ETV Bharat / state

କାଲି ଆସୁଛନ୍ତି ରାଷ୍ଟ୍ରପତି, ସରିଲା କାରକେଡ ରିହରସଲ

author img

By

Published : Feb 9, 2023, 5:07 PM IST

Updated : Feb 9, 2023, 7:27 PM IST

ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶାରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ନଭେମ୍ବର ୧୦ ତାରିଖରେ ଓଡି଼ଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିଲେ । ଅଧିକ ପଢ଼ନ୍ତୁ

କାଲି ଆସୁଛନ୍ତି ରାଷ୍ଟ୍ରପତି
କାଲି ଆସୁଛନ୍ତି ରାଷ୍ଟ୍ରପତି
କାଲି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ରାତି ପହିଲେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୁଇ ଦିନିଆ ଓଡି଼ଶା ଗସ୍ତ । ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ରହିଛି ଭୁବନେଶ୍ବର ଓ କଟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କାର୍କେଡ଼ ରିହରସଲ କରିଛନ୍ତି। ବ୍ଲୁ ବୁକ୍‌ ଗାଇଡଲାଇନ ଅନୁସାରେ କାର୍ଯ୍ୟକ୍ରମ ଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଥମେ ଏୟାରପୋର୍ଟରୁ କାର୍କେଡ୍‌ ବାହାରି ରମାଦେବୀ ବିଶ୍ବବିଦାଳୟ ଆସିଥିଲା । ଗାଡି ପଛକୁ ଗାଡି ସହ ସାଇରନ ବଜାଇ ଗାଡ଼ିଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ଦେଇ ସେଠାରେ ପହଞ୍ଚିଥିଲା । ବିଶ୍ୱବିଦ୍ୟାଳୟର ଅଡିଟୋରିଅମରେ ହେବାକୁ ଥିବା କାର୍ଯ୍ୟକ୍ରମର ତଦାରଖ ସହ ଯାଞ୍ଚ କରିଥିଲେ ପୋଲିସ ଡିଜି । ତାଙ୍କ ସହ ସିପି ଡିସିପି ଏସିପିଙ୍କ ସମେତ ବହୁ ପୋଲିସ ଅଧିକାରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସ୍ଥିତିକୁ ବୁଲି ଦେଖିଲେ । ଏହାପରେ ଲିଙ୍ଗରାଜ ମନ୍ଦିର ଯାଇଥିଲା କାର୍କେଡ । ପରେପରେ ରାଜଭବନ ଯାଇଥିଲା କାର୍କେଡ । ଏହିଭଳି ଭାବରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟକ୍ରମ ସ୍ଥଳରେ କାର୍କେଡ ଯାଇ ରିହର୍ଲସେଲ କରିଛନ୍ତି । ସେପଟେ ସେବୁ ମିଟିଂ ସ୍ଥଳରେ ଜଣେ ଲେଖାଏଁ ଏଡିସିପି ରାଙ୍କ୍‌ ଅଫିସର ନିୟୋଜିତ ହେବେ ।

ରାଜଭବନରେ ୨୪ ଘଣ୍ଟା ପୋଲିସ ନିୟୋଜିତ ହୋଇଛନ୍ତି । ମୋଟ ୪୦ ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ୨ ଶହ ପୋଲିସ ଅଫିସରଙ୍କ ନଜରରେ ରହିବ ପୁରା ସହର । ୧୪ ଏଡିସିପି ରାଙ୍କ୍‌ ଅଫିସର, ୩୫ ଏସିପି ରାଙ୍କ୍‌ ଅଫିସର, ୪୭ ଇନସ୍ପେକ୍ଟର ୧୮୮ ସବ ଇନସ୍ପେକ୍ଟର ଓ ୫୦ ହୋମଗାର୍ଡ ନିୟୋଜିତ ହେବେ । କାର୍କେଡର ଇନଚାର୍ଜରେ ଜଣେ ଏସପି ରାଙ୍କ୍‌ ଅଫିସର ରହିବେ । କାର୍କେଡ୍ ମୁଭମେଣ୍ଟର ତଦାରଖ କରିବେ । ରାଷ୍ଟ୍ରପତିଙ୍କ ପାଇଁ ୩୦ଟି କାର କାର୍କେଡ଼ରେ ସାମିଲ ହେଉଛନ୍ତି । ପ୍ରଥମେ ୱାର୍ଣ୍ଣିଂ କାର ଯିବ । ଏହା ପଛେପଛେ ପାଇଲଟ କାର ଯିବ । ପ୍ରଥମେ ଏହିଭଳି ୫ ଟି ଗାଡି ଯିବା ପରେ ଷଷ୍ଠ ଗାଡିଟି ରାସ୍ତାକୁ କ୍ଲିଅର କରିବ । ଯାହାକୁ କ୍ଲିଅରିଂ କାର୍‌ କୁହାଯାଏ । ତା ପଛକୁ ଜାମର ଗାଡି ବା ଟେକ୍‌ନୋ କାର ଯିବ । ଏହି ଗାଡି ଯିବା ମାତ୍ରେ ୩ ଶହ ମିଟର ପରିଧି ଭିତରେ ସମସ୍ତ ମୋବଇଲ ଟାୱାର ଅକାମୀ ହୋଇଯିବ । ପଛକୁ ପଛ ଭିଭିଆଇପିଙ୍କ କାର ରହିବ । ଏହା ପଛକୁ ଏସ୍କର୍ଟ ୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ରହିବେ । ଏସ୍କର୍ଟ ୨ରେ ଓଡିଶା ପୋଲିସର ଏକ୍ସପର୍ଟ ଅଫିସର ରହିବେ । ତା ପଛରେ ରାଷ୍ଟ୍ରପତିଙ୍କ ଅଫିସିଆଲ ରହିବେ । ଶେଷରେ ଫାୟାର ଓ ଆମ୍ବୁଲାନ୍ସ ରହିବ ।

କାଲି(ଶୁକ୍ରବାର) ସକାଳେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ପରେ ପୂର୍ବାହ୍ନରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ତେବେ ପ୍ରଥମ ଥର ନିଜ କଲେଜ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୧୦ ତାରିଖ ଦିନ ୪ଟା ୧୫ ସମୟରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ପହଞ୍ଚିବେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ରହିବ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ । ୨ୟ ଥର ଓଡିଶା ଗସ୍ତର ପ୍ରଥମ ଥର ରମାଦେବୀ ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ । ୨୨ ଜଣଙ୍କୁ ସ୍ଵର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧି ଦିଆଯିବ । ଡକ୍ଟର ସୌମ୍ୟ ସ୍ୱାମୀନାଥନ -ଡିଏସସି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣ୍ଣମାସି ଜାନି, ପଦ୍ମଶ୍ରୀ ସୁନିତା କ୍ରିଷ୍ଣନ୍, ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତି ଯଥାକ୍ରମେ ସାଇନ୍ସ ଓ ଟେକ୍ନୋଲୋଜି, କ୍ରିଏଟିଭ ଲିଟରେଚର ଏବଂ ସୋସିଆଲ ୱାର୍କ, ସୋସିଆଲ ସର୍ଭିସ ଏବଂ ଓମେନ୍ ଏମ୍ପାୱରମେଣ୍ଟ୍‌, କ୍ଲାସିକାଲ ଡ୍ୟାନ୍ସ, ଆର୍ଟ ଏବଂ କଲ୍‌ଚର ପାଇଁ ସମ୍ମାନିତ ହେବେ । ଏହାସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ ।

ତେବେ ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟ ଓଡି଼ଶା ଗସ୍ତ । ତେବେ ପୂର୍ବରୁ ନଭେମ୍ବର ୧୦ ତାରିଖରେ ଓଡି଼ଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିଲେ । ଶ୍ରୀମନ୍ଦରିରେ ପ୍ରାୟ ଏକ ଘଣ୍ଟା ରହି କାଳିଆର ସାନ୍ନିଧ୍ୟ ପାଇଥିଲେ । ପରେ ନିଜ ବାଲ୍ୟକାଳ ସହପାଠୀନୀଙ୍କ ସହ ସାକ୍ଷାତ କରିବା ସହ ନିଜ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଜୟଦେବ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 9, 2023, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.