ETV Bharat / state

କିନ୍ନର ସହ ବନ୍ଧୁତା ହେଲା କାଳ, ଗଲା ଜୀବନ - କିନ୍ନର ବନ୍ଧୁ ନେଲା ଜୀବନ

khordha Murder Case:କିନ୍ନର ସହ ସମ୍ପର୍କ ନେଲା ଜୀବନ । ପ୍ରେମ ପାଇଁ ଜୀବନ ନେଲା କିନ୍ନର ବନ୍ଧୁ । ଜଙ୍କିଆ ରଶ୍ମି ରଞ୍ଜନ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଅଧିକ ପଢନ୍ତୁ

କିନ୍ନର ସହ ବନ୍ଧୁତା ହେଲା କାଳ
କିନ୍ନର ସହ ବନ୍ଧୁତା ହେଲା କାଳ
author img

By ETV Bharat Odisha Team

Published : Jan 4, 2024, 7:53 PM IST

କିନ୍ନର ସହ ବନ୍ଧୁତା ହେଲା କାଳ

ଖୋର୍ଦ୍ଧା: ଜୀବନ ନେଲା କିନ୍ନର ବନ୍ଧୁ ସହ ସମ୍ପର୍କ । ଜଙ୍କିଆ ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମ ପଞ୍ଚାୟତ ଭିମପଡ଼ା ଗାଁରେ ଯୁବକ ହତ୍ୟା ଘଟଣାର ପର୍ଦାଫାସ କଲା ଖୋର୍ଦ୍ଧା ପୋଲିସ । ଗତ ୨ ତାରିଖ ଦିନ ଭୀମପଡାର ରଶ୍ମି ରଞ୍ଜନ ବଳିଆର ସିଂଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ସାରା ଜିଲାରେ ସୃଷ୍ଟି କରିଥିଲା ଚାଞ୍ଚଲ୍ୟ । ପୋଲିସ ଏହାକୁ ଗୁରୁତର ସହ ନେଇ ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ଅଭିଯୁକ୍ତ କିନ୍ନର ବନ୍ଧୁକୁ ଗିରଫ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାର ରହସ୍ୟ ଖୋଲିଛି ଖୋର୍ଦ୍ଧା ପୋଲିସ ।

ସୂଚନାଅନୁଯାୟୀ ଗତ ୨ ତାରିଖ ଦିନ ଭୀମପଡାର ରଶ୍ମି ରଞ୍ଜନଙ୍କୁ ହତ୍ୟା କରିଥିଲା ତାର ସାଙ୍ଗ । ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ଘଟାଇବା ପରେ ରାମେଶ୍ୱର ଛକରେ ଛାଡି ଦେଇଥିଲା ବାଇକ । ଏହି ବାଇକକୁ ଜବତ କରି ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ । ଅଭିଯୁକ୍ତ ସୋମନାଥ ଲାଠ ଜଣେ କିନ୍ନର । ସୋମନାଥ ଓ ରଶ୍ମି ଉଭୟ ଥିଲେ କଳାକାର ଓ ବିଭିନ୍ନ ନାଟକରେ ମିଶି କରୁଥିଲେ ଅଭିନୟ ।

ତେବେ 2017ରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । କିନ୍ତୁ କିଛି ଦିନ ତଳେ ଏମାନଙ୍କ ଭିତରେ ପଶି ଆସିଥିଲେ ଜଣେ ଯୁବତୀ କଳାକାର । ଯାହାକୁ ସହ୍ୟ କରିପାରି ନଥିଲେ କିନ୍ନର ବନ୍ଧୁ ସୋମନାଥ ଲାଠ । ମୃତ ରଶ୍ମିଙ୍କ ସହ ଯୁବତୀଙ୍କ ସମ୍ପର୍କକୁ ନେଇ ଉଭୟ ରଶ୍ମି ଓ ସୋମନାଥଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଆଜି ଜଙ୍କିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ କହିଛନ୍ତି....ସାଙ୍ଗକୁ ହତ୍ୟା କରି ସାଙ୍ଗ ଫେରାର, କାରଣ ଅସ୍ପଷ୍ଟ

ଏହି ଘଟଣାକୁ ନେଇ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି ," ତହ୍ୟାକାଣ୍ଡର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରେମ ସମ୍ପର୍କ । ଉଭୟଙ୍କ ମଧ୍ୟରେ ୨୦୧୭ ମସିହାରୁ ସମ୍ପର୍କ ଗଢିଉଠିଥିଲା । ସେମାମଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା । ଉଭୟେ କଳାକାର ଥିଲେ। ଏହାରି ଭିତରେ ଜଣେ ଯୁବତୀ ତାଙ୍କ ମଧ୍ୟକୁ ପଶି ଆସିଥିଲେ । ଫଳରେ ତାଙ୍କ ଭିତରେ ବିବାଦ ଦେଖାଯାଇଥିଲା ।ଏହି ଧିରେ ଧିରେ ଉଗ୍ରରୂପ ନେଇଥିଲା । ମୃତକଙ୍କ ସହ ସେହି ଯୁବତୀଙ୍କ ବିବାହ ଠିକ୍ ହୋଇଥିଲା । ହେଲେ ଅଭିଯୁକ୍ତ କିନ୍ନର ଜଣକ ଏହା ଚାହୁଁନଥିଲେ ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ସୋମନାଥ ଉତକ୍ଷିପ୍ତ ହୋଇ ରଶ୍ମି ରଞ୍ଜନଙ୍କୁ ଆକ୍ରମଣ କରିଥିଲେ । "

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.