ETV Bharat / state

'ମିଛ କହି ଭୋଟ ନେଇଥିବା ଚୋର ଧରାପଡ଼ିଛି'; ନୂଆ ଜିଲ୍ଲା ଗଠନରେ ହାଇକୋର୍ଟଙ୍କ ଅଙ୍କୁଶ ପରେ ତେଜିଲା ରାଜନୀତି

author img

By ETV Bharat Odisha Team

Published : Dec 22, 2023, 10:41 PM IST

Formation of new District: ନୂଆ ଜିଲ୍ଲା ଗଠନରେ ହାଇକୋର୍ଟ ଅଙ୍କୁଶ ଲଗାଇବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧୋକା ଦେଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେପଟେ ମିଛ କହି ଭୋଟ ନେଇଥିବା ଚୋର ଧରା ପଡ଼ିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ନୂଆ ଜିଲ୍ଲା ଗଠନରେ ହାଇକୋର୍ଟଙ୍କ ଅଙ୍କୁଶ ପରେ ରାଜନୀତି ତେଜିଲା

ଭୁବନେଶ୍ବର: ଓଡିଶା ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି । ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇପାରିବେ । କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଏହାକୁ ନେଇ ରାଜନୀତି ଜୋରଦାର ହୋଇଛି ।

ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଜିଲ୍ଲା ଗଠନ ନିଷ୍ପତ୍ତି ହୋଇପାରିବ ନାହିଁ । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ୍‌ଏସ୍‌ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଅକ୍ଷୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଶୀତ ଛୁଟିର ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତିକୁ ବଡ଼ ଝଟ୍‌କା ଲାଗିଛି ।

'ଧୋକା ଦେଲେ ମୁଖ୍ୟମନ୍ତ୍ରୀ:' ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ପଦ୍ମପୁରବାସୀଙ୍କୁ ପ୍ରତାରଣା ଓ ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନ ଜିତିବା ପାଇଁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଲେ । ପଦ୍ମପୁର ଜିଲ୍ଲା ମାନ୍ୟତା ପାଉ ବୋଲି ନବୀନ ବାବୁ ଚାହୁଁନାହାନ୍ତି । ଯେହେତୁ ସେ ଲୋକଙ୍କ କଥା ରଖିଲେ ନାହିଁ ବୋଲି ଲୋକେ କହିବେ, ତେଣୁ ସେଥିରୁ ମୁକୁଳିବାର ରାସ୍ତା ସେ ବାହାର କରିଛନ୍ତି । ଚକ୍ରାନ୍ତ କରି ହାଇକୋର୍ଟରେ ଏକ ଅର୍ଡର କରେଇଛନ୍ତି ଯେ, ରାଜ୍ୟ ବିନା ଅନୁମତିରେ ଜିଲ୍ଲା କରିପାରିବ ନାହିଁ । ମୁଖ୍ୟମନ୍ତ୍ରୀ କଣ ସୁପ୍ରିମକୋର୍ଟ କି ହାଇକୋର୍ଟଙ୍କୁ ପଚାରି ପଦ୍ମପୁରକୁ ଜିଲ୍ଲା କରିବି ବୋଲି ଘୋଷଣା କରିଥିଲେ କି ? ବିଜୁ ବାବୁ ଯେତେବେଳେ ୧୩ରୁ ୩୦ ଜିଲ୍ଲା କଲେ, ସେତେବେଳେ ତାଙ୍କୁ କେଉଁ ହାଇକୋର୍ଟ ଅଙ୍କୁଶ ଲଗାଇଥିଲା ? ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କରିବା ସ୍ଥିତିରେ ନାହାନ୍ତି । କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ଲୋକ ଅପବାଦରୁ ବଞ୍ଚିବା ପାଇଁ ହାଇକୋର୍ଟଙ୍କ ସାହାରା ନେଇଛନ୍ତି । ପଦ୍ମପୁରବାସୀଙ୍କ ହକ ପାଇଁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ, ଜିଲ୍ଲା ଗଠନ ପାଇଁ ଜରୁରୀ ହାଇକୋର୍ଟଙ୍କ ଅନୁମତି

'ଚୋର ଧରାପଡ଼ିଛି': ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରିବେ ବୋଲି ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଜିଲ୍ଲା ପୁନର୍ଗଠନ ଲାଗି ଯେଉଁ ପ୍ରକ୍ରିୟା ଆବଶ୍ୟକ, ତାହା ମଧ୍ୟ ହୋଇନାହିଁ । ଜନସ୍ବାର୍ଥ ମାମଲା ଦାଖଲ ହୋଇଥିବାରୁ ସରକାର ନିରୁତ୍ତର ରହିଲେ । କେଉଁ ପ୍ରକାରେ ଜିଲ୍ଲା ଗଠନ କରୁଛନ୍ତି ତାହା ରାଜ୍ୟ ସରକାର କହିପାରିଲେ ନାହିଁ । ତେଣୁ ସନ୍ଦେହ ହେଉଛି ଯେ, ସରକାରଙ୍କ ଉଦ୍ୟମରେ ଏହି ଜନସ୍ବାର୍ଥ ମାମଲା ହୋଇଥିଲା । ବର୍ତ୍ତମାନ ପଦ୍ମପୁରବାସୀଙ୍କୁ ସରକାର ଦଳ ପକ୍ଷରୁ କୁହାଯିବ, ଆମେ କଣ କରିବୁ । ହାଇକୋର୍ଟ ବନ୍ଦ କରିଦେଲେ । ଚୋର ଧରା ପଡିଯାଇଛି । ମିଛ କହି କେମିତି ଭୋଟ ନିଆଯାଏ, ବର୍ତ୍ତମାନ ତାହା ପ୍ରମାଣିତ ହୋଇଛି ।"

'ସରକାରଙ୍କର ମାନସିକତା ଅଛି': ସେପଟେ ବିରୋଧୀଙ୍କ ସମାଲୋଚନାର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଜିଲ୍ଲା ଗଠନ ସାମ୍ବିଧାନିକ ବ୍ୟବସ୍ଥା ଭିତରେ ଏ ସବୁ କାର୍ଯ୍ୟ ହୁଏ । ଜିଲ୍ଲା ଗଠନ ନେଇ ରାଜ୍ୟ ସରକାରଙ୍କର ମାନସିକତା ଅଛି । ସେଥିପାଇଁ ରାଜ୍ୟ ସରକାର ତାଙ୍କର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି । ବିଧି ବ୍ୟବସ୍ଥା ପୂରଣ ହେବା ପରେ ତାହା ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.