ETV Bharat / state

ପାଣ୍ଡିଆନଙ୍କ ରୂପାନ୍ତରଣ ବୟାନ ପରେ ବଢ଼ିଲା ରାଜନୀତି - ଓଡ଼ିଶା ରାଜନୀତି

Politics heat up over VK Pandian statement: ଗଞ୍ଜାମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ 'ଓଡ଼ିଶା ରୂପାନ୍ତରଣ' ବୟାନକୁ ନେଇ ଚର୍ଚ୍ଚା । ରାଜ୍ୟ ରାଜନୀତି ସରଗରମ । ଅଧିକ ପଢନ୍ତୁ

Politics heat up over VK Pandian statement

author img

By ETV Bharat Odisha Team

Published : Dec 18, 2023, 5:49 PM IST

Updated : Dec 18, 2023, 6:16 PM IST

ପାଣ୍ଡିଆନଙ୍କ ରୂପାନ୍ତରଣ ବୟାନ ପରେ ବଢ଼ିଲା ରାଜନୀତି

ଭୁବନେଶ୍ବର: ନେତା ହେବା ପରେ ବିଧିବଦ୍ଧ ଭାବେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ରାଜନେତା ଭାବେ ପ୍ରଥମ ଥର ଗଞ୍ଜାମ ଗସ୍ତରେ ଯାଇ ସେ ଦେଇଛନ୍ତି ରାଜନୈତିକ ବଡ଼ ବୟାନ । ଓଡ଼ିଶାର ରୂପାନ୍ତରଣକୁ ନେଇ ପାଣ୍ଡିଆନ ଦେଇଥିବା 'ଓଡ଼ିଶା ରୂପାନ୍ତରଣ' ବୟାନକୁ ନେଇ ରାଜନୀତି ଜୋରଦାର ହୋଇଛି । ବିରୋଧୀ ବିଜେପି ଓଡ଼ିଆଙ୍କ ଅସ୍ମିତାର କଥା କହିଥିବା ବେଳେ ପାଣ୍ଡିଆନଙ୍କୁ କଂଗ୍ରେସ କରିଛି ପଲିଟିକାଲ ହମଲା । ସେପଟେ କାଉଣ୍ଟର କରିଛି ବିଜେଡି ।

ପାଣ୍ଡିଆନ କହିଥିଲେ, "ଓଡ଼ିଶାର ରୂପାନ୍ତରଣକୁ ସହିପାରୁନାହାନ୍ତି ବିରୋଧୀ । ଓଡ଼ିଶାର ରୂପାନ୍ତରଣ କଥା ଆସିଲା ବେଳକୁ ବିରୋଧୀ ଅନ୍ଧ ହେଇଯାଉଛନ୍ତି । ବିରୋଧୀ ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ବଡ଼ ସ୍ବପ୍ନ ଦେଖିବାକୁ ଗରିବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଶକ୍ତ କରିଛନ୍ତି । ସବୁ ପଞ୍ଚାୟତରେ ଥିବା ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି । ମିଶନ ଶକ୍ତି, ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି । ହେଲେ ଏସବୁ ବିରୋଧୀଙ୍କୁ ଦେଖାଯାଉନାହିଁ । ବିରୋଧୀଙ୍କୁ ନେଇ ପାଣ୍ଡିଆନ କଣ କହିଥିଲେ ଶୁଣନ୍ତୁ ।" ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିରୋଧୀଙ୍କୁ ଏଭଳି କଡ଼ା ଭାଷାରେ ଆକ୍ଷେପ କରିଛନ୍ତି ପାଣ୍ଡିଆନ ।

ଏହା ବି ପଢନ୍ତୁ- ଗଞ୍ଜାମରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, କହିଲେ ଆଖି ଖୋଲି ବିକାଶ ଦେଖ

