ETV Bharat / state

Archana Nag Case: ଧର୍ମେନ୍ଦ୍ରଙ୍କ ଆକ୍ରମଣ ପରେ ମୁହଁ ଖୋଲିଲା ବିଜେଡି, ପ୍ରତିକ୍ରିୟା ରଖିଲା କଂଗ୍ରେସ - ଓଡିଶା ରାଜନୀତି ଖବର

ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସିଧା ନବୀନ ପଟ୍ଟନାୟକ ଓ ବିଜେଡିକୁ ଆକ୍ରମଣ କରିବା ପରେ ରାଜ୍ୟ ରାଜନୀତି ଏବେ ସରଗରମ । ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ପାୱାର କରିଡରରେ ହଲଚଲ ସୃଷ୍ଟି ହୋଇଛି । ପାଓ୍ବାର କରିଡରର କେଉଁ କେଉଁ ନେତା, ବିଧାୟକ ଓ ମନ୍ତ୍ରୀ ଅର୍ଚ୍ଚନା ନାଗଙ୍କ ସହିତ ଆର୍ଥିକ କାରବାର କରିଛନ୍ତି ଏବେ ତାର ଖୁଲାସା ହୋଇପାରେ । ଧର୍ମେନ୍ଦ୍ରଙ୍କ ଆକ୍ରମଣ ପରେ ମୁହଁ ଖୋଲିଲା ବିଜେଡି । ଅଧିକ ପଢନ୍ତୁ

Political war Over Archana Nag case
Political war Over Archana Nag case
author img

By

Published : Nov 2, 2022, 10:21 PM IST

ଭୁବନେଶ୍ବର: ନାଗଫାଶରେ ଫସିଛନ୍ତି ଖଣି କାରବାରରେ ଲିପ୍ତ ନେତା । ଖଣି କାରବାରରୁ ଆଗକୁ ବଢି ଏବେ ନାଗଫାଶରେ ବି ଫସିଛନ୍ତି । ସବୁ ନେତାଙ୍କ ଗୁମର ଫିଟିବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମସ୍ତଙ୍କର ମୁଖା ଖୋଲିବ । କେହି ବର୍ତ୍ତିବେ ନାହିଁ । ଗତକାଲି (ମଙ୍ଗଳବାର) ଧାମନଗର ଉପନିର୍ବାଚନ ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରି ଏମିତି ଢଙ୍ଗରେ ଆକ୍ରମଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ରଙ୍କ ଆକ୍ରମଣ ପରେ ମୁହଁ ଖୋଲିଲା ବିଜେଡି

ନିର୍ବାଚନୀ ସଭାରୁ ଧର୍ମେନ୍ଦ୍ର ସିଧା ନବୀନ ପଟ୍ଟନାୟକ ଓ ବିଜେଡିକୁ ଆକ୍ରମଣ କରିବା ପରେ ରାଜ୍ୟ ରାଜନୀତି ଏବେ ସରଗରମ । ଧର୍ମେନ୍ଦ୍ର କହିଛନ୍ତି, "ବେଆଇନ ଖଣି କାରବାରରେ ଲିପ୍ତ ରହିଛନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ । ଏବେ ଆଉ ପାଦେ ଆଗକୁ ଯାଇ ନାଗଫାଶରେ ଫସିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଅର୍ଥାତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାର ଖୋଳତାଡ କରିବ । ସବୁ ନେତାଙ୍କ ଗୁମର ଫିଟିବ ।"

ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ପାୱାର କରିଡରରେ ହଲଚଲ ସୃଷ୍ଟି ହୋଇଛି । ପାଓ୍ବାର କରିଡରର କେଉଁ କେଉଁ ନେତା, ବିଧାୟକ ଓ ମନ୍ତ୍ରୀ ଅର୍ଚ୍ଚନା ନାଗଙ୍କ ସହିତ ଆର୍ଥିକ କାରବାର କରିଛନ୍ତି ଏବେ ତାର ଖୁଲାସା ହୋଇପାରେ । ତେଣୁ ନେତା ଓ ମନ୍ତ୍ରୀଙ୍କ ମଧ୍ୟରେ ଏବେ ଛନକା ପଶିଛି ।

ସେପଟେ ବିଜେଡି ଏହାର ଜବାବ ରଖିଛି । ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ । ସେ କହିଛନ୍ତି, "ଯେଉଁମାନେ ନାଗଫାଶରେ ପଡିଛନ୍ତି ସେ ସଂକ୍ରାନ୍ତରେ ଇଡି ସୂଚନା ପ୍ରଦାନ କରୁ । ନିର୍ବାଚନରେ ଏକଥା ଉଠାଇବା ତାଙ୍କର ହତାଶ ଭାବର ପରିଚୟ ।" ସେ ପୁଣି କହିଛନ୍ତି, ସେମାନେ ଜାଣିଛନ୍ତି, ତାଙ୍କର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିନାହିଁ । ନକରାତ୍ମକ କଥା କଣ କହିହେବ ସେ କଥା ସେ କରୁଛନ୍ତି । ବିଜେଡି ସକରାତ୍ମକ ଭାବେ ନିର୍ବାଚନ ଲଢ଼ିଛି । ଧର୍ମେନ୍ଦ୍ର ହତାଶ ନ ହୋଇଥିଲେ, କେନ୍ଦ୍ରୀୟ ସଂସ୍ଥା କଣ ତଦନ୍ତ କରିବ ନ କରିବ ନିର୍ବାଚନରେ ଧମକ ଦେଇନଥାନ୍ତେ । କେନ୍ଦ୍ରୀୟ ସଂସ୍ଥା ତଦନ୍ତ କରୁ । ଅସୁବିଧା କଣ ? ଅଡୁଆ ହେବକି ନହେବ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଅମର ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ବିଜେଡି-ବିଜେପି ଭାଇ ଭାଇ । ସେମିତି କିଛି ତଦନ୍ତ ହେବାର ନାହିଁ । ଯଦି ଇଡି ତଦନ୍ତ ହୁଅନ୍ତା ବଡବଡିଆ ଜେଲକୁ ଯାଆନ୍ତେ । କିନ୍ତୁ ଭିତରେ କୋଳାକୋଳି ସମ୍ପର୍କ ଯୋଗୁଁ ସେମିତି କିଛି ହେବାର ନାହିଁ ।"

ଗତକାଲି ପ୍ରଚାରର ଶେଷ ଦିନରେ ରାଜ୍ୟ ସରକାରଙ୍କୁ ବେଶ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ କିଛି କରୁଛନ୍ତି ନା ତାଙ୍କ ଗୁମାସ୍ତା ମାନେ ସବୁ ଦେଖୁ୍ଛନ୍ତି ବୋଲି କଟାକ୍ଷ କରିଥିଲେ ଧର୍ମେନ୍ଦ୍ର । ଏପଟେ ଧର୍ମେନ୍ଦ୍ରଙ୍କ ‘ଇଡି’ ଆକ୍ରମଣର 24 ଘଣ୍ଟା ନପୁରୁଣୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.