ETV Bharat / state

ଜେଲଗଲେ ଜଗବନ୍ଧୁ: ଅର୍ଚ୍ଚନା ଷଡଯନ୍ତ୍ରରେ ସାମିଲ ଥିଲେ ଜଗବନ୍ଧୁ, ଡିସିପି ପ୍ରତୀକ ସିଂଙ୍କ ସୂଚନା - ଜେଲଗଲେ ଜଗବନ୍ଧୁ

ଜେଲଗଲେ ଜଗବନ୍ଧୁ । ଅର୍ଚ୍ଚନା ଷଡଯନ୍ତ୍ରରେ ସାମିଲ ଥିଲେ ଜଗବନ୍ଧୁ । ମାୟାବିନୀ ଅର୍ଚ୍ଚନା ନାଗ ଷଡ଼ଯନ୍ତ୍ରରେ ସାମିଲ ଥିବା ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଏଥିଲାଗି ତାଙ୍କୁ ଗିରଫ କରାଯାଇଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଅଧିକ ପଢନ୍ତୁ

ଅର୍ଚ୍ଚନା ଷଡଯନ୍ତ୍ରରେ ସାମିଲ ଥିଲେ ସ୍ବାମୀ ଜଗବନ୍ଧୁ, ଗିରଫ କଲା ପୋଲିସ

author img

By

Published : Oct 21, 2022, 9:35 PM IST

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ଜେରା ପରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିଲା । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଏହା ସହ ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଗିରଫ ପରେ ତାଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ଲ୍ୟାପଟପ, ଡାଏରୀ ଓ କିଛି ଡକ୍ୟୁମେଣ୍ଟକୁ ଜବତ କରିଛି ପୋଲିସ । ଅର୍ଚ୍ଚନା ଷଡ଼ଯନ୍ତ୍ରରେ ସ୍ବାମୀ ଜଗବନ୍ଧୁ ସାମିଲ ରହିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି । ଖଣ୍ଡଗିରି ପୋଲିସ ଜଗବନ୍ଧୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅପରାହ୍ନରେ କୋର୍ଟ ଚାଲଣ କରିଥିଲା । କୋର୍ଟରେ ଜଗବନ୍ଧୁର ଜାମିନ ଆବେଦନ ନାକଚ ହେବାପରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଅର୍ଚ୍ଚନା ଷଡଯନ୍ତ୍ରରେ ସାମିଲ ଥିଲେ ସ୍ବାମୀ ଜଗବନ୍ଧୁ, ଗିରଫ କଲା ପୋଲିସ

ଜଗବନ୍ଧୁ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, " ଗତ ୨ ତାରିଖରୁ କେସ ହୋଇଥିଲା । ଯାହା ଅଭିଯୋଗ ଥିଲା ସେହି ଆଧାରରେ ଅର୍ଚ୍ଚନା ନାଗକୁ ଗତ ୬ ତାରିଖରେ ଗିରଫ କରାଯାଇଥିଲା । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଥିଲା । ଅର୍ଚ୍ଚନା ସ୍ବାମୀ ବିରୋଧରେ ବି ସମାନ ଅଭିଯୋଗ ରହିଛି । ସେ ଅନେକଙ୍କୁ ଡରାଇଛନ୍ତି, ଧମକାଇଛନ୍ତି । ଏହାସହ ଫଟୋ ଭାଇରାଲ ମଧ୍ୟ କରିଥିଲେ । ସେସବୁ ଅଭିଯୋଗକୁ ଆଧାର କରି ଜଗବନ୍ଧୁ ଚାନ୍ଦକୁ ଗିରଫ କରାଯାଇଛି ।"

ତଦନ୍ତ ଆରମ୍ଭ ସମୟରେ ଜଗବନ୍ଧୁଙ୍କୁ ପଚରାଉଚୁରା କରାଯାଇଥିଲା । ଯାହା ପଚରାଯାଇଥିଲା ତାକୁ ଭେରିଫାଏ କରାଯାଇଥିଲା । ପୀଡିତା ଯାହା ତାଙ୍କର ୧୬୫ ରେକର୍ଡ ବେଳେ କହିଥିଲେ ସେସବୁକୁ ଭେରିଫାଏ କରାଯାଇଥିଲା । ତଦନ୍ତରୁ ଜଣାପଡିଲା ଯେ କେସରେ ଜଗବନ୍ଧୁର ମଧ୍ୟ ସମ୍ପୃକ୍ତ ରହିଛି । ସେହି ଆଧାରରେ ତାକୁ ଗିରଫ କରାଯାଇଛି । ଏବେ ଅର୍ଚ୍ଚନା ଜଗବନ୍ଧୁଙ୍କ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଛି । କନେକ୍ଟିଂ ଟ୍ରାଞ୍ଜାକ୍ସନ ଭେରିଫାଏ କରାଯାଉଛି ବୋଲି କହିଛନ୍ତି ଡିସିପି ।

ଏହା ବି ପଢନ୍ତୁ- ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ

ସେ ଆହୁରି ମଧ୍ୟ କହିଛନ୍ତି, "ଦରକାର ପଡିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ। ଏବେ ନୟାପଲ୍ଲୀ ଥାନାରେ ଥିବା ଅକ୍ଷୟ ପରିଜାଙ୍କ କେସକୁ ମଧ୍ୟ କୋର୍ଟକୁ ଜଣାଇଛୁ । ଯେତେ ବି ଲୋକ ଏହି କେସରେ ସମ୍ପୃକ୍ତ ରହିଛନ୍ତି ସେ ସବୁକୁ ଆମେ ଇନଭେଷ୍ଟିଗେସନ କରିବୁ ।" ଗିରଫ ପରେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯାଇଛି । କଡ଼ା ପୋଲିସ ପ୍ରହରା ସହ ତାକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଜଗବନ୍ଧୁର ଜାମିନ ଆବେଦନ ନାକଚ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ପୋଲିସ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ବିନା ବଡବଡ଼ିଆଙ୍କ ସହାୟତାରେ ଭୁବନେଶ୍ବରରେ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା କରିବା ସହଜ ନୁହେଁ ବୋଲି ବିରୋଧୀ କହୁଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.