକ ଲାଭ କ'ଣ ହେବ ?"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.