ଭୁବନେଶ୍ବର: ଓଡ଼ିଶା ପୋଲିସ ପ୍ରତିଷ୍ଠାକୁ ପୁରିଛି ୮୮ ବର୍ଷ । ଏହାରି ଭିତରେ ଆଧୁନିକ ଯୁଗ ଆଡ଼କୁ ଅଗ୍ରସର ହୋଇଛି ବିଭାଗ । ବିଭାଗରେ ଆସିଛି ଅନେକ ପରିବର୍ତ୍ତନ । ବଦଳିଛନ୍ତି ଅନେକ ମୁଖିଆ ବା ପୋଲିସ ମହାନିର୍ଦ୍ଦେଶକ । ଯୋଗଦେଇଛନ୍ତି ନୂଆ ନୂଆ ଡାଇନାମିକ ଅଫିସର ଓ କର୍ମଚାରୀ । ଏହାରି ଭିତରେ ପୋଲିସ କେତେବେଳେ ସୁନାମ ଆଣିଥିବା ବେଳେ କେତେବେଳେ ବଦନାମ ମଧ୍ୟ ହେଉଛି । ହେଲେ ବାସ୍ତବିକ ଲୋକଙ୍କ ସେବାରେ ନିଜର କର୍ତ୍ତବ୍ୟ ନିଷ୍ଠାକୁ ଏକ କରି ଉତ୍ତମ ସେବା ଯୋଗାଇଥିବା କର୍ମଚାରୀଙ୍କୁ ଆଜି ମିଳିଛି ସମ୍ମାନ । ବିଭାଗର ମୁଖିଆ ତଥା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ବିଭାଗର ୧୦୦ ଜଣ କର୍ମଚାରୀଙ୍କୁ ଦେଇଛନ୍ତି ଡିଜି ଡିସ୍କ ସମ୍ମାନ ।
-
On the occasion of #88thOdishaPoliceFormationDay, Sh. Sunil Kumar Bansal @DGPOdisha awarded DGP’s Disc to 115 Police personnel for their outstanding performance and dedication towards their duties. pic.twitter.com/PM6aqpNDVI
— Odisha Police (@odisha_police) April 1, 2023 " class="align-text-top noRightClick twitterSection" data="
">On the occasion of #88thOdishaPoliceFormationDay, Sh. Sunil Kumar Bansal @DGPOdisha awarded DGP’s Disc to 115 Police personnel for their outstanding performance and dedication towards their duties. pic.twitter.com/PM6aqpNDVI
— Odisha Police (@odisha_police) April 1, 2023On the occasion of #88thOdishaPoliceFormationDay, Sh. Sunil Kumar Bansal @DGPOdisha awarded DGP’s Disc to 115 Police personnel for their outstanding performance and dedication towards their duties. pic.twitter.com/PM6aqpNDVI
— Odisha Police (@odisha_police) April 1, 2023
୫ ଜଣ ଏସ୍ପିଙ୍କ ସମେତ ଅନେକ ଏସିପି, ଡିଏସ୍ପି, ଇନ୍ସ୍ପେକ୍ଟର, ଏସ୍ଆଇ, ଏଏସ୍ଆଇ, କନ୍ଷ୍ଟେବଳ, କମାଣ୍ଡାଣ୍ଟ ଓ ହାବିଲଦାର ଏହି ସମ୍ମାନ ପାଇଛନ୍ତି । ଯେଉଁମାନେ ନିଜ କ୍ୟାରିଅରରେ କଳଙ୍କର ଦାଗ ନଲଗାଇ ଲୋକଙ୍କ ସେବା ପାଇଁ ପୋଲିସ ବିଭାଗ ସହ ଜଡ଼ିତ ହୋଇ ନିଜର ଉତ୍ତମ କର୍ତ୍ତବ୍ୟ ପାଳନ କରିଛନ୍ତି । ସିନିଅର୍ ବା ସୁପରିୟରଙ୍କ ସୁପାରିଶ କ୍ରମେ ବିଭାଗର ମନୋବଳ ବଢାଇବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏନେଇ ପୋଲିସ ସେବା ଭବନରେ ସ୍ବତନ୍ତ୍ର କାର୍ଯକ୍ରମ ଅବସରରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଏହା ସହିତ ଆଗାମୀ ଦିନରେ ପୂର୍ବଭଳି ଭଲ କାମ କରିବା ସହ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବେ ସେ ନେଇ ଡିଜିପି ଆହ୍ବାନ ଦେଇଛନ୍ତି ।
ଏନେଇ ସମ୍ମାନୀତ ଅଫିସର ଭୁବନେଶ୍ବର ଏସିପି(ଟ୍ରାଫିକ) ସ୍ବସ୍ତିକ ପଣ୍ଡା କହିଛନ୍ତି, "ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭଳି ଅପରାଧ ନିୟନ୍ତ୍ରଣ, ମାଓବାଦୀ ଗତିବିଧି ଆଦିର ଗୁଇନ୍ଦା ତଥ୍ୟ ସଂଗ୍ରହ, ଟ୍ରାଫିକ ପରିଚାଳନା ଭଳି ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ ଓ ପୂଜା ପର୍ବାଣୀରେ ଲୋକଙ୍କ ସୁରକ୍ଷା ଓ ପ୍ରାକୃତିକ ଦୈବିପାକ ସମୟରେ ବନ୍ଧୁ ପରି ଲୋକଙ୍କ ଅସମୟରେ ଉପସ୍ଥିତ ରହି ସହଯୋଗ ସହ ବିପର୍ଯ୍ୟୟ ପରିଚାଳନା ଆଦି ସବୁ କାର୍ଯ୍ୟ ପୋଲିସ କରିଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଥାନା ଭାବେ ଦୟିତ୍ବ ଦିଆଯାଇଥିଲେ ମଧ୍ୟ ସେହି ଅଞ୍ଚଳରେ ଆପଣଙ୍କର ଧନ ଓ ଜୀବନ ଜୀବିକାକୁ ସୁରକ୍ଷିତ ଭାବେ ରହିବା ପାଇଁ ରାଜ୍ୟ ପୋଲିସ ଚଳାଇଛି ନିରନ୍ତର ସେବା । ଅପରାଧିକ କାର୍ଯ୍ୟକଳାପରେ ଅତିଷ୍ଠ କରୁଥିବା ଅପରାଧୀଙ୍କୁ ସାବାଡ ପାଇଁ ନିରନ୍ତର ଭାବେ ସେବା ଯୋଗାଇବା ସହ ପୂଜା ପର୍ବାଣୀରେ ଆପଣଙ୍କ ପାଇଁ ସୁରକ୍ଷିତ ପୁଜା ପାଳନ ପାଇଁ ରାସ୍ତାରେ ନିଜ ପରିବାର ସମ୍ପର୍କୀୟଙ୍କୁ ଭୁଲି ଆପଣଙ୍କ ପାଖରେ ଛିଡ଼ା ହୋଇ ସେବା ଯୋଗାଇଥାଏ ପୋଲିସ ।" ତେବେ ଏହି ସମ୍ମାନ ଦ୍ବାରା ସେମାନଙ୍କ ମନୋବଳ ଦୃଢ଼ ହେବ । ଦୁର୍ନୀତିକୁ ମୂଳପୋଛ କରି ଉତ୍ତମ ସେବା ଯୋଗାଇବାରେ ନିଜକୁ ଉତ୍ସର୍ଗୀକୃତ କରିବାରେ ସହାୟକ ହେବ ଏହି ସମ୍ମାନ ବୋଲି କହିଛନ୍ତି ସମ୍ମାନୀତ ହୋଇଥିବା ଅଫିସର ।
ଇଟିଭି ଭାରତ, ଭୁବନେଶ୍ବର