ପାଣ୍ଡିଆନଙ୍କ କଟାକ୍ଷ ପରେ ତାତିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ଓଡ଼ିଆ ଅସ୍ମିତାର କଥା ଉଠାଇବା ସହ ରୂପାନ୍ତରିକରଣ ନାଁ'ରେ ବିଭ୍ରାଟ କଥା କହିଛନ୍ତି । ସେ କହିଛନ୍ତି, "ରାଜନୀତିକୁ ଆସୁ ଆସୁ 5ଟି ଅଧ୍ୟକ୍ଷଙ୍କ ମୁଣ୍ଡରେ ଚାଳ ବାଜିଲାଣି । ଓଡ଼ିଆଙ୍କୁ ଅନ୍ଧ କହିବା ଆରମ୍ଭ କଲେଣି । ଆଗକୁ କଣ ହେବ ? ଓଡ଼ିଆଙ୍କୁ ଅନ୍ଧ କହିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ । ଏହା ଦୁର୍ଭାଗ୍ୟଜନକ । ପାଣ୍ଡିଆନ କେଉଁ ରୂପାନ୍ତର କଥା କହୁଛନ୍ତି ? ଶ୍ରୀମନ୍ଦିରରେ ରୂପାନ୍ତରିକରଣ ନାଁରେ ଦର୍ଶନ ବିଭ୍ରାଟ ହେଉଛି । କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରକୁ ଭକ୍ତ ପ୍ରବେଶ କରି ନପାରିବା କଣ ରୂପାନ୍ତରୀକରଣ ? ସ୍କୁଲର ରୂପାନ୍ତରୀକଣ କିଭଳି ହେଉଛି ? ଖାଲି ରଙ୍ଗ ମାରିଦେଲେ ରୂପାନ୍ତରିକରଣ ହୁଏନାହିଁ । ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ନାହିଁ, ଶିକ୍ଷକ ନାହାନ୍ତି । ଏହା କଣ ରୂପାନ୍ତରୀକରଣ ? "

ରାଜ୍ୟ ସାରା ବୁଲି ବିଭିନ୍ନ ବିଭାଗର କାମ ଦେଖିବାକୁ ଯାଉଛନ୍ତି । ମନ୍ତ୍ରୀମାନେ କୁଆଡେ ଗଲେ । ମନ୍ତ୍ରୀମାନଙ୍କୁ ପଙ୍ଗୁ କରିବା ପାଣ୍ଡିଆନଙ୍କ ଲକ୍ଷ୍ୟ ବୋଲି ଆସେ ଅଭିଯୋଗ କରିଛନ୍ତି ଗୋଲକ । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯଦି ବିକାଶ କରୁଛନ୍ତି ତାହାଲେ କାହିଁକି ଚାଷୀ ଆତ୍ମହତ୍ୟା ଓ ବେକାରୀ ସମସ୍ୟା ବଢୁଛି ? ୨୪ ବର୍ଷ ସରକାରରେ ୨ ଲକ୍ଷରୁ ଅଧିକ ସିଟ ଖାଲି ପଡିଛି । ଏ ଶାସନ ଆଉ ଓଡ଼ିଶାରେ ଚଳିବ ନାହିଁ । ଓଡ଼ିଶାବାସୀ ସଚେତନ ହୋଇସାରିଲେଣି । ଅଫିସର ରାଜ ଯୋଗୁଁ ଓଡିଶାକୁ ସର୍ବ ଶ୍ରେଷ୍ଠ ରାଜ୍ୟ କରିହେବ ନାହିଁ ।"

ସେପଟେ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, " ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ରୂପାନ୍ତରୀକରଣ ହେଉଛି । ସ୍କୁଲ, କଲେଜ ଓ ଡାକ୍ତରଖାନାର ରୂପାନ୍ତରୀକରଣକୁ ସମସ୍ତେ ଗ୍ରହଣ କରିବା ଦରକାର । ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଠିକ କରୁନାହାନ୍ତି । ବିରୋଧୀ ଗଠନମୂଳକ ସମାଲୋଚନା କରିବା କଥା । କିନ୍ତୁ ଓଡିଶା ବିରୋଧୀ ଥିବା ପରେ ବିଜେଡି ଅନୁଭବ କରୁନାହିଁ ।" ଅଧିକାରୀ ଭାବେ ଜିଲ୍ଲା ଗସ୍ତରେ ଯାଇ ବିବାଦୀୟ ହୋଇଥିବା ପାଣ୍ଡିଆନ ଏବେ ରାଜନୈତିକ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 18, 2023, 6:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.