ଖୋର୍ଦ୍ଧା: ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଶିଶୁଙ୍କ ଦ୍ବାରା ଭିକ ମାଗୁଥିବାବେଳେ ୨ ମହିଳା ସମେତ ସେମାନଙ୍କର ୪ ଜଣ ପିଲାଙ୍କୁ ଉଦ୍ଧାର କରିଛି ଖୋର୍ଦ୍ଧା ଶିଶୁ ସୁରକ୍ଷା ବିଭାଗ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଶିଶୁ ଉଦ୍ଧାରକାରୀ ଦଳ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ପହଞ୍ଚି ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି ।
ସେମାନଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନାକୁ ନିଆଯାଇଛି । ସେଠାରେ ପଚରାଉଚରା କରାଯିବା ବୋଲି ଶିଶୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଟକ ଥିବା ଦୁଇ ମହିଳା ଜଟଣୀ ମୁଣ୍ଡିଆସାହି ଅଞ୍ଚଳର କୁନି ସବର ଓ ରିନା ସବର । ଦୀର୍ଘ ଦିନ ହେବ ଶିଶୁ ମାନଙ୍କ ସହାୟତାରେ ଏହି ୨ ମହିଳା ଭିକ ମାଗୁଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