ETV Bharat / state

ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ଦ୍ବିତୀୟ ଶ୍ରାଦ୍ଧଦିବସ, ଭାବବିହ୍ବଳ ହେଲେ ବାପା

ଆଜି ହେଉଛି ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ଦ୍ବିତୀୟ ଶ୍ରାଦ୍ଧଦିବସ । ଏହି ଅବସରରେ ଜୟଦେବ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ଦଳମତ ନିର୍ବିଶେଷରେ ବିଭିନ୍ନ ନେତା ଯୋଗଦେଇ ଅମର ଆତ୍ମାର ସ୍ମୃତିଚାରଣ କରିଥିଲେ । ଅଧିକ ପଢ଼ନ୍ତୁ

author img

By

Published : Aug 19, 2023, 11:22 PM IST

ସଂଗ୍ରାମ କେଶରୀ ଜେନାଙ୍କ ଦ୍ବିତୀୟ ଶ୍ରାଦ୍ଧଦିବସ

ଭୁବନେଶ୍ବର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ଦ୍ବିତୀୟ ଶ୍ରାଦ୍ଧଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ପାଳନ ହୋଇଛି । ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଦଳ ଗତ ନିର୍ବେଶେଷରେ ସବୁ ଦଳର ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ, ଆପ୍‌ ନେତା ନିଶିକାନ୍ତ ମହାପାତ୍ର, ସିପିଆଇ ନେତା ଆଳି ପଟ୍ଟନାୟକଙ୍କ ସହ ବହୁ ନେତା ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୁଅର ଏହି ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ଯୋଗ ଦେଇ ବାପା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଭାବବିହ୍ବଳ ହୋଇ ପୁଅକୁ ମନେ ପକାଇଥିଲେ । ପୁଅର ବିୟୋଗ ମୋ ପାଇଁ ବଡ଼ କଷ୍ଟଦାୟକ ବୋଲି କହିଥିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ତେବେ ବାପି ଭାଇ ନାଁରେ ପରିଚିତ ସଂଗ୍ରାମ କେଶରୀ ଜେନା ଜଣେ ଦକ୍ଷ ରାଜନେତା ଥିଲେ । ଯୁବକମାନଙ୍କୁ ସଂଗଠିତ କରି ଦେଶ କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରିଆସୁଥିଲେ । ଦଳମତ ନିର୍ବିଶେଷରେ ସେ ଅନେକ ଗୁଡ଼ାଏ ଛାତ୍ର ଓ ଯୁବନେତା ଗଢିତୋଳିଛନ୍ତି । ଏଭଳି ଦକ୍ଷ ନେତୃତ୍ବ କାରଣରୁ ସେ ନିଆରା ଥିବାରୁ ଆଜି ତାଙ୍କ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ରାଜ୍ୟରେ କୋଣ ଅନୁକୋଣରୁ ଛାତ୍ର ଓ ଯୁବନେତା ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ସ୍ମୃତିଚାରଣ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବୀର ପୁଅ ନୀଳାଚଳଙ୍କୁ ବିଜୁ ଛାତ୍ର ଜନତା ଦଳର ଶ୍ରଦ୍ଧାଞ୍ଜଳି

ତାଙ୍କ ଅବର୍ତ୍ତମାନରେ ତାଙ୍କୁ ମନେପକଇବା ସହ ତାଙ୍କର ନିସ୍ଵାର୍ଥପର ଭଲପାଇବାକୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତେ ଝୁରଥିଲେ । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ କହିଛନ୍ତି, "ସେ କେବଳ ଜଣେ ଦକ୍ଷ ସଂଗଠକ ନଥିଲେ ସମସ୍ତଙ୍କ ପାଇଁ ଦରଦୀ ବନ୍ଧୁ ଓ ଭାଇ ଥିଲେ । ସେ ଓଡ଼ିଶା ରାଜନୀତିରେ ଜଣେ ଦଳୀୟ ଯୁବନେତା ନଥିଲେ, ସବୁ ଦଳର ଛାତ୍ର ଓ ଯୁବକଙ୍କ ପାଇଁ ପ୍ରେରଣା ଥିଲେ । ଆଜି ଓଡ଼ିଶାରେ ଜଣାଶୁଣା ସବୁ ଦଳର ଯୁବନେତାଙ୍କୁ ଗଢିବାରେ ତାଙ୍କର ଭୂମିକା ଅନନ୍ୟ ।" ତେଣୁ ଆଜି ତାଙ୍କର ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ତୁଙ୍ଗ ନେତାଙ୍କ ଠାରୁ ଛାତ୍ର ଓ ଯୁବ ନେତା ତଥା ମହିଳା ନେତା ଯୋଗ ଦେଇ ସଂଗ୍ରାମଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ବଖାଣିଥିଲେ । ସାଧାରଣ ବର୍ଗର ଲୋକମାନେ ମଧ୍ୟ ସ୍ବତଃ ଆସ ତାଙ୍କ ସ୍ମୃତି ସଭାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.