ETV Bharat / state

ଲୁଚାଛପା ପ୍ରେମ ଦେଖି ଦେଇଥିଲେ ଶାଶୁ, ଧରାପଡିବା ଭୟରେ ହତ୍ୟା କରିଥିଲା ବୋହୂ

author img

By ETV Bharat Odisha Team

Published : Aug 22, 2023, 7:28 PM IST

Updated : Aug 22, 2023, 7:34 PM IST

ସାମ୍ନାକୁ ଆସିଲା ଖଣ୍ଡଗିରି ବାରି ବୃଦ୍ଧା ହତ୍ୟାକାଣ୍ଡ । ପାପ ସମ୍ପର୍କ ଲୁଚାଇବାକୁ ବୋହୂ ରଚିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

Khanadagiri Bari slum area murder case
Khanadagiri Bari slum area murder case
ଲୁଚାଛପା ପ୍ରେମ ଦେଖି ଦେଇଥିଲେ ଶାଶୁ, ଧରାପଡିବା ଭୟରେ ହତ୍ୟା କରିଥିଲା ବୋହୂ

ଭୁବନେଶ୍ବର: ସାମ୍ନାକୁ ଆସିଲା ଖଣ୍ଡଗିରି ବାରି ବୃଦ୍ଧା ହତ୍ୟାକାଣ୍ଡ । ପର୍ଦ୍ଦାଫାଶ ହେଲା ଶାଶୁ ହତ୍ୟା ପଛରେ ସୈତାନ୍ ଦିମାଗ । ପାପ ସମ୍ପର୍କ ଲୁଚାଇବାକୁ ବୋହୂ ରଚିଥିଲା ହତ୍ୟାକାଣ୍ଡ । ୭୦ବର୍ଷିୟା ଶାଶୁକୁ ଛୁରୀରେ ହତ୍ୟା କରି ଘରେ ଛୁରୀ ଲୁଚାଇବା ପଛର ରହସ୍ୟ ଉନ୍ମୋଚନ କରିଛି କମିସନରେଟ ପୋଲିସ । ଭରତପୁର ଥାନା ବୃଦ୍ଧା ପଦା ପଲେଇ ହତ୍ୟାକାଣ୍ଡରେ ବୋହୂ ବୈଶାଖୀ ପଲେଇକୁ ଶେଷରେ ଗିରଫ କରି କୋର୍ଟ ଚାଲଣ କରିଛି କମିସନରେଟ ପୋଲିସ ।

ତେବେ ଜୋନ 4 ଏସିପି ପ୍ରଦୀପ କୁମାର ରାଉତ ହତ୍ୟାକାଣ୍ଡ ରହସ୍ୟର ଖୁଲାସା କରିଛନ୍ତି । ଏନେଇ ପ୍ରେସମିଟ ଯୋଗେ ସୂଚନା ଦେଇ କହିଛନ୍ତି, "ଲକ୍ଷେ ଦୋଷୀ ପଛେ ଖସିଯାଉ ହେଲେ ବିନା ଦୋଷରେ କେହି ନିରୀହ ଦଣ୍ଡ ନପାଉ । ଗତ ୧୫ ଅଗଷ୍ଟରେ ବୃଦ୍ଧା ପଦା ପଲେଇ ନିର୍ମମ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ୭ଦିନ ସମୟ ଲାଗିଗଲା । କାରଣ ନିଜ ବୋହୂ ଯିଏକି ଶାଶୁକୁ ହତ୍ୟା କରି ଘରେ ଛୁରୀ ଲୁଚାଇଥିଲା । ଚୋରି ପାଇଁ ଦୁର୍ବୁତ୍ତମାନେ ଏପରି ହତ୍ୟାକାଣ୍ଡ କରିଥାଇପାରନ୍ତି ବୋଲି ଏକ ନାଟକ ରଚିଥିଲା । ସାଇଣ୍ଟିଫିକ୍ ପ୍ରମାଣ ଓ ପାରିପାର୍ଶ୍ବିକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯୋଗୁଁ ହତ୍ୟାକାରୀ ଆଉ କିଏ ନୁହେଁ ବରଂ ବୃଦ୍ଧାଙ୍କ ନିଜ ବଡ଼ ବୋହୁ ବୋଲି ଜଣାପଡିଥିଲା ।"

ଏହା ବି ପଢନ୍ତୁ- ପରକୀୟା ପ୍ରୀତିରୁ ମହାଭାରତ: ସ୍ତ୍ରୀକୁ ହତ୍ୟା, ଥାନାରେ ଶାଶୁର ଅଭିଯୋଗ

ଏହା ପଛରେ କାରଣ ଥିଲା ବୋହୂର ଏକ ଲୁଚା ଛପା ପ୍ରେମ କାହାଣୀକୁ ଜାଣିପାରିଥିଲେ ