ETV Bharat / state

Jharsuguda By Poll: ଦଳ ନୁହେଁ, ଭୋଟ ଆଣନ୍ତି ପ୍ରାର୍ଥୀ ! - ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ତେବେ ଏହି ଉପନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ଉପରେ କଣ ପ୍ରଭାବ ପକାଇବ ସେନେଇ ଇଟିଭି ଭାରତ ସହ ଅଧିକ ଆଲୋଚନା କରିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ଡିସାଇଡିଂ ବ୍ୟାଟେଲ ହେବ ଝାରସୁଗୁଡା ଉପନିର୍ବାଚନ

author img

By

Published : Apr 10, 2023, 5:07 PM IST

ଡିସାଇଡିଂ ବ୍ୟାଟେଲ ହେବ ଝାରସୁଗୁଡା ଉପନିର୍ବାଚନ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ରାସ୍ତା ଦେଖାଇବ କି ୨୦୨୪ ନିର୍ବାଚନ ଆଡକୁ ? ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ କାହାର ଗତି କୁଆଡେ, କାହାର ଶକ୍ତି କେତେ ? ତାହା ଜଣାପଡିବ କି ଝାରସୁଗୁଡା ଉପନିର୍ବାଚନରୁ ? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ବିଜେଡି, ବିଜେପି ଓ କଂଗ୍ରେସ ଲାଗି ପଡିଛନ୍ତି ଝାରସୁଗୁଡା ବ୍ୟାଟେଲ ପାଇଁ । ତେବେ ଯଦିଓ ଏହି ଉପନିର୍ବାଚନ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସଠିକ ରୋଡମ୍ୟାପ ପ୍ରସ୍ତୁତ କରିବନି, କିନ୍ତୁ ୨୦୨୪ରେ କେଉଁ ଦଳର ପ୍ରଦର୍ଶନ କିପରି ରହିବ, ତାହା ଏହି ଉପନିର୍ବାଚନରୁ ପ୍ରାୟ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

'ନବ ଦାସ ହତ୍ୟା ଘଟଣା ନିର୍ବାଚନକୁ ପ୍ରଭାବିତ କରିପାରେ': ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଝାରସୁଗୁଡା ଉପନିର୍ବାଚନ ଫଳାଫଳ କହିବ କେଉଁ ରାଜନୈତିକ ଦଳର ସାଂଗଠନିକ ସ୍ଥିତି କଣ ରହିଛି । ଏମିତିରେ ଯଦି ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ କଥା ଦେଖାଯାଏ, ଝାରସୁଗୁଡା ଓଲଟା ନିର୍ବାଚନୀ ଫଳାଫଳ ଫଳ ଦେଖାଇବାର ନଜିର ରହିଛି । ୨୦୦୯ରେ କଂଗ୍ରେସରୁ ନବ ଦାସ ଜିତିଥିବା ବେଳେ ୨୦୧୪ରେ କଂଗ୍ରେସରୁ ନବ ଦାସ ହିଁ ଜିତି ଥିଲେ । ହେଲେ ୨୦୧୯ରେ ନବ ଦାସ କଂଗ୍ରେସ ଛାଡି ବିଜେଡିରୁ ଲଢି ବିଜୟୀ ହୋଇଥିଲେ । ଏବେ ଉପନିର୍ବାଚନରେ ତାଙ୍କ ଝିଅ ଦୀପାଳି ଦାସ ନିର୍ବାଚନ ଲଢୁଛନ୍ତି । କିନ୍ତୁ ନବ ଦାସଙ୍କ ହତ୍ୟା ପରେ କିଛି ପ୍ରଶ୍ନ ଲୋକଙ୍କ ମନରେ ରହିଛି, ଯାହା ନିର୍ବାଚନକୁ ପ୍ରଭାବିତ କରିପାରେ । ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା ତାର ଉତ୍ତର କେହି ରଖି ନାହାନ୍ତି । ଏସବୁ ପ୍ରଶ୍ନ ଥିବା ସତ୍ତ୍ବେ ନବ ଦାସଙ୍କ ସଂଗଠନ ସୁଦୃଢ ରହିଥିବାରୁ ଝିଅ ଜିତିବାରେ କିଛି ଅସୁବିଧା ହେବନାହିଁ । କିନ୍ତୁ ଭୋଟ ମାର୍ଜିନ କମିବାର ଆଶଙ୍କା ରହୁଛି । କିନ୍ତୁ କଂଗ୍ରେସ ଓ ବିଜେପି ନିଜ ସଂଗଠନର ସ୍ଥିତି କଣ ରହିଛି ଓ ୨୦୨୪ ପାଇଁ କଣ ରଣନୀତି କରିବାକୁ ପଡିବ ତାହା ଝାରସୁଗୁଡା ଉପନିର୍ବାଚନରୁ ସ୍ପଷ୍ଟ ଭାବେ ଜାଣିପାରିବେ ।"

