ETV Bharat / state

ନବ ଦାସ ହତ୍ୟାକାଣ୍ଡ: ବିଧାନସଭାରେ ଉଠାଇବୁ କହିଲେ ବିରୋଧୀ, ବିଜେଡି କହିଲା ବିରୋଧୀଙ୍କ ପାଖରେ କିଛି କାମ ନାହିଁ

ନବ ଦାସ ହତ୍ୟାକାଣ୍ଡକୁ ନେଇ ପୁଣି ତେଜିଛି ରାଜନୀତି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନବଙ୍କ ସ୍ତ୍ରୀ ଓ ପୁଅ ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି ବିରୋଧୀ କହିଛି । ସେପଟେ ବିରୋଧୀଙ୍କୁ ଜବାବ ରଖିଛି ବିଜେଡି । ଅଧିକ ପଢ଼ନ୍ତୁ

author img

By

Published : Jul 15, 2023, 9:18 PM IST

ନବ ଦାସ ହତ୍ୟାକାଣ୍ଡ ବିଧାନସଭାରେ ଉଠାଇବେ ବିରୋଧୀ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟର କିଛି ଅଂଶ ସାମ୍ନାକୁ ଆସିଛି । ନବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କହିଛନ୍ତି ତାଙ୍କ ପତ୍ନୀ ମିନତୀ ଦାସ ଓ ପୁଅ ବିଶାଳ ଦାସ । ଚାର୍ଜସିଟରେ ଏହା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । ଯୋଜନାବଦ୍ଧ ହତ୍ୟା କଥାକୁ ନେଇ ପୁଣିଥରେ ତେଜିଲା ରାଜନୀତି । କଂଗ୍ରେସ ଓ ବିଜେପି ଏହି କଥାକୁ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି । ସେପଟେ ଜବାବ ରଖିଛି ବିଜେଡି ।

'ତଦନ୍ତର ମୋଡ଼ ବଦଳାଯାଉଛି': କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ତ୍ରୀ ଓ ପୁଅ ଚାର୍ଜସିଟରେ ଯେଉଁ ପ୍ରି-ପ୍ଲାନ ମର୍ଡର କଥା କହିଛନ୍ତି ତାହା ସତ୍ୟ । ତାଙ୍କର ବହୁତ ଶତ୍ରୁ ଥିଲେ ତାହା ବି ସତ୍ୟ । ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯେଉଁ କଥା କହିଛନ୍ତି ସରକାର ତାକୁ ଗୁରୁତର ସହ ନେବା ଆବଶ୍ୟକ । ତେଣୁ ଆହୁରି ଭିତରକୁ ଯାଇ ଘଟଣାର ତଦନ୍ତ କରିବାର ଆବଶ୍ୟକତା ରହିଛି । ଆହୁରି ତଦନ୍ତ କରି ବାସ୍ତବ କଥା ସମ୍ନାକୁ ଆସିବା ଦରକାର । ବହୁତ କିଛି ଗୋଳମାଳିଆ ହୋଇସାରିଲାଣି । ଜନସାଧାରଣ ସ୍ପଷ୍ଟ ଉତ୍ତର ଚାହୁଁଛନ୍ତି । ନବ କିଶୋର ଦାସଙ୍କ ହତ୍ୟାକାଣ୍ଡରେ ଚାଲିଥିବା ତଦନ୍ତର ମୋଡ଼ ବଦଳାଯାଉଛି, ଏହା ସତ୍ୟ । ଘଟଣାର ମୂଳକୁ ନଗଲେ ସତ୍ୟାସତ୍ୟ ଜଣାପଡିବ କେମିତି ? କ୍ରାଇମବ୍ରାଞ୍ଚ ଉପରେ ଲୋକଙ୍କ ବିଶ୍ବାସକୁ ବୁମେରାଙ୍ଗ୍‌ ନକରନ୍ତୁ । ନିଶ୍ଚୟ ଭାବେ ଆମେ ଏହି ଘଟଣାକୁ ବିଧାନସଭାରେ ଉଠାଇବୁ ।"

ହାତ ଟେକିଦେଲା ବିଜେପି: ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, "କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ନବ ଦାସଙ୍କ ସ୍ତ୍ରୀ ଓ ପୁଅଙ୍କ ପ୍ରି-ପ୍ଲାନ ମର୍ଡର ଷ୍ଟେଟ୍‌ମେଣ୍ଟ ସମ୍ପୂର୍ଣ୍ଣ ସତ୍ୟ । ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନକରି ଗୋପାଳ ଦାସରୁ ଆରମ୍ଭ କରି ଗୋପାଳ ଦାସରେ ଶେଷ କରୁଛି । ଏକ କାହାଣୀ ତିଆରି କରି ଶପଥ ପାଠ, ଲଣ୍ଡା ହେବା କଥା ଆଶ୍ଚର୍ଯ୍ୟ ଲାଗୁଛି । ଯଦି ସେ ଆଗରୁ ଯୋଜନା କରିଥିଲା, ତେବେ ଦଫା ୧୨୦ ବି କାହିଁକି ଅନ୍ତର୍ଭୁକ୍ତ କରାଯାଉନାହିଁ । ଆମେ ମଧ୍ୟ ଏହା ପୂର୍ବରୁ କହି ଆସୁଥିଲୁ କି ନବ ଦାସଙ୍କ ହତ୍ୟାକାଣ୍ଡ ଏକ ପ୍ରି-ପ୍ଲାନ ମର୍ଡର । କ୍ରାଇମବ୍ରାଞ୍ଚ ମାଧ୍ୟମରେ ସରକାର ଏହି ଘଟଣାରୁ ଖସିଯିବା ପାଇଁ ଚେଷ୍ଟା କରିଛନ୍ତି । ଯେଉଁମାନେ ଏହି ଘଟଣା ପଛରେ ଅଛନ୍ତି ଆଉ ବର୍ତ୍ତିଯିବା ପାଇଁ ଚେଷ୍ଟା କରିଛନ୍ତି, ସେମାନେ କେବେ ବି ବର୍ତ୍ତି ପାରିବେ ନାହିଁ । ଲୋକେ ସରକାରକୁ କେବେ ବି କ୍ଷମା ଦେବେ ନାହିଁ । ସରକାର ତାଙ୍କ ଭାବମୂର୍ତ୍ତି ବଞ୍ଚେଇବାକୁ ଆଇନକୁ ଯେମିତି ବାଟବଣା କରୁଛନ୍ତି, ସେ କଥା ବିଧାନସଭାରେ ଉଠେଇବ ବିଜେପି ।"

ଏହା ମଧ୍ୟ ପଢ଼ନ୍ତୁ...Naba Das Murder case: ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ ଓ ପୁଅ ବିଶାଲ

'ବିରୋଧୀ କହିବେ, କାରଣ ତାଙ୍କ ପାଖରେ ଆଉ କିଛି କାମ ନାହିଁ': ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା । କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ନବ ଦାସଙ୍କ ସ୍ତ୍ରୀ ଓ ପୁଅଙ୍କ ପ୍ରି-ପ୍ଲାନ ମର୍ଡର ଷ୍ଟେଟ୍‌ମେଣ୍ଟକୁ ଏଡାଇଦେଲେ ପର୍ଶୁରାମ । ସେ କହିଛନ୍ତି, "ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ହତ୍ୟାକାଣ୍ଡ ପ୍ରି-ପ୍ଲାନ ମର୍ଡର ନୁହେଁ । ତଦନ୍ତରେ ସବୁ କଥା ଲୋକଲୋଚନକୁ ଆସି ସାରିଛି । କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଷଡ଼ଯନ୍ତ୍ର ଦିଗ ନାହିଁ ମାନେ ଷଡ଼ଯନ୍ତ୍ର ହୋଇନାହିଁ । ନବ ଦାସଙ୍କ ହତ୍ୟାକାଣ୍ଡର ସତ୍ୟାସତ୍ୟ ସାମ୍ନାକୁ ଆସୁ ବୋଲି ସରକାର ସବୁ କ୍ଷେତ୍ରରେ ଚେଷ୍ଟା କରିଛନ୍ତି । ପରିବାର ଷ୍ଟେଟ୍‌ମେଣ୍ଟ ଅନୁଯାୟୀ ତଦନ୍ତ ହୋଇଛି । ତଦନ୍ତର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ଆସାମୀ ବି ଧରାପିଡ଼ିଛି, କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଛି । ବିରୋଧୀ କହିବେ, କାରଣ ତାଙ୍କ ପାଖରେ ଆଉ କିଛି କାମ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.