ETV Bharat / state

ଘାରିଛି କି CBI-ED ଭୟ ? BJD ତୃତୀୟ ସାମ୍ମୁଖ୍ୟକୁ ଯିବାର ପ୍ରଶ୍ନ ଉଠୁନାହିଁ କହିଲେ ରାଜନୀତି ସମୀକ୍ଷକ

author img

By

Published : May 24, 2023, 8:02 AM IST

ତୃତୀୟ ସାମ୍ମୁଖ୍ୟ ପାଇଁ ବିଜେପି ବିରୋଧୀ ଏକାଠି ହେଉଥିବା ବେଳେ ନବୀନଙ୍କ ଷ୍ଟାଣ୍ଡ୍‌ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ରାଜ୍ୟରେ ରାଜନୀତି ସମୀକ୍ଷକଙ୍କ ରାଜ୍ୟରେ ମତରେ ଓଡିଶାର ଅନେକ ନେତା ଓ ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗ ରହିଛି । ତେଣୁ କେନ୍ଦ୍ରରେ ବିଜେପି ସରକାର ଥିବା ପର୍ଯ୍ୟନ୍ତ ନବୀନ କୌଣସି ମେଣ୍ଟଟକୁ ସମର୍ଥନ ଦେବେନାହିଁ । ଅଧିକ ପଢ଼ନ୍ତୁ

ତୃତୀୟ ସାମ୍ମୁଖ୍ୟକୁ କଣ ପାଇଁ ଯିବନି ବିଜେଡି ?

ଭୁବନେଶ୍ବର: ଭାରତୀୟ ରାଜନୀତିରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ କାହିଁକି ଓଡିଶାରେ ଫେଲ ମାରିଲା ? ନବୀନ କାହିଁକି ସମର୍ଥନ ଜଣାଇଲେ ନାହିଁ ? ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କୁ ଭେଟିଲେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନଙ୍କୁ ଭେଟିଲେ । ତଥାପି କୌଣସି ଫଳ ବାହାରିଲା ନାହିଁ । ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟଠାରୁ ନିଜକୁ ଦୂରେଇ ରଖିଲା ବିଜେଡି ।

'ବିଜେଡି ଏଥିରେ ମୁଣ୍ଡ ଖେଳାଇବନି': ତୃତୀୟ ସାମ୍ମୁଖ୍ୟ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ଦେଶରେ ପ୍ରଥମେ ତୃତୀୟ ସାମ୍ମୁଖ୍ୟ ଗଠନ ହେଉ । ଏହା ହେଲେ ପ୍ରଭାବ ଓଡିଶାରେ ପଡିପାରେ । ତୃତୀୟ ସାମ୍ମୁଖ୍ୟ ପ୍ରଥମେ ଦାନା ବନ୍ଧୁ । ଆଲୋଚନା ଚାଲିଛି । ତୃତୀୟ ସାମ୍ମୁଖ୍ୟ ଦାନା ବାନ୍ଧିଲେ, ବିଭିନ୍ନ ରାଜ୍ୟ ପ୍ରଭାବିତ ହୋଇପାରନ୍ତି । ଓଡିଶା ମଧ୍ୟ ଭାରତବର୍ଷର ଅଙ୍ଗ । କର୍ଣ୍ଣାଟକରେ କଂଗ୍ରେସ କାର୍ଯ୍ୟକ୍ରମକୁ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ଯାଇନଥିଲେ । ନୀତିଶ କୁମାର ତାଙ୍କୁ ଦେଖା କରିଛନ୍ତି । ତାହା ତାଙ୍କ ବ୍ୟାପାର । ବିଜେଡି ଏଥିରେ ମୁଣ୍ଡ ଖେଳାଇବାର ନାହିଁ ।"

'ତୃତୀୟ ସାମ୍ମୁଖ୍ୟ ଏକ ବିଲୁଆ ବିଚାର': ଅନ୍ୟପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ତୃତୀୟ ସାମ୍ମୁଖ୍ୟ ଏକ ବିଲୁଆ ବିଚାର । ଏହା ସଫଳ ହେବାର ନାହିଁ । ନୀତିଶ କୁମାର ନିଜର ଭୁଲକୁ ଲୁଚାଇବା ପାଇଁ ଏହି ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା କରିଛନ୍ତି । ଯାହାକି ସମ୍ଭବ ହେବ ନାହିଁ । ବିଲେଇ ବେକରେ ଘଣ୍ଟି ବାନ୍ଧିବା ନ୍ୟାୟରେ ନୀତିଶ କୁମାର ଅଣବିଜେପି ସରକାର ଥିବା ରାଜ୍ୟ ଗୁଡିକ ବୁଲୁଛନ୍ତି । ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନୀତିଶ ଯେଉଁମାନଙ୍କୁ ନେଇ ଏକାଠି କରୁଛନ୍ତି, ସେମାନଙ୍କ ଭିତରେ କିଛି ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ସମାଜ ଦ୍ବାରା ଗ୍ରହଣୀୟ ନୁହେଁ । ଯଦି ଓଡ଼ିଶା କଥା ଦେଖାଯାଏ, ତେବେ ନବୀନ ଜଣେ ସ୍ବାର୍ଥବାଦୀ ନେତା । ସେ ବିଜେପିର ତଥା ମୋଦି ସରକାର ପାଖରେ ଶରଣାପନ୍ନ ।" ତେଣୁ ତୃତୀୟ ସାମ୍ମୁଖ୍ୟ ଓଡିଶାରେ କିଛି କରିପାରିବ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।

'ତୃତୀୟ ସାମ୍ମୁଖ୍ୟ କେନ୍ଦ୍ରରେ ସଫଳ ହେବ': ସେପଟେ ପିସିସି ସଭାପତିଙ୍କ କହିବା ହେଲା, "କର୍ଣ୍ଣାଟକରେ ଯେତେବେଳେ ସିଦ୍ଧରମୈୟା ସରକାରଙ୍କ ଶପଥପାଠ ଚାଲିଥିଲା, ସେତେବେଳେ ବିରୋଧୀ ନୀତିଶଙ୍କ ନେତୃତ୍ବରେ ଶକ୍ତି ପ୍ରଦର୍ଶନ କରିସାରିଛନ୍ତି । ଯଦିଓ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ସେଠାକୁ ଆସିନଥିଲେ, ଆଜି ମଧ୍ୟ ଦିଲ୍ଲୀରେ ପରବର୍ତ୍ତୀ ରୂପରେଖ ପାଇଁ ବୈଠକ ଚାଲିଛି । ନୀତିଶଙ୍କ ସହ ବିଚାର ବିମର୍ଶରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଅଛନ୍ତି । କଂଗ୍ରେସ ନେତୃତ୍ବରେ ତୃତୀୟ ସାମୁଖ୍ୟ ସମର୍ଥନରେ ୨୦୨୪ରେ କେନ୍ଦ୍ରରେ ସରକାର ଗଠନ ହେବାକୁ ଯାଉଛି । ନବୀନ ସମଦୂରତା ଫର୍ମୁଲାରେ ଅଛନ୍ତି । କିନ୍ତୁ କେନ୍ଦ୍ରରେ ନବୀନ କଣ କରିବେ ସେ ଜାଣିଥିବେ ।" ଅନ୍ୟପଟେ ତୃତୀୟ ସାମ୍ମୁଖ୍ୟ କିନ୍ତୁ କେନ୍ଦ୍ରରେ ସଫଳ ହେବାକୁ ଯାଉଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

'ନବୀନଙ୍କ ଫର୍ମୁଲା ସମଦୂରତା ନୁହେଁ, ସମମିତ୍ରତା': ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ ମତରେ,"ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପୂର୍ବରୁ ବିରୋଧୀମାନଙ୍କୁ ଏକାଠି କରୁଛନ୍ତି । ନବୀନ କିନ୍ତୁ ସମଦୂରତ୍ବ ବଦଳରେ ସମମିତ୍ରତା ରକ୍ଷା କରୁଛନ୍ତି । କେନ୍ଦ୍ରରେ ଯେତେବେଳେ ୟୁପିଏ ସରକାର ଥିଲା, ସୋନିଆ ଗାନ୍ଧୀ ଚେୟାର ପର୍ସନ ଥିଲେ, ସେତେବେଳେ ନବୀନ ସୋନିଆଙ୍କ ସହିତ ଉତ୍ତମ ବନ୍ଧୁତା ରକ୍ଷା କରିଥିଲେ । ସେତେବେଳେ ମଧ୍ୟ କେନ୍ଦ୍ରର ୟୁପିଏ ମନ୍ତ୍ରୀମାନେ ଓଡିଶା ଆସିଲେ ନବୀନଙ୍କ ପ୍ରଶଂସା କରୁଥିଲେ । ଯାହା ନବୀନଙ୍କ ଇମେଜ ବିଲ୍ଡିଂରେ ସହାୟକ ହୋଇଥିଲା । ୨୦୧୪ ପରେ ମଧ୍ୟ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମୋଦିଙ୍କ ସହିତ ଉତ୍ତମ ମିତ୍ରତା ରଖିଛନ୍ତି ନବୀନ ପଟ୍ଟନାୟକ । କାରଣ ବିଜେଡିର ଅନେକ ମନ୍ତ୍ରୀ ଓ ନେତା ଚିଟଫଣ୍ଡ ଓ ଖଣିଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗମାନ ରହିଛି । ଯଦି କେନ୍ଦ୍ରରେ ବିଜେପି ସରକାର ସହ ବନ୍ଧୁତା ନରଖନ୍ତି, ଓଡ଼ିଶାରେ ସ୍ଥିତି କଣ ହେବ ତାହା ସହଜରେ ଅନୁମାନ କରାଯାଇପାରେ ।" ସେ ଦୃଷ୍ଟିରୁ ଚିନ୍ତା କରି କେନ୍ଦ୍ରରେ ବିଜେପି ସରକାର ଥିବା ପର୍ଯ୍ୟନ୍ତ ନବୀନ ଅନ୍ୟ କୌଣସି ମେଣ୍ଟଟକୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ ।

କେନ୍ଦ୍ରରେ ବିଜେପି ସରକାରକୁ ମାତ ଦେବା ପାଇଁ ନୀତିଶ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ବିରୋଧୀ ଗୋଷ୍ଠୀଙ୍କୁ ଭେଟି ଏକ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟର ମାହୋଲ ସୃଷ୍ଟି କରିଛନ୍ତି । କିନ୍ତୁ ଓଡ଼ିଶାରେ ନବୀନ ସମଦୂରତ୍ବ ଫର୍ମୁଲା ଆପଣାଇଥିବାରୁ ତୃତୀୟ ସାମ୍ମୁଖ୍ୟ ରଣନୀତି ଓଡିଶା କ୍ଷେତ୍ରରେ ଫେଲ ମାରିଛି । ରାଜନୀତି ସମୀକ୍ଷକଙ୍କ ମତରେ ନବୀନଙ୍କୁ ଇଡି ଓ ସିବିଆଇର ଭୟ ମଧ୍ୟ ରହିଛି । କାରଣ ଓଡିଶାର ଅନେକ ନେତା ଓ ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗ ରହିଛି । ଆଉ ବୋଧହୁଏ ସେହି କାରଣ ପାଇଁ ନବୀନ ସମମିତ୍ରତା ଆପଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.