ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଥିବା ଶିଶୁପାଳଗଡ଼ର ହାପି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଗିରଫ । ଅଭିଯୁକ୍ତଙ୍କ ନା ତୁଷାର କୁମାର ଦେବ ହୋଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି । ପୂର୍ବରୁ ଦୁଇଜଣ ଗିରଫ ହୋଇଥିବା ବେଳେ ଆଜି ତୁଷାର କୁମାର ଦେବଙ୍କୁ ମିଶାଇ ତିନିଜଣଙ୍କୁ ଗିରଫ କରାଯାଇଛି । ତେବେ ଗ୍ୟାଙ୍ଗର ମୁଖ୍ୟ ହାପିଙ୍କୁ ଖୋଜିବାକୁ ପୋଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଥିବ ଏସିପି ସୂଚନା ଦେଇଛନ୍ତି ।
ଦିନକୁ ଦିନ ରାଜଧାନୀରେ ମୁଣ୍ଡ ଟେକୁଛି ବିଭିନ୍ନ ଗ୍ୟାଙ୍ଗ୍ । ଆଉ ଏମିତି ଏକ ଗ୍ୟାଙ୍ଗର ମୁଖ୍ୟ ସାଜିଥିଲା ୨୫ ବର୍ଷୀୟ ହାପି । ରାଜଧାନୀରେ ଖୁଲମ ଖୁଲା ଆତଙ୍କ ଖେଳାଇ ଥିଲେ ହାପି , ଉତ୍ତମ, ବିକି, ଲୋକେସ ଓ ପ୍ରୟାଂଶୁ । ଏମାନଙ୍କୁ ଏବେ ପୋଲିସ ମୋଷ୍ଟ ୱାଣ୍ଟେଡ଼ ସଜାଇଛି । ଭାଇଗିରି, ଦାଦାବଟି ଆଦାୟ, ନିଶା କାରବାରରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ରହିଥିବା ପୋଲିସ ସୂଚନା ଦେଇଛି ।
ଏସିପି ଜୋନ୍ ୨ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, "ଗତ ଅଗଷ୍ଟ ୨୮ ତାରିଖରେ ଶିଶୁପାଳଗଡ଼ ଗାଁ ଭିତରେ ୪ଟି ବାଇକରେ ହାପି ଗ୍ୟାଙ୍ଗର ୮ରୁ ୯ଜଣ ମୁଖାପିନ୍ଧି ଆତଙ୍କ ରଚିଥିଲେ । ହାତରେ ମାରଣାସ୍ତ୍ର ନେଇ ୫ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଖୁଲାମ ଖୁଲା ଆକ୍ରମଣ କରିବା ସହ ବାଇକ୍କୁ ଖଣ୍ଡାରେ ହାଣୁଥିଲେ । ଅଭିଯୁକ୍ତମାନେ ଭୟଙ୍କର ରିଲସ କରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ଏହାକୁ ନେଇ ପୋଲିସ ପକ୍ଷରୁ କଡା ଆକ୍ସନ ନିଆଯାଇଛି । ଏହି ମୁଖାଧାରି ଗ୍ୟାଙ୍ଗର ନାଁ ହାପି ଗ୍ୟାଙ୍ଗ ହୋଇଥିବା ବେଳେ ତିନି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଥିବା ବେଳେ ଭୁବନେଶ୍ୱର, ଧଉଳି, ପିପିଲି, ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ ।"
ଏହା ବି ପଢନ୍ତୁ.. ୨୩ ବର୍ଷୀୟ ଟ୍ରେନି ଏୟାର ହୋଷ୍ଟେସ୍ଙ୍କୁ ଗଳା କାଟି ହତ୍ୟା, ମାମଲା ରୁଜୁ
ସେହିପରି ଏହି ଗ୍ୟାଙ୍ଗ ଅଗଷ୍ଟ ୧୯ ତାରିଖରେ ଲିଙ୍ଗିପୁର ଛକରେ ଧଉଳି ଥାନା ଏସ୍ଆଇ ସନ୍ତୋଷ ବଳଙ୍କୁ ହାତୁଡ଼ିରେ ଆକ୍ରମଣ ସହ ହାତକୁ କାମୁଡି ଫେରାର ହୋଇଯାଇଥିଲା ହାପି । ଘଟଣାକୁ ୧୦ ଦିନ ପୁରିନଥିବା ବେଳେ ପୁଣି ହାପି ଓ ତାର ସହଯୋଗୀ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର