ETV Bharat / state

Assembly Monsoon Session: ଶୁକ୍ରବାରଠୁ ମୌସୁମୀ ଅଧିବେଶନ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

author img

By ETV Bharat Odisha Team

Published : Sep 21, 2023, 3:03 PM IST

ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି । ଅଧିକ ପଢ଼ନ୍ତୁ

Assembly security arrangement
Assembly security arrangement

Assembly security arrangement

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର)ଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 4 ତାରିଖ ଯାଏ ଚାଲିବ । ଏହି ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା । ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଏହା ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଲାଗି ୩୦ ପ୍ଲାଟୁନ ପୋଲସ ଫୋର୍ସ ମୃତୟନ ହେବେ । ଯେଉଁଥିରେ ୬ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭାଇଜ କରିବେ । ୧୦୦ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ମୁତୟନ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି ୧୯ ଜଣ ଏସିପି, ୨୦ ଜଣ ଇନିସ୍ପେକ୍ଟର, ୭୫ ଜଣ ଏଏସଆଇ ରହିଥିବା ବେଳେ ରୁଫ ଟପ ସୁରକ୍ଷା ସହ ସିସିଟିଭି ନଜରରେ ବିଧାନସଭା ରହିବ।

ଏହା ମଧ୍ୟ ପଢନ୍ତୁ-Assembly Monsoon Session: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ମୌସୁମୀ ଅଧିବେଶନ

ଅନ୍ୟପଟେ ରାଲି, ଧାରଣାକୁ ଦୃଷ୍ଟିରେ ରଖି ୫ଟି କଣ୍ଟ୍ରୋଲ ରୁମ ରହିବ । ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ ରେସ୍ପସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ମଧ୍ୟ ରହିବ । କାରଣ ଯେତେବେଳେ ବିଧାନସଭା ଆରମ୍ଭ ହୁଏ ସେହି ସମୟରେ ଅନେକ ସଂଗଠନ ନିଜର ଦାବି ଉପସ୍ଥାପନା ପାଇଁ ଆସିଥାନ୍ତି । ଅଧିକାରର ଲଢେଇ ପାଇଁ ସରକାରଙ୍କୁ ମଧ୍ୟ ଘେରିଥାନ୍ତି ଅର୍ଥାତ ବିଧାନସଭା ଘେରାଉ କରିଥାନ୍ତି । ତେଣୁ ଗୃହ କିଭଳି ସୁରୁଖୁର ଓ ଶୃଙ୍ଖଳିତ ଢଙ୍ଗରେ ଚାଲିବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ସୁରକ୍ଷା ବ୍ୟବସ୍ଥାକୁ କିଭଳି ରହିଛି ସେନେଇ ଆଜି ପୋଲିସ ଡିଜି ଯାଞ୍ଚ କରିଛନ୍ତି । ଏହି ସମୟରେ ପୋଲିସ ଡ଼ିଜିଙ୍କ ସହ ଭୁବନେଶ୍ୱର ପୋଲିସ କମିଶନର ଭୁବନେଶ୍ୱର ଡିସିପି ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ସେପ୍ଟେମ୍ବର 22 ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 4 ତାରିଖ ଯାଏ ଅଧିବେଶନ ଚାଲିବ । ଅକ୍ଟୋବର 3 ତାରିଖରେ ଅତିରିକ୍ତ ବଜେଟ ଆସିବ । ଅନ୍ୟପଟେ ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.