ETV Bharat / state

ବର୍ଷକ ପାଇଁ ବନ୍ଧା ପଡ଼ିଥିଲା ସାର୍ଟିଫିକେଟ୍‌; ଏକାଧିକ ଅଭିଯୋଗ ପରେ ରିମାଣ୍ଡରେ NRI କୋଟା ଜାଲିଆତି ଠକ

author img

By ETV Bharat Odisha Team

Published : Sep 6, 2023, 7:09 PM IST

NRI କୋଟାରେ ଆଡ୍‌ମିସନ କେଳେଙ୍କାରୀ ଗ୍ୟାଙ୍ଗର ଫିଟୁଛି ଗୁମର । ଏକାଧିକ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ରିମାଣ୍ଡରେ NRI କୋଟା ଜାଲିଆତି ଠକ
ରିମାଣ୍ଡରେ NRI କୋଟା ଜାଲିଆତି ଠକ

ଭୁବନେଶ୍ବର: ସ୍ପେଶାଲ କ୍ରାଇମ୍ ୟୁନିଟ୍‌ ଫର୍ଦ୍ଦାଫାସ୍‌ କରିଥିବା NRI କୋଟାରେ ଆଡ୍‌ମିସନ କେଳେଙ୍କାରୀ ଗ୍ୟାଙ୍ଗର ଫିଟୁଛି ଗୁମର । ଝାରସୁଗୁଡା ଅଭିଯୋଗକାରୀଙ୍କ ପରେ ପରେ ଏବେ ମୟୂରଭଞ୍ଜର ଜଣେ ବ୍ୟକ୍ତି ଆଣିଛନ୍ତି ଏହି ଗ୍ୟାଙ୍ଗ୍‌ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଏପରି ଗୋଟିଏ ପରେ ଗୋଟିଏ ଅଭିଯୋଗ ସ୍ପେଶାଲ କ୍ରାଇମ ୟୁନିଟକୁ ଆସିବା ପରେ ଏମାନଙ୍କର ରାକେଟ୍‌ର ଗୁମର‌ ଫିଟାଇବାକୁ ଏବେ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ ।

ମୟୂରଭଞ୍ଜର ଏହି ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅଙ୍କର ମେଡିକାଲ ଆଡ୍‌ମିସନ ପାଇଁ ଏମାନେ ୩୦ ହଜାର ଆଡଭାନ୍ସ ଓ ସାର୍ଟିଫିକେଟ ନେଇଥିଲେ । ହେଲେ ନା ଆଡ୍‌ମିସନ କରାଇଥିଲେ ନା ସାର୍ଟିଫିକେଟ ଫେରାଇଥିଲେ । ଏପରିକି ସେମାନେ ଦାବି କରିଥିବା ଟଙ୍କା ଦେବା ପାଇଁ ସକ୍ଷମ ନଥିବାରୁ ଅଭିଯୋଗକାରୀ ଅନ୍ୟତ୍ର ଆଡମିସନ କରିବା ପାଇଁ ସାର୍ଟିଫିକେଟ ଫେରାଇଦେବାକୁ କହିଥିଲେ । ହେଲେ ଆଶାୟୀ ଛାତ୍ରୀକୁ ହଇରାଣ ଉଦେଶ୍ୟରେ ସେମାନେ ସାର୍ଟିଫିକେଟ ଫେରାଇନଥିଲେ । ଫଳରେ ଏହି ଠକଙ୍କ ପାଇଁ ତାଙ୍କ ଝିଅଙ୍କର ୧ ବର୍ଷ ପାଇଁ କ୍ୟାରିୟରରେ ଏକ ଗ୍ୟାପ ରହିଥିଲା । ଏନେଇ ପରେ ସେମାନେ ସାର୍ଟିଫିକେଟ ଫେରାଇଥିଲେ ବି ନେଇଥିବା ଆଡଭାନ୍ସ ୩୦ ହଜାର‌ ଟଙ୍କା ଫେରାଇନଥିଲେ । ଏଭଳି ଗୋଟିଏ ପରେ ଗୋଟିଏ ଅଭିଯୋଗ ସ୍ପେଶାଲ କ୍ରାଇମ ୟୁନିଟ୍‌କୁ ଆସିବା ପରେ ଗିରଫ ଦୁଇ ଅଭିଯୁକ୍ତ ଅଭିନନ୍ଦନ ବାରିକ ଓ ରାଜେଶ ରୋଶନ ସାହୁକୁ ରିମାଣ୍ଡରେ ଆଣି ଏବେ ପଚରାଉଚରା କରୁଛି କମିଶନରେଟ୍ ପୋଲିସ । ତେବେ ରିମାଣ୍ଡ ବେଳେ ଏମାନଙ୍କର ଜଣେ ମାଷ୍ଟରମାଇଣ୍ଡ ଥିବା ପୋଲିସ ଆଗରେ ବଖାଣିଛନ୍ତି । ମାଷ୍ଟରମାଇଣ୍ଡ ଜଣକ ଏହି ଦୁଇ ସହଯୋଗୀଙ୍କ ଜରିଆରେ ଏପରି ସିଣ୍ଡିକେଟ ଚଳାଉଥିଲେ ବୋଲି ଜଣାପଡ଼ିଛି । ଯିଏକି ଏପରି ବିଭିନ୍ନ ମ୍ୟାନେଜ୍‌ମେଣ୍ଟ ଓ ଏନ୍‌ଆର୍‌ଆଇ କୋଟାରେ ଆଡ୍‌ମିସନ କରାଇଦେବେ କହି ଅନେକ ଟଙ୍କା ଠକେଇ କରୁଥିଲେ ‌।

ଏହା ମଧ୍ୟ ପଢ଼ନ୍ତୁ...NRI Admission Scam: 2 ଠକଙ୍କୁ ବାନ୍ଧିଲା ପୋଲିସ

ତେବେ ସବୁଠୁ ବଡ଼ କଥା ହେଉଛି ଏମାନଙ୍କର ରାକେଟ୍‌ର ଏକ ଚେନ୍ ଅପରେଟ୍‌ ହେଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ସେମାନେ ଯୋଡ଼ିହୋଇ ଦଲାଲ ଭଳି କାମ କରୁଛନ୍ତି । ଯାହାର ଆଡମିସନ୍‌ ଦରକାର, ସେମାନଙ୍କୁ ଦଲାଲମାନେ ଭୁବନେଶ୍ବର ଏପରି କ୍ୟାରିୟର କାଉନସେଲର ଅଛନ୍ତି କହି ଏମାନଙ୍କ ଅଫିସକୁ ପଠାଉଥିଲେ । ପରେ ଏମାନେ ଯଦି ସେହି ଛାତ୍ର ବା ଛାତ୍ରୀଙ୍କୁ ଆଡ୍‌ମିସନ କରାଇଦେଉଥିଲେ, ସେଥିପାଇଁ କମିସନ ହିସାବରେ ଏହି ଦଲାଲମାନଙ୍କୁ ଟଙ୍କା ମିଳୁଥିଲା । ତେବେ ଏହି ଗ୍ୟାଙ୍ଗ୍ ବିଭିନ୍ନ ଶିକ୍ଷାନୁଷ୍ଠାନର କିଛି ଲୋକଙ୍କ ସହ ଯୋଗାଯୋଗରେ ଥିଲେ । ଏପରିକି ଆଡ୍‌ମିସନ ଓ ପିଲା ଯୋଗାଡ଼ ପାଇଁ ସେମାନେ ଡିଲ୍‌ କରୁଥିଲେ । ଏହିପରି ଢଙ୍ଗରେ ମେଡିକାଲ, ଇଞ୍ଜିନିୟରିଂ, ବି-ଫାର୍ମା, ଏମ୍‌ବିଏ, ଏମ୍‌ସିଏ ଓ ବିଡିଏ ଭଳି କୋର୍ସ ପାଇଁ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ଠକାମୀ ପାଇଁ ଏହି ରାକେଟ ଅପରେଟ କରୁଥିଲେ । ତେବେ ଏକାଧିକ ଛାତ୍ରଛାତ୍ରୀ କିଭଳି ଏମାନଙ୍କ ଜାଲରେ ପଡ଼ି ନିଜ କ୍ୟାରିୟର ବର୍ବାଦ କରିଛନ୍ତି, ତାହା ମଧ୍ୟ ସାମ୍ନାକୁ ଆସିଛି । ଏନେଇ ଦୁଇ ଦିନିଆ ରିମାଣ୍ଡରେ ନେଇ ଏମାନଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ୍ । ପ୍ରକାଶଯୋଗ୍ୟ, ଗତ ୨ ତାରିଖରେ ନୟାପଲ୍ଲୀର ଡିଏଫ୍‌ ଏକାଡେମୀ ନାଁରେ ଅଫିସ ଖୋଲି ଆଡମିସନ୍‌ କରାଇବା ଆଳରେ ଠକୁଥିବା ଏହି ଦୁଇ ଠକଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.