ETV Bharat / state

ଶାସନର ୨୪ବର୍ଷ ପରେ ଶଙ୍ଖ ଭବନ ପରିକଳ୍ପନା କାହିଁକି ? ଟଙ୍କା କେଉଁଠୁ ଆସିଲା ଲୋକେ ଜାଣିଛନ୍ତି କହିଲା କଂଗ୍ରେସ

author img

By

Published : May 2, 2023, 10:06 PM IST

ରାଜ୍ୟରେ ବିଜେଡି ଶାସନରେ ରହିବାର ୨୪ ବର୍ଷ ପରେ ନିର୍ମାଣ ହୋଇଛି ଶଙ୍ଖ ଭବନ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପିକୁ ଅନୁସରଣ କରି ବିଜେଡି ଏଭଳି ଆଲିସାନ କାର୍ଯ୍ୟାଳୟ ନିର୍ମାଣ କରିଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ବିଜେଡି କର୍ପୋରେଟ ଢାଞ୍ଚାରେ ଦଳକୁ ପରିଚାଳନା କରିବାକୁ ଚାହୁଁଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ଅଧିକ ପଢ଼ନ୍ତୁ

ଶାସନର ୨୪ ବର୍ଷ ପରେ ଶଙ୍ଖ ଭବନର ପରିକଳ୍ପନା କାହିଁକି ?

ଭୁବନେଶ୍ବର: ଗତ ଏପ୍ରିଲ ମାସରେ ଅକ୍ଷୟ ତୃତୀୟାରେ ସାଢେ ୪ କୋଟି ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି ବିଜେଡିର ନୂତନ ଅଫିସ ଶଙ୍ଖ ଭବନ । ତେବେ ପ୍ରଶ୍ନ ଉଠୁଛି ବିଜେଡି ଶାସନର ୨୪ ବର୍ଷ ପରେ କାହିଁକି ଏତେ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ଶଙ୍ଖ ଭବନ ? ଏବେ ଏହି ବିଶାଳ ଭବନର ଆବଶ୍ୟକତା କଣ ପଡ଼ିଲା ? ତେବେ ଏହାକୁ ନେଇ ଶାସକ ଦଳକୁ କଡ଼ା ସମାଲୋଚନା କରିବା ସହ ବିଜେପିକୁ ଅନୁସରଣ କରି ବିଜେଡି ଏଭଳି ଆଲିସାନ କାର୍ଯ୍ୟାଳୟ ନିର୍ମାଣ କରିଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ବିଜେଡି କର୍ପୋରେଟ ଢାଞ୍ଚାରେ ଦଳକୁ ପରିଚାଳନା କରିବାକୁ ଚାହୁଁଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ।

BJD ପାୱାର ସେଣ୍ଟର ହେବ ଶଙ୍ଖ ଭବନ: କୁହାଯାଉଛି ଏହି ଶଙ୍ଖ ଭବନରୁ ଦଳର ବଡ଼ ବଡ଼ ନିଷ୍ପତ୍ତି ନିଆଯିବ । ନିର୍ବାଚନୀ ରଣନୀତି ପ୍ରସ୍ତୁତ ହେବ । ଯାହା ପୂର୍ବରୁ ପ୍ୟାରୀ ମୋହନ ମହାପାତ୍ରଙ୍କ ସମୟରେ ସହିଦ ନଗର ୧୧୧ ନମ୍ବର ପ୍ଲଟରୁ ହେଉଥିଲା । ଏପରିକି ବିଜେଡି ଗଠନ ସମୟରେ ବିଜୟ ମହାପାତ୍ର ଏବଂ ରାମକୃଷ୍ଣ ପଟ୍ଟନାୟକଙ୍କ ବାସଭବନରୁ ହେଉଥିଲା । ପରବର୍ତ୍ତୀ ସମୟରେ ନବୀନ ନିବାସ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବାସ ଭବନରୁ ହେଉଥିଲା । ଏବେ ଶଙ୍ଖ ଭବନରୁ ତିଆରି ହେବ ନକ୍ସା । କିଏ କେଉଁଠୁ ଟିକେଟ ପାଇବେ, କିଏ ବିଧାୟକ ଓ କିଏ ସାଂସଦ ପ୍ରାର୍ଥୀ ହେବେ, ତାର ନୀଳନକ୍ସା ଶଙ୍ଖ ଭବନରୁ ପ୍ରସ୍ତୁତ ହେବ । କହିବାକୁ ଗଲେ ବିଜେଡିର ଆଗାମୀ ପିଢି ପାଇଁ ପାୱାର ସେଣ୍ଟର ହେବ ଶଙ୍ଖ ଭବନ । ଦଳୀୟ ରଣନୀତି, ନିର୍ବାଚନୀ ରଣନତୀ, ଦଳ ପରିଚାଳନା ସବୁ କିଛି ଏହିଠାରୁ ହେବ ।

