ETV Bharat / state

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ଇନଫୋସିଟି ଥାନାରେ ହକି ତାରକା ବୀରେନ୍ଦ୍ର ଲାକ୍ରା - ହକି ତାରକା ବୀରେନ୍ଦ୍ର ଲାକ୍ରା

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା (Anand Toppo Death case)। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତକୁ ତତ୍ପର କଲା ପୋଲିସ । ଇନଫୋସିଟି ଥାନାରେ ହାଜର ହେଲେ ହକି ତାରକା ବୀରେନ୍ଦ୍ର ଲାକ୍ରା । ଅଧିକ ପଢନ୍ତୁ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ଇନଫୋସିଟି ଥାନାରେ ହକି ତାରକା ବୀରେନ୍ଦ୍ର ଲାକ୍ରା

author img

By

Published : Dec 12, 2022, 9:00 PM IST

Updated : Dec 12, 2022, 10:51 PM IST

ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ

ଭୁବନେଶ୍ବର: ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । (Anand Toppo Death case) ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ର ଥାନାରେ ହାଜର ହେବାପରେ ପୋଲିସ କରୁଛି ଜେରା (Police interrogates Indian Hockey Player Birendra Lakra) । ୩ ମାସ ମଧ୍ୟରେ ଭୁବନେଶ୍ବର ଡିସିପିଙ୍କୁ ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ହକି ତାରକା ତଥା ଡିଏସପି ବୀରେନ୍ଦ୍ର ଲାକ୍ରାଙ୍କୁ ତଦନ୍ତର ସାମନା କରିବାକୁ ପଡ଼ିଛି । ଆନନ୍ଦଙ୍କ ହତ୍ୟାରେ ବୀରେନ୍ଦ୍ରଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

ବୀରେନ୍ଦ୍ରଙ୍କ ବିରୋଧରେ ପରିବାର ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଲିସ ସେମାନଙ୍କ ଅଭିଯୋଗ ଗ୍ରହଣ କରୁନଥିଲା । ଏଥିଲାଗି ସେମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରୁ ଶୁଣାଣି କରିବା ସମୟରେ ହାଇକୋର୍ଟ ତଦନ୍ତର ଅନିୟମିତତା ହୋଇଥିବା ନେଇ ଇନଫୋସିଟି ଥାନା ଅଧିକାରିଣୀ ସମିତା ମିଶ୍ରଙ୍କୁ କଡା ଭର୍ତ୍ସନା କରିଥିଲେ । ଏହାପରେ ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ପୋଲିସ ଏକାଡେମୀରେ ଟ୍ରେନିଂ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଫର୍ଦ୍ଦରେ ଥାନାଧିକାରିଣୀ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ବାଦ ଦେଇଥିଲେ ।

ତେବେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । କେସ ନମ୍ବର ୩୩୬/୨୨ରେ ୩୦୨ରେ ତଦନ୍ତ ଚାଲିଛି । ଏନେଇ ୨୫ଜଣଙ୍କୁ ସମନ୍ କରାଯାଇଛି । ବୀରେନ୍ଦ୍ର ଲାକ୍ରା ସହ ତାଙ୍କ ରୁମରେ ଥିବା ବାନ୍ଧବୀ ସମେତ ଅନ୍ୟମାନଙ୍କୁ ସମନ ହୋଇଛି । ଖୁବଶୀଘ୍ର ଅନ୍ୟମାନେ ମଧ୍ୟ ହାଜର ହେବେ । ତେବେ ରୁମରେ ସେଦିନ କିଏ କିଏ ଥିଲେ? କିଏ ପ୍ରଥମେ ମୃତଦେହ ଦେଖିଥିଲେ? କିଏ କାହାକୁ କଲ କରିଥିଲା ? ତାଙ୍କର ଲୋକେସନ କଣ ଥିଲା ? ପରେ ପୋଲିସକୁ କେତେବେଳେ ଜଣାଇଥିଲେ ? ପରିବାର ଲୋକଙ୍କୁ କେତେବେଳେ ଜଣାଇଥିଲେ? ଏ ନେଇ ପଚାର ଉଚୁରା କରାଯାଉଥିବା କହିଛନ୍ତି ଏଡିସିପି ପ୍ରକାଶ ପାଲ ।

ଏହା ବି ପଢନ୍ତୁ- ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣା, ହାଇକୋର୍ଟଙ୍କ ରାୟ ପରେ ପରିବାରକୁ ଆଶ୍ବସ୍ତି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ତତ୍ପର ହୋଇଉଠିଛି । ଆଜି ହକି ତାରକା ବୀରେନ୍ଦ୍ର ଥାନାରେ ହାଜର ହେବା ପରେ ପୋଲିସ ତାଙ୍କୁ ପଚରା ଉଚୁରା କରୁଛି । ସୂଚନା ଥାଉ କି ଚଳିତ ବର୍ଷ ଆନନ୍ଦ ଟପ୍ପୋ ବିବାହ କରିଥିଲେ । କିଛି ଦିନ ପରେ ଫେବୃଆରୀ ୨୭ରେ ସେ ତାଙ୍କ ଦୁଇ ବନ୍ଧୁ ଚୁନା ସିଂ ଓ ସୁନନ୍ଦ ଟିକରେଙ୍କ ସହ ଭୁବନେଶ୍ବର ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ତାଙ୍କ ଅନ୍ୟ ସାଙ୍ଗଙ୍କୁ ଭେଟିବାକୁ କହିଥିଲେ । ପରଦିନ ଭୁବନେଶ୍ବର ଇନଫୋସିଟି ଏକ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏ ନେଇ ଆନନ୍ଦଙ୍କ ପରିବାରକୁ ବୀରେନ୍ଦ୍ର ଜଣାଇଥିଲେ । ବୀରେନ୍ଦ୍ର ଓ ଅନ୍ୟ ବନ୍ଧୁ ମନଜିତ ତାଙ୍କୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ଘଟଣାସ୍ଥଳରେ ପରିବାର ପହଞ୍ଚିବା ପରେ ଆନନ୍ଦ ଟପ୍ପୋଙ୍କ ବେକରେ ଏକ ଦାଗ ଦେଖିବାକୁ ପାଇଥିଲେ । ଏହାପରେ ଆନନ୍ଦ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଯଦି ଆନନ୍ଦଙ୍କୁ ପ୍ରଥମେ ଝୁଲନ୍ତା ଅବସ୍ଥାରେ ବୀରେନ୍ଦ୍ର ଦେଖିଥିଲେ ତେବେ ପ୍ରଥମେ ସେ କଣ ଖାଇ ଦେଇ ଚେତାଶୂନ୍ୟ ହୋଇଥିବା ନେଇ ପରିବାରକୁ କାହିଁକି କହିଥିଲେ ବୋଲି ଆନନ୍ଦଙ୍କ ଭାଇ ପ୍ରଶ୍ନ କରିଥିଲେ । ଏଭଳି ଏକାଧିକ ଘଟଣାକୁ ନେଇ ପରିବାର ଲୋକେ ବୀରେନ୍ଦ୍ରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 12, 2022, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.