'ଧାମନଗର ଓ ପଦ୍ମପୁର ପରେ ଝାରସୁଗୁଡ଼ା ଫାଇନାଲ ବ୍ୟାଟେଲ': ନିକଟରେ ଦୁଇଟି ଉପନିର୍ବାଚନ ସରିଛି । ଧାମନଗର ଏବଂ ପଦ୍ମପୁର । ଧାମନଗରରେ ବିଜେପି ପ୍ରାର୍ଥୀ ଜିତିଥିବା ବେଳେ ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏବେ ଖେଳାଯିବ ତୃତୀୟ ମ୍ୟାଚ । ଯାହା ହେବ ଡିସାଇଡିଂ ବ୍ୟାଟେଲ । ଅର୍ଥାତ ଝାରସୁଗୁଡାରେ ଯିଏ ଜିତିବ, ୨୦୨୪ରେ ତାର ପଲ୍ଲା ଭାରି ରହିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ସେ କହିଛନ୍ତି, "ଗୋଟିଏ ପଟେ ବିଜେପି ତାର ରାଜ୍ୟ ମଙ୍ଗୁଆଳ ପରବର୍ତ୍ତନ କରିଛି । ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ତାଙ୍କର ପ୍ରାରମ୍ଭିକ ପ୍ରଦର୍ଶନ ଏତେଟା ଭଲ ହୋଇନାହିଁ । ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନରେ ବିଜେପି ଏତେଟା ଭଲ ଫାଇଟ ଦେଇ ପାରିନାହିଁ । ସେପଟେ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ନେବା ଦିନ ଠାରୁ କଂଗ୍ରେସ ବିଜୟର ସ୍ବାଦ ଚାଖି ନାହିଁ । ବରଂ ଦଳର ଭୋଟ ପ୍ରତିଶତ କମି କମି ଯାଉଛି । ଏପରି ସ୍ଥିତିରେ ନିଜର ଶକ୍ତି ବୃଦ୍ଧି ହୋଇଛି ବୋଲି ଦାବି କରୁଥିବା କଂଗ୍ରେସ ଓ ବିଜେପି ଝାରସୁଗୁଡା ଉପନିର୍ବାଚନରେ ତାର ପ୍ରମାଣ ପାଇଯିବେ । ସେହି ଅନୁସାରେ ୨୦୨୪ ପାଇଁ ପ୍ରସ୍ତୁତ ହେବେ ।"

ଝାରସୁଗୁଡ଼ାରେ ଦଳ ନୁହେଁ, ପ୍ରାର୍ଥୀ ଆଣନ୍ତି ଭୋଟ: ୨୦୧୯ ନିର୍ବାଚନରେ ଝାରସୁଗୁଡାରେ ବିଜୟୀ ପ୍ରାର୍ଥୀ ନବ କିଶୋର ଦାସଙ୍କ ଭୋଟ ସେୟାର ଥିଲା ୫୫.୯୭ ପ୍ରତିଶତ । ୨୦୧୪ରେ କଂଗ୍ରେସରୁ ବିଜୟୀ ହୋଇଥିବା ନବ କିଶୋର ଦାସଙ୍କ ଭୋଟ ସେୟାର ଥିଲା ୪୫.୧ ପ୍ରତିଶତ । ୨୦୦୯ରେ କଂଗ୍ରେସରୁ ବିଜୟୀ ହୋଇଥିବା ନବ କିଶୋର ଦାସଙ୍କ ଭୋଟ ପ୍ରତିଶତ ଥିଲା ୪୯.୨୮ ପ୍ରତିଶତ । କେବଳ ୨୦୧୯ ନିର୍ବାଚନ କଥା ଯଦି ଦେଖାଯାଏ, ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ନବ କିଶୋର ଦାସଙ୍କୁ ୯୮ ହଜାର ୬୨୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଦିନେଶ କୁମାର ଜୈନ ପାଇଥିଲେ ୫୨ ହଜାର ୯୨୧ ଖଣ୍ଡ ଭୋଟ, ଅର୍ଥାତ ୩୦.୦୪ ପ୍ରତିଶତ । ସେହିପରି କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କୁ ମିଳିଥିଲା ମାତ୍ର ୧୮,୮୨୩ ଖଣ୍ଡ ଭୋଟ ଅର୍ଥାତ ୧୦.୬୮ ପ୍ରତିଶତ । ତେବେ ଏଥିରୁ ଯାହା ଜଣାପଡୁଛି, ଦଳ ନୁହେଁ ପ୍ରାର୍ଥୀ ହିଁ ଆଣୁଛନ୍ତି ଭୋଟ । ନବ ଦାସଙ୍କ ସଂଗଠନ ତାଙ୍କୁ କଂଗ୍ରେସରୁ ଜିତାଇଥିବା ବେଳେ ବିଜେଡିରୁ ମଧ୍ୟ ବିଜୟ ଆଣି ଦେଇଥିଲା । ଏବେ ଦେଖିବାର କଥା ଦୀପାଳି ଦାସ କଣ ଚମତ୍କାର କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.