'ଏତେ ଟଙ୍କା କେଉଁଠୁ ଆସିଲା, ଓଡିଶାବାସୀ ଜାଣିଛନ୍ତି': ତେବେ ବିଜେଡି ଶାସନର ୨୪ ବର୍ଷ ପରେ ଶଙ୍ଖ ଭବନ ନିର୍ମାଣକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ବିଜେପି ସହିତ ପ୍ରତିଯୋଗିତା କରୁଛି ବିଜେଡି । ବିଜେପି ଯେମିତି ଚାରିଆଡେ ବଡ଼ ବଡ଼ କାର୍ଯ୍ୟାଳୟ କରୁଛି, ବିଜେଡି ତାକୁ ଅନୁସରଣ କରୁଛି । ଶଙ୍ଖ ଭବନ ନିର୍ମାଣରେ ଖର୍ଚ୍ଚ ହୋଇଥିବା ଟଙ୍କା ଆସିଲା କୁଆଡୁ, ଏକଥା ଓଡିଶାବାସୀଙ୍କୁ ଜଣାଅଛି । ୨୪ ବର୍ଷ ବିଜେଡି ଶାସନରେ ଅଛି ତଥାପି ଓଡିଶା ଆଜି ଗରିବ । ୧୬ ଲକ୍ଷ ଲୋକ ଖାଇବାକୁ ପାଉନାହାନ୍ତି । ୨୦୨୪ରେ ଓଡ଼ିଶାର ଜନସାଧାରଣ ଠିକ ଭାବେ ଜବାବ ଦେବେ ।" ଏପରି ସମୟରେ ଏତେ ଟଙ୍କା ଖର୍ଚ୍ଚ କରି ଶଙ୍ଖ ଭବନ ନିର୍ମାଣ କରିବାର ଯଥାର୍ଥତା କଣ ତାର ଜବାବ ଓଡ଼ିଶାବାସୀ ଦେବେ ବୋଲି କହିଛି କଂଗ୍ରେସ ।

'ଗୋଟିଏ ବିଲ୍ଡିଂରେ ରହିବ କ୍ଷମତା କେନ୍ଦ୍ର': ସେପଟେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର ଏକଦା ଘୋଷଣା କରିଥିଲେ ବିଜେଡି ଏଖ କ୍ୟାଡର ଭିତ୍ତିକ ଦଳ ହେବାକୁ ଯାଉଛି । ଆଉ ଏହି କ୍ୟାଡରମାନଙ୍କ ସୁପରିଚାଳନା ପାଇଁ ଶଙ୍ଖ ଭବନର ପରିକଳ୍ପନା ହୋଇପାରେ । ଦେଶର ଅନ୍ୟ ଆଞ୍ଚଳିକ ରାଜନୈତିକ ଦଳ ଭଳି ବିଜେଡି କର୍ପୋରେଟ ଢାଞ୍ଚାରେ ଦଳକୁ ପରିଚାଳନା କରିବାକୁ ଚାହୁଁଛି । ବିଜୁ ଲିଗାସି ଏବଂ ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ପରବର୍ତ୍ତୀ ପିଢି ପାଇଁ ଏହା ଉତ୍ସାହ ଆଣିଦେବ । ଗୋଟିଏ ବିଲ୍ଡିଂରେ ସବୁକିଛି ହୋଇପାରିବ । କାରଣ ଏଠି ବୈଷୟିକ ଜ୍ଞାନ କୌଶଳରେ ସବୁ କିଛି ନିର୍ମାଣ ହୋଇଛି । ଟିଡିପି, YSR କଂଗ୍ରେସ, BRS ଭଳି ବିଜେଡି ମଧ୍ୟ ସମାନ ରାସ୍ତା ଆପଣେଇଛି । ବିଜେପି ମଧ୍ୟ ତାର ନିଜସ୍ବ ଦଳୀୟ କାର୍ଯ୍ୟାଳୟ ବଡ଼ ଆକାରରେ ଦିଲ୍ଲୀରେ ତିଆରି କରିଛି । ତେଣୁ ଦଳର ସୁପରିଚାଳନା ଏହିଠାରୁ ସୁବିଧାରେ ହୋଇପାରିବ ।" ଏହା ପରିକଳ୍ପନା କରି ଶଙ୍ଖ ଭବନ ତିଆରି କରାଯାଇଛି ବୋଲି ସେ କହିଛନ୍ତି ।

ତେବେ ଭୁବନେଶ୍ବରର ୟୁନିଟ ୬ ଅଞ୍ଚଳରେ ୧.୧୮ ଏକର ଜମିରେ ତିଆରି ହୋଇଛି ଶଙ୍ଖ ଭବନ । ପ୍ରଥମ ଫ୍ଲୋରରେ ଏକ କନଫରେନ୍ସ ହଲ ରହିଛି । ଯେଉଁ ହଲରେ ୨ ହଜାର ଲୋକ ବସିବାର କ୍ଷମତା ଅଛି । ୨୫୦ ସିଟ ବିଶିଷ୍ଟ ଏକ ବଡ଼ ଅଡିଟୋରିୟମ ସହିତ ଏକ କ୍ୟାଣ୍ଟିନ ମଧ୍ୟ ରହିଛି । ପ୍ରେସ କନଫରେନ୍ସ ହଲ ରହିବା ସହ ସାମ୍ବାଦିକମାନେ ବସିବା ପାଇଁ ଏକ ବଡ଼ ହଲ ମଧ୍ୟ ରହିଛି । ତେବେ ବିଜେଡି ଶାସନର ୨୪ ବର୍ଷ ପରେ ଏଭଳି ଆଲିସାନ ଭବନକୁ ନେଇ ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.