ETV Bharat / state

କେନ୍ଦ୍ରରେ ଆରମ୍ଭ ହେଲାଣି ଏନ୍‌ଡିଏ ବନାମ ଇଣ୍ଡିଆ ଫାଇଟ୍‌, ଓଡ଼ିଶାରେ କଣ ପଡ଼ିବ ପ୍ରଭାବ ? - ଏନ୍‌ଡିଏ ବନାମ ଇଣ୍ଡିଆ

ସାଧାରଣ ନିର୍ବାଚନ ପୂର୍ବରୁ ମଣିପୁର ପ୍ରସଙ୍ଗରେ ଆରମ୍ଭ ହୋଇଗଲାଣି ଏନ୍‌ଡିଏ ବନାମ ଇଣ୍ଡିଆ ଫାଇଟ୍‌ । ତେବେ ଏହି ରାଜନୈତିକ ଯୁଦ୍ଧ ଓଡ଼ିଶାରେ କଣ ପ୍ରଭାବ ପକାଇବ ସେନେଇ ଆରମ୍ଭ ହୋଇଛି ଆଲୋଚନା । ହେଲେ ବିଜେଡି ଆଗରେ ଏନ୍‌ଡିଏ କିମ୍ବା ଇଣ୍ଡିଆ କୌଣସି ପ୍ରଭାବ ପକାଇ ପାରିବେନି ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

କେନ୍ଦ୍ରରେ ଆରମ୍ଭ ହେଲାଣି ଏନ୍‌ଡିଏ ବନାମ ଇଣ୍ଡିଆ ଫାଇଟ୍‌

author img

By

Published : Aug 1, 2023, 5:36 PM IST

Updated : Aug 1, 2023, 6:42 PM IST

କେନ୍ଦ୍ରରେ ଆରମ୍ଭ ହେଲାଣି ଏନ୍‌ଡିଏ ବନାମ ଇଣ୍ଡିଆ ଫାଇଟ୍‌

ଭୁବନେଶ୍ବର: ମଣିପୁର ପ୍ରସଙ୍ଗରେ ଆଜି ବି ସଂସଦର ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଅଚଳାବସ୍ଥା ଲାଗି ରହିଛି । ଜାରି ରହିଛି ଏନ୍‌ଡିଏ ବନାମ ଇଣ୍ଡିଆର ଲଢେଇ । କଂଗ୍ରେସ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତୁ ଦାବି କରି ଅଡ଼ି ବସିଛି ବିରୋଧୀ ମେଣ୍ଟ ଇଣ୍ଡିଆ । ଏହାରି ଭିତରେ ବଡ଼ ପ୍ରଶ୍ନ ହେଲା, କେନ୍ଦ୍ରରେ ଇଣ୍ଡିଆ ବନାମ ଏନ୍‌ଡିଏ ଲଢେଇର କି ପ୍ରଭାବ ପଡିବ ଓଡିଶା ରାଜନୀତି ଉପରେ ଆଗାମୀ ନିର୍ବାଚନରେ ।

'ରାଜ୍ୟରେ ଏବଂ କେନ୍ଦ୍ରରେ ସରକାର କରିବ ଇଣ୍ଡିଆ': ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "୨୬ ରାଜନୈତିକ ଦଳକୁ ନେଇ ତିଆରି ହୋଇଥିବା ବିରୋଧୀ ମେଣ୍ଟ ଆଗାମୀ ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ସରକାର ଗଠନ କରିବ ଇଣ୍ଡିଆ । ଆଗକୁ ୪ଟି ରାଜ୍ୟରେ ଆସୁଥିବା ନିର୍ବାଚନରେ ମଧ୍ୟ କଂଗ୍ରେସ ସଫଳ ପ୍ରଦର୍ଶନ କରିବାକୁ ଯାଉଛି । ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ଯେଉଁଭଳି ଦଳ ପ୍ରଦର୍ଶନ କଲା, ଏହି ୪ ରାଜ୍ୟର ନିର୍ବାଚନ ଏବଂ ଓଡିଶାରେ ମଧ୍ୟ ତାର ପ୍ରତିଫଳନ ଦେଖିବାକୁ ମିଳିବ ।"

'ଓଡ଼ିଶାରେ ଇଣ୍ଡିଆର ପ୍ରଭାବ ପଡ଼ିବନି': ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଓଡିଶାରେ ଇଣ୍ଡିଆ ବନାମ ଏନ୍‌ଡିଏ ଲଢେଇର ଏତେଟା ପ୍ରଭାବ ପଡିବା ପରି ମନେ ହେଉନାହିଁ । ଓଡିଶାରେ ଏନ୍‌ଡିଏର ଏକମାତ୍ର ବଡ଼ ବିରୋଧୀ ହେଉଛି ବିଜେଡି । କିନ୍ତୁ ବିଜେଡିର ସୁପ୍ତ ସମର୍ଥନ ରହିଛି ବିଜେପି ଆଡକୁ । ଉଭୟ ବିଜେଡି ଏବଂ ବିଜେପି ନିଜ ନିଜ ତାକତରେ ଲଢେଇ କରିବେ । ବିଜେଡି ସମଦୂରତ୍ବର ଫର୍ମୁଲା ଆପଣାଇ ଏକାକୀ ଲଢେଇ କରିବ । ଏଠି ଇଣ୍ଡିଆର ପ୍ରଭାବ ଏତେଟା ଦେଖିବାକୁ ମିଳିବ ନାହିଁ ।"

'ବିକଳ୍ପ ଦଳ ଭାବେ ଲୋକଙ୍କ ପାଖକୁ ଯିବ ଆପ୍‌': ତେବେ ଲୋକସଭାରେ ଲଢେଇ କରିବା ପାଇଁ ଆପ୍‌ ସହିତ ଇଣ୍ଡିଆର ବୁଝାମଣା ହୋଇଛି । କିନ୍ତୁ ବିଧାନସଭା କ୍ଷେତ୍ରରେ ଓଡ଼ିଶାରେ ଇଣ୍ଡିଆର ଭୂମିକା କଣ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏନେଇ ବାରମ୍ବାର ଆଲୋଚନା ହେବ ବୋଲି ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି । ସେ କହିଛନ୍ତି, "ବିଜେଡି ଓ ବିଜେପିର ଭିତିରି ବୁଝାମଣା ଭିତରେ ଆପ୍‌ ଏକ ବିକଳ୍ପ ରାଜନୈତିକ ଦଳ ଭାବେ ଲୋକଙ୍କ ପାଖକୁ ଯିବ ଆଗାମୀ ନିର୍ବାଚନରେ । ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଅସ୍ତବ୍ୟସ୍ତ ହୋଇପଡିଥିବା ଲୋକମାନେ ଏକ ବିକଳ୍ପ ଭାବେ ଆପକୁ ବାଛିବେ । କିନ୍ତୁ ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଇଣ୍ଡିଆ କି ଭୂମିକା ଗ୍ରହଣ କରିବାକୁ ଯାଉଛି ତାହା ଆଗାମୀ ଦିନରେ ଜଣାପଡିବ ।"

ଏହା ମଧ୍ୟ ପଢ଼ନ୍ତୁ...ଆଗୁଆ ନିର୍ବାଚନ ହେଲେ କେନ୍ଦ୍ରରେ ବିରୋଧୀ ମେଣ୍ଟକୁ ଫାଇଦା ! 'ଓଡିଶାରେ ବିଜେଡି ଆଗରେ'

'ଇଣ୍ଡିଆ ଭଲ ଫାଇଟ୍‌ ଦେଇପାରିବ ନାହିଁ ': ସେହିଭଳି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ରାଜନୈତିକ ବାସ୍ତବତା ଉପରେ ଧ୍ୟାନ ଦେବା ଦରକାର । ଲୋକଙ୍କ ପାଖରେ ଦୁଇଟି ଅପ୍‌ସନ୍‌ ଅଛି । ବିଜେଡି କିମ୍ବା ବିଜେପି । ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରଭାବ ସାରା ଭାରତରେ ପଡିବ ବୋଲି ସନ୍ଦେହ ରହିଛି । କାରଣ ଏହି ଇଣ୍ଡିଆ ଶବ୍ଦର ଅର୍ଥ ଲୋକେ ବୁଝିସାରିଲେଣି । ଇଣ୍ଡିଆନ୍‌ ନ୍ୟାସନାଲ କଂଗ୍ରେସରେ ଇଣ୍ଡିଆ ଶବ୍ଦର ବ୍ୟବହାର ହୋଇଛି । ଏହା ବିଦେଶୀମାନଙ୍କ ଦ୍ବାରା ଗଠିତ । ରାଜ୍ୟରେ କଂଗ୍ରେସ ନିଜ ସତ୍ତା ଖୋଜୁଛି, ନିଜର ସ୍ଥିତି ଠିକ ଭାବେ ରଖିନାହିଁ । ଏପରି ସ୍ଥିତିରେ ମାଇନର ପାର୍ଟନର ମାନଙ୍କୁ ଧରି ରାଜନୀତି କରିବା ବା ନିର୍ବାଚନୀ ମୈଦାନକୁ ଓହ୍ଲାଇବା ଏତେଟା ସହଜ ହେବନାହିଁ ।" ତେବେ ଓଡିଶା ହେଉ ବା ଦେଶ, ବିରୋଧୀ ମେଣ୍ଟ ଇଣ୍ଡିଆ ଭଲ ଫାଇଟ ଦେଇପାରିବ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

ଏହା ମଧ୍ୟ ପଢ଼ନ୍ତୁ...ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

ଓଡ଼ିଶାରେ କଣ ରହିବ ପ୍ରଭାବ: ଗୋଟିଏପଟେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆ ଏବଂ ଏନ୍‌ଡିଏ ମଧ୍ୟରେ ଜବରଦସ୍ତ ଲଢେଇ ଚାଲିଛି । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମଣିପୁର ପ୍ରସଙ୍ଗରେ ହୁଲୁସ୍ତୁଲ ହେଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି । କିନ୍ତୁ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସାରା ଭାରତରେ ଇଣ୍ଡିଆ ତାର ପ୍ରଭାବ ବିସ୍ତାର କରିବାକୁ ଯାଉଛି ବୋଲି କଂଗ୍ରେସ ଆକଳନ କରିଛି । ହେଲେ ବିଜେପି ଏହାକୁ ପ୍ରତ୍ୟାଖାନ କରିଆସୁଛି । ମଣିପୁର ପ୍ରସଙ୍ଗରେ ଦେଶ ଆଗରେ ସଠିକ ଜବାବ ରଖିପାରିନଥିବା ବିଜେପି ଏହାକୁ କିପରି ମ୍ୟାନେଜ କରୁଛି ତାହା ଦେଖିବାକୁ ବାକି ରହିଲା । କିନ୍ତୁ ଏକଥା ସତ ଯେ, ଓଡିଶାରେ ବିଜେଡି ଆଗରେ ନା ଏନ୍‌ଡିଏ ନା ଇଣ୍ଡିଆ, କାହାରି ବି ପଲ୍ଲା ଭାରି ନରହିବା ନେଇ ରାଜନୀତି ସମୀକ୍ଷକମାନେ ମତ ରଖୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 1, 2023, 6:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.