ETV Bharat / state

ଗୋଳିଆ ରାଜନୀତିରୁ କିଏ ନେବ ଫାଇଦା ? ଆରମ୍ଭ ହେଲାଣି ଅଙ୍କକଷା, ଗାଁ ମୁଁହା ନେତା - ଖୋର୍ଦ୍ଧା ଆସନ ପାଇଁ ବିଜେଡି ଓ ବିଜେପିର କସରତ

ଆସନ୍ତା 2024 ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ସମସ୍ତଙ୍କ ପାଇଁ ଚାଲେଞ୍ଜ ପାଲଟିଛି । ତେବେ ଖୋର୍ଦ୍ଧାର ସାମଗ୍ରିକ ବିକାଶ ପାଇଁ ସବୁବେଳେ ଖୋର୍ଦ୍ଧାକୁ ଭଲ ପାଉଥିବା ନେତାଙ୍କୁ ଅଞ୍ଚଳବାସୀ ନିର୍ବାଚିତ କରିଥିବା ନଜିର ରହିଛି । ଅଧିକ ପଢନ୍ତୁ

2024ରେ ଖୋର୍ଦ୍ଧା ଆସନ ପାଇଁ କସରତ
2024ରେ ଖୋର୍ଦ୍ଧା ଆସନ ପାଇଁ କସରତ
author img

By

Published : Aug 5, 2023, 8:43 PM IST

Updated : Aug 5, 2023, 8:56 PM IST

2024ରେ ଖୋର୍ଦ୍ଧା ଆସନ ପାଇଁ କସରତ

ଖୋର୍ଦ୍ଧା : 2024 ନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ। ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ଗଡ଼ ରକ୍ଷା ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିଜେଡ଼ିକୁ ହଟାଇବାକୁ ବିଜେପି ରଣନୀତି ଆରମ୍ଭ କରିଦେଇଛି । ପ୍ରଥମ ଥର ଭୁବନେଶ୍ବର ଲୋକସଭା ଆସନ ବିଜେପି ଦଖଲରେ ରହିଛି । ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସଂସଦୀୟ କ୍ଷେତ୍ର ମଧ୍ୟରେ ଖୋର୍ଦ୍ଧା ଥିବାରୁ ବିଜେପି ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି । ଖୋର୍ଦ୍ଧାଗଡ଼ ଏବେ ବିଜେଡ଼ିର ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ , ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର , ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଫୋକସ୍‌ରେ ରହିଛି । ଏହି 3 ବିଧାୟକଙ୍କ ଜନ୍ମମାଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଓ ରାଜନୈତିକ ଅଭିଜ୍ଞତାକୁ ଦେଖିଲେ କେହି କାହାରିକୁ କମ୍ ନୁହଁନ୍ତି ।

ବିଗତ ଦୁଇ ଦଶନ୍ଧିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡ଼ି ଏଠାରେ 3 ଥର କ୍ଷମତା ଦଖଲ କରିଛି । ତେବେ ପୂର୍ବରୁ ଦୁଇ ଥର ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି । 2000 ମସିହାରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓ 2009ରେ ରାଜେନ୍ଦ୍ର କୁମାର ସାହୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ଉଭୟ ବିଜେଡ଼ିକୁ ସମର୍ଥନ କରିଥିଲେ । 2019 ଜ୍ୟୋତିରିନ୍ଦ୍ର ଏଠାରୁ ଜିତିଥିବାବେଳେ ରାଜେନ୍ଦ୍ର ବେଗୁନିଆରୁ ନିର୍ବାଚିତ ହୋଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ରାଜନୈତିକ ପାଣିପାଗ ପରିବର୍ତ୍ତନ ଓ ବିଜେଡି ଟିକେଟ୍ ଭାଗବଣ୍ଟା ଇତିହାସ ନେତାଙ୍କ ଚିନ୍ତା ବଢାଇ ଦେଇଛି ।

ତେବେ ଏଥର ବିଧାୟକ ପ୍ରାର୍ଥୀ ବଦଳିବେ ନା ପୁରୁଣା ନେତାଙ୍କୁ ଦଳ ପ୍ରଧାନ୍ୟ ଦେବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ପୁରୁଣା ଫର୍ମୁଲାରେ ଦଳ ଟିକେଟ୍ ଦେଲେ ବିଧାୟକ ଜ୍ୟୋତିରିନ୍ଦ୍ର ବଳି ପଡ଼ିବା ଆଶଙ୍କା ରହିଛି । ସେହିପରି ବିଜେଡ଼ି ମହିଳା କାର୍ଡ଼ ଖେଳିଲେ ବରିଷ୍ଠ ସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନାଁ ଆଗରେ ରହିଛି । ରାଜନୈତିକ ଦକ୍ଷତାକୁ ଦେଖିଲେ ବାସନ୍ତୀ ଏବେ ନିର୍ବାଚନ ମଣ୍ଡଳୀରେ ବେଶ ସକ୍ରିୟ ଥିବାବେଳେ ସେ କହିଛନ୍ତି, ଦଳ ପକ୍ଷରୁ ଟିକେଟ ଦିଆଗଲେ, ମୁଁ ନିର୍ବାଚନ ଲଢିବି।" ସେହିପରି ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଣୀରାଣୀ ଗୁମାନସିଂହଙ୍କ ନାଁ ଚର୍ଚ୍ଚା ହେଉଛି ।

ଯେତେବେଳେ ଜ୍ୟୋତିରିନ୍ଦ୍ରନାଥ 2000 ମସିହାରେ ସ୍ଵାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ ବିଜେଡ଼ିରୁ ପ୍ରାର୍ଥୀ ଥିଲେ ମିନତୀ ହରିଚନ୍ଦନ। 2004ରେ ଜ୍ୟୋତିରିନ୍ଦନାଥ ବିଜେଡି ଟିକେଟରେ ଲଢ଼ି ଜିତିଥିଲେ । 2009ରେ ବିଜେଡ଼ି- ସିପିଆଇ ମେଣ୍ଟ ଫଳରେ ସ୍ବର୍ଗତ ଶିବାଜୀ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ବିଧାୟକ ହୋଇଥିଲେ । 2014ରେ ବିଜେଡ଼ି ରାଜେନ୍ଦ୍ର କୁମାର ସାହୁଙ୍କ ଉପରେ ଭରସା କରିଥିଲା । ଜ୍ୟୋତିରିନ୍ଦ୍ର ବିଜେପିରେ ଯୋଗ ଦେଇ 2014ରେ ଲଢ଼ି 6 ହଜାର 597 ଭୋଟରେ ପରାଜିତ ହୋଇଥିବାବେଳେ ରାଜେନ୍ଦ୍ର ସାହୁ ବିଧାୟକ ନିର୍ବାଚିତ ହୋଇଥିଲେ ।

ଏହା ବି ପଢନ୍ତୁ...ଏକାକୀ ନିର୍ବାଚନ ଲଢି ଅଧିକ ଲୋକସଭା ଓ ବିଧାନସଭା ସିଟ ଜିତିବୁ: ସୁଶାନ୍ତ

ଏହାପରେ 2019ରେ ବିଜେଡି ରାଜେନ୍ଦ୍ରଙ୍କୁ ବେଗୁନିଆରୁ ଟିକେଟ୍ ଦେଇଥିଲା । ଜ୍ୟୋତିରିନ୍ଦ୍ର ବିଜେପି ଛାଡି ବିଜେଡିକୁ ଫେରି ଆସି ଖୋର୍ଦ୍ଧାରୁ ପ୍ରାର୍ଥୀ ହୋଇଥଲେ ବେଗୁନିଆର ତତ୍‌କାଳୀନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ଲଢିବାକୁ ସୁଯୋଗ ମିଳିଥିବାବେଳେ ଏହି 3 ବିଧାୟକ ବିଜୟୀ ହୋଇଥିଲେ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି କର୍ମୀଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ବିବାଦୀୟ ହୋଇପଡିଛନ୍ତି । ସେ ଏଥର ଖୋର୍ଦ୍ଧାରୁ ଲଢ଼ିବେ ବୋଲି ଖୋଲାଖୋଲି କହିଲେଣି। ସେପଟେ ବିଧାୟକ ରାଜେନ୍ଦ୍ର ଓ ପ୍ରଶାନ୍ତଙ୍କ ଶୀତଳଯୁଦ୍ଧ କାହାକୁ ଅଛପା ନାହିଁ । ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ଏ କ୍ଷେତ୍ରରେ ଉଭୟ ବିଧାୟକଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ଓ ଦଳୀୟ ପ୍ରସଙ୍ଗରେ ନିରବ ରହୁଛନ୍ତି ।

2019ରେ ମାତ୍ର 10 ହଜାର 43 ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ବିଜେପି ପ୍ରାର୍ଥୀ କାଳୁଚରଣ ଖଣ୍ଡେଇତରାୟ । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦଳ ଲଢିବା ସହ ଲୋକଙ୍କ ଆସ୍ଥା ଭାଜନ ହେବ।" ତେବେ ବିଜେପିରୁ ଲଢ଼ିବା ପାଇଁ ଜିଲ୍ଲା ବିଜେପି ସଭାପତି ରଶ୍ମୀ ମହାପାତ୍ର , ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଓ ରାମ ନାରାୟଣ ଦାଶଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେପଟେ 1998 ମସିହାଠାରୁ ପରାଜୟର ସ୍ବାଦ ଚାଖି ଆସୁଥିବା କଂଗ୍ରେସର ଭୋଟ ହ୍ରାସ ଦଳ ପାଇଁ ଚିନ୍ଧାର କାରଣ ପାଲଟିଛି । ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶିଶିର କୁମାର ପରିଡା କହିଛନ୍ତି, "ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭଲ ପଦର୍ଶନ କରିବ ।"

ସେପଟେ ବରିଷ୍ଠ ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, "ଖୋର୍ଦ୍ଧାର ସାମଗ୍ରିକ ବିକାଶ ପାଇଁ ସବୁବେଳେ ଖୋର୍ଦ୍ଧାକୁ ଭଲ ପାଉଥିବା ନେତାଙ୍କୁ ଅଞ୍ଚଳବାସୀ ନିର୍ବାଚିତ କରିଛନ୍ତି । ସେହିପରି ଦଳ ମତ ନିର୍ବିଶେଷରେ ଖୋର୍ଦ୍ଧାକୁ ଭଲ ପାଉଥିବା ନେତା ଖୋର୍ଦ୍ଧାର ନେତୃତ୍ୱ ନେବେ ।"

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Aug 5, 2023, 8:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.