ETV Bharat / state

ଖୋର୍ଦ୍ଧାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ, ୫ ଟ୍ରକ ଜବତ - ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲଣ ବେଳେ ୫ ଟ୍ରକ ଜବତ

ଖୋର୍ଦ୍ଧାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ । ଖୋର୍ଦ୍ଧାରେ ଖୁଲମଖୁଲା ଚାଲିଛି ବାଲି ଚୋରାଚାଲାଣ । ଆନ୍ଧ୍ରକୁ ବାଲି ଚାଲାଣ ବେଳେ ୫ଟି ଟ୍ରକ ଜବତ କଲା ପୋଲିସ । ଅଧିକ ପଢନ୍ତୁ

ଖୋର୍ଦ୍ଧାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ
ଖୋର୍ଦ୍ଧାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ
author img

By

Published : Sep 29, 2022, 3:44 PM IST

ଖୋର୍ଦ୍ଧା : ଖୋର୍ଦ୍ଧାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ । ଖୋର୍ଦ୍ଧା ଜିଲ୍ଲାରେ ବେଧଡକ ଚାଲିଛି ବାଲି ଚୋରାଚାଲାଣ । ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରକୁ ଟ୍ରକ ଟ୍ରକ ବାଲି ଚାଲାଣ କରୁଛନ୍ତି ଚାଲାଣକାରୀ । ବାଘମାରି କଣ୍ଟିଲୋ ୪୮ନମ୍ବର ରାଜ୍ୟ ରାଜପଥ ପାଲଟିଛି ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଗଳାବାଟ । ବିନା ୱାଇ ଫର୍ମରେ ଦୈନିକ ଶହ ଶହ ଟ୍ରକ ବାଲି ଚାଲାଣ କରାଯାଉଛି । ଯାହାଦ୍ୱରା କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । କେବଳ ରାଜ୍ୟ ଭିତରେ ନୁହଁ ବରଂ ଆନ୍ଧ୍ରକୁ କରାଯାଉଛି ବାଲି ଚୋରା ଚାଲାଣ ।

ଖୋର୍ଦ୍ଧାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ

ଏହା ମଧ୍ୟ ପଢନ୍ତୁ-ତିନି ସହରରେ ଭିଡ ନିୟନ୍ତ୍ରଣ ପାଇଁ ହେବ ରିଙ୍ଗରୋଡ ପ୍ରକଳ୍ପ

ରାତି ହେଲେ ୪୮ନମ୍ବର ରାଜ୍ୟ ରାଜପଥରେ ଆନ୍ଧ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଟ୍ରକରେ ପାଲ ବନ୍ଧା ଯାଇ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ବାଲି ଘାଟରୁ କେତେ ପରିମାଣର ବାଲି ଉଠିବ ସେନେଇ ଲିଜଧାରୀଙ୍କୁ ପ୍ରଶାସନ ଟ୍ରାନଜିଟ ପାସ ମଧ୍ୟ ପ୍ରଦାନ କରିଛି । ହେଲେ ଏହାକୁ ଖାତିର ନକରି ଅବାଧରେ ବାଲି ଲୁଟ ହେଉଥିବା ଅଭିଯୋଗ ହୋଇଆସୁଛି । ଏନେଇ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି ।

ଗତକାଲି (ବୁଧବାର) ଅପରାହ୍ନରେ ବୈଦେଶ୍ୱର ବାଲି ଘାଟରୁ ବାଲି ବୋଝେଇ କରି ବିଶାଖାପାଟଣା ଯାଉଥିବା ତହସିଲଦାରଙ୍କୁ ସୂଚନା ମିଳିଥିଲା । ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦ୍ଦେଶ କ୍ରମେ ବାଘମାରୀ ଓ ଡାଳତୋଳା ରାଜସ୍ୱ ନିରୀକ୍ଷକ ଚଢଉ କରି ସିମୋର-ବାଘମାରୀ ରାସ୍ତାରୁ ୫ଟି ଟ୍ରକକୁ ଜବତ କରି ବାଘମାରୀ ପୋଲିସ ସହାୟତାରେ ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ଟ୍ରକ ଗୁଡିକର କାଗଜପତ୍ର ଓ କ୍ଷମତା ଠାରୁ ଅଧିକ ବାଲି ବୋଝେଇ ହୋଇଛି ନା ନାହିଁ ସେଥିପାଇଁ ଯାଞ୍ଚ ଚାଲିଛି ବୋଲି ତହସିଲଦାର କହିଛନ୍ତି । ଆନ୍ଧ୍ରପ୍ରଦେଶରେ ବାଲିର ଚଢା ଦର ରହିଛି । ଯେଉଁଥି ପାଇଁ କିଛି ସ୍ଥାନୀୟ ଦଲାଲଙ୍କ ସାହାଯ୍ୟରେ ବାଲି ଲୁଟ ହେଉଥିବା ଦେଖାଯାଉଛି ।

ଏନେଇ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ କହିଛନ୍ତି ଯେ, ''ବୈଦେଶ୍ବର ଘାଟିରୁ ନିୟମିତ ବାଲି ଯାଏ, ବୁଧବାର ଆନ୍ଧ୍ର ନମ୍ବର ଥିବା ଏକ ଗାଡିରେ ବାଲି ଚାଲାଣ ହେଉଥିବା ଆମେ ଖବର ପାଇଥିଲୁ , ଏହାପରେ ଚଢାଉ କରିବା ସମୟରେ ଗାଡିର ୱାଇ ଫର୍ମ ଥିଲା କିନ୍ତୁ ଇଣ୍ଟର ଷ୍ଟେଟ ପରିମିସନ ଅଛି ନା ନାହିଁ ତାହା ଆମେ ଚେକ କରୁଛୁ ଏବଂ ବାଲି ଓଭର ଲୋଡେଡେକୁ ନେଇ ତର୍ଜମା ଜାରି ରହିଛି, ଯଦି ଠିକ ଠାକ ନଥାଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ'' ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.