ETV Bharat / state

’ଲୋକେ ବିଚାର କରିବେ ସୌମ୍ୟବାବୁ ଠିକ କହିଛନ୍ତି କି ନାହିଁ, ବିଜେଡି ରିପୋର୍ଟ ତଲବ କରୁ ସୌମ୍ୟ ବାବୁଙ୍କୁ’ - ବରିଷ୍ଠ ରାଜନେତା ଦାମୋଦର ରାଉତ

ବାରମ୍ବାର ସୌମ୍ୟ ବିସ୍ଫୋରଣରେ ରାଜ୍ୟ ରାଜନୀତି ସରଗରମ । ତେବେ ଜଣେ ଖବରକାଗଜର ସମ୍ପାଦକ ଭାବରେ ସେ ଏପରି ଲେଖିବା ଉଚିତ ବୋଲି ଅନୁଭବ କରିଛନ୍ତି ବରିଷ୍ଠ ରାଜନେତା ଓ ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ସୌମ୍ୟଙ୍କ ଲେଖା ଗ୍ରହଣଯୋଗ୍ୟ କି ନୁହେଁ ଲୋକେ ବିଚାର କରିବେ

author img

By ETV Bharat Odisha Team

Published : Aug 28, 2023, 6:41 PM IST

ସୌମ୍ୟଙ୍କ ଲେଖା ଗ୍ରହଣଯୋଗ୍ୟ କି ନୁହେଁ ଲୋକେ ବିଚାର କରିବେ

ଭୁବନେଶ୍ବର: 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀଙ୍କ ସମାଲୋଚନା ଭିତରେ ରାଜନୀତିକୁ ସରଗରମ କରିଥିଲା ଖୋଦ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଜନ୍ମଦିନରେ ଦୈନିକ ଖବରକାଗଜରେ ଲେଖିଥିବା ସମ୍ପାଦକୀୟ 'ଜନ୍ମଦିନର ଅନୁଚିନ୍ତା' । ଏଥିରେ ସିଧାସଳଖ ସେ 5T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଆଣିଥିବାବେଳେ ମନ୍ତ୍ରୀ ବିଧାୟକଙ୍କୁ ସଚିବଙ୍କ କାର୍ଯ୍ୟକ୍ରମରେ ଟେଣ୍ଟ ବାନ୍ଧୁଥିବା ଅଭିଯୋଗ ମଧ୍ୟ କରିଥିଲେ । ତେବେ ଏହି ଚର୍ଚ୍ଚା ରାଜ୍ୟ ରାଜନୀତିରୁ ଥମି ନଥିବାବେଳେ ପୁଣିଥରେ ନିଜ ସମ୍ପାଦକୀୟ 'ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା ଶୀର୍ଷକ' ମାଧ୍ୟମରେ ବିସ୍ଫୋରଣ କରିଛନ୍ତି ସୌମ୍ୟ । ଏଥର ନିଜ ସମ୍ପାଦକୀୟ 'ଆମ ଘରର ହାଲଚାଲ'ରେ ଏହି ବିଜେଡି ବିଧାୟକଙ୍କ ପୁଣି ଏକ ବିସ୍ଫୋରଣ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଦେଇଛି । ତେବେ ଜଣେ ଖବରକାଗଜର ସମ୍ପାଦକ ଭାବରେ ସେ ଏପରି ଲେଖିବା ଉଚିତ ବୋଲି ଅନୁଭବ କରିଛନ୍ତି ବରିଷ୍ଠ ରାଜନେତା ଓ ରାଜନୀତି ସମୀକ୍ଷକ ।

'ଏହି ଲେଖାକୁ ନେଇ ରାଜନୀତି କରାନଯାଉ': ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "ସୌମ୍ୟ ବାବୁ ଏକ ପ୍ରତିଷ୍ଠିତ ଖବର କାଗଜର ସମ୍ପାଦକ । ଜଣେ ସମ୍ପାଦକ ହିସାବରେ ସ୍ବର୍ଗତ ରାଧାନାଥ ରଥ ମଧ୍ୟ ବିଧାୟକ ଥାଇ ସମ୍ପାଦକୀୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ । ଭର୍ତ୍ତୃହରି ମହତାବ ମଧ୍ୟ ସମ୍ପାଦକୀୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୋଷତ୍ରୁଟିକୁ ସାମନାକୁ ଆଣୁଥିଲେ । ତେଣୁ ଯଦି ସୌମ୍ୟରଞ୍ଜନ ପଟ୍ଟନାୟକ ଏପରି ଲେଖା ଲେଖିଲେ, ଏଥିରେ ଅସୁବିଧା କଣ ରହିଲା ? ପାଠକ ଶ୍ରେଷ୍ଠ ବିଚାରକ । ଏହି ଲେଖା ଯୁକ୍ତିଯୁକ୍ତ କି ନୁହେଁ, ଗ୍ରହଣ ଯୋଗ୍ୟ କି ନୁହେଁ, ତାହା ପାଠକ ନିର୍ଦ୍ଧାରଣ କରିବେ, ରାଜନେତା ନୁହେଁ । ଏହି ଲେଖାକୁ ନେଇ ରାଜନୀତି କରାନଯାଉ ।"

ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କୁ ସୌମ୍ୟଙ୍କ ତେରେଚ୍ଛା ବାଣ, ପ୍ରଶଂସାରେ ପୋତିଲା ବିଜେପି

'ସ୍ବାଭିମାନ ଥିଲେ ସୌମ୍ୟ ବାବୁଙ୍କ ସମର୍ଥନରେ ଆସିଥାନ୍ତେ ବିଜେଡି ନେତା': ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "ସୌମ୍ୟ ବାବୁ ଯାହା କହିଛନ୍ତି, ବିଜେଡିରେ ଥିବା ଅନ୍ୟ ନେତାମାନଙ୍କର ଯଦି ସ୍ବାଭିମାନ ସାମାନ୍ୟ ଥାଆନ୍ତା, ସେମାନେ ଏହାକୁ ସମର୍ଥନ କରିବାକୁ ଆଗେଇ ଆସନ୍ତେ । କିନ୍ତୁ ବଡ଼ ଦୁର୍ଭାଗ୍ୟର କଥା, କେହି ଆଗକୁ ଆସିନାହାନ୍ତି କି ସୌମ୍ୟବାବୁଙ୍କ ସମର୍ଥନରେ ବାହାରି ନାହାନ୍ତି । ଓଡିଶାରେ ଯେଉଁ ବ୍ୟବସ୍ଥାରେ ଶାସନ ଚାଲିଛି ଏହା ସାରାଦେଶରେ ଗଣତନ୍ତ୍ର ପ୍ରତି ଏକ ଉପହାସ । ଅମଲାତନ୍ତ୍ର ରହିବାର ଆବଶ୍ୟକତା ରହିଛି । କ୍ୟାବିନେଟରେ ଯାହା ପାସ ହେବ ତାକୁ ସଚିବ ମାନେ କାର୍ଯ୍ୟକାରୀ କରିବେ । କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ ଅମଲାମାନେ ରାଜନୈତିକ ବୟାନବାଜି କରିବେ ।"

'ଦଳ ବିରୋଧୀ କାର୍ଯ୍ୟ କରିଥିଲେ କୈଫିୟତ ତଲବ କରୁ ବିଜେଡି': ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଯେହେତୁ ସେ ବିଜେଡିର ବିଧାୟକ ଅଛନ୍ତି, ଯଦି ସେ ଦଳ ବିରୋଧୀ କିଛି କାର୍ଯ୍ୟ କରିଛନ୍ତି ତାଙ୍କୁ ବିଜେଡି ପକ୍ଷରୁ କୈଫିୟତ ତଲବ କରାଯିବାର ଆବଶ୍ୟକତା ରହିଛି । କିନ୍ତୁ ସର୍ବସାଧାରଣରେ ଯାହା ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି, ତାକୁ ସେ ସମ୍ପାଦକୀୟରେ ସ୍ଥାନ ଦେଇଛନ୍ତି । ଏଥିରେ ଅସୁବିଧା କେଉଁଠି ରହିଲା । ହୁଏତ ଏହା ଶତ ପ୍ରତିଶତ ସତ ନହୋଇପାରେ, କିନ୍ତୁ ମିଛ ବି ନୁହେଁ । ପାଠକ ଏହାର ଶ୍ରେଷ୍ଠ ବିଚାରକ । ସେମାନେ ହିଁ ବିଚାର କରିବେ ଏହା ଗ୍ରହଣୀୟ କି ନୁହେଁ ।" କିନ୍ତୁ ସୌମ୍ୟ ବାବୁ ଏପରି ଲେଖି କିଛି ଭୁଲ କରିନାହାନ୍ତି ବୋଲି କହିଛନ୍ତି ରବି ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ସୌମ୍ୟଙ୍କ ବିସ୍ଫୋରଣ ଜାରି; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ

କଣ ପାଇଁ ହେଉନି କାର୍ଯ୍ୟାନୁଷ୍ଠାନ ?: ପ୍ରଥମେ 'ଜନ୍ମଦିନର ଅନୁଚିନ୍ତା' ଏବଂ ଏବେ 'ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା' ଶୀର୍ଷକ ଲେଖାରେ ଅମଲାତନ୍ତ୍ରଙ୍କୁ ସମାଲୋଚନା କରିଥିବାବେଳେ ନବୀନଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ସୌମ୍ୟ । ବଡ଼କଥା ହେଲା, ଦଳ ଭିତରେ ଥାଇ ଦଳ ବିରୋଧରେ ଏପରି ଲେଖା ଲେଖିବା ପରେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକି ପୂର୍ବରୁ ଦାମୋଦର ରାଉତଙ୍କ କ୍ଷେତ୍ରରେ ହୋଇଥିଲା । ଏପରିକି ପଞ୍ଚାନନ କାନୁନଗୋ ମଧ୍ୟ ପ୍ୟାରି-ନବୀନ ସମ୍ପର୍କକୁ ନେଇ କିଛି ଟିପ୍ପଣୀ ଦେଇଥିବା ବେଳେ ତାଙ୍କୁ ମଧ୍ୟ ଏକଘରିକିଆ କରିଦିଆଯାଇଥିଲା । ବାଧ୍ୟ ହୋଇ ସେ ଦଳ ଛାଡିଥିଲେ । ଆଜିର ସାମ୍ପ୍ରତିକ ପରିସ୍ଥିତିରେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟରେ ଶାଣିତ ଆକ୍ରମଣ କରୁଥିଲେ ମଧ୍ୟ, ବାରମ୍ବାର ବିସ୍ଫୋରଣ କରୁଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏନେଇ ଆମେ ବିଜେଡିର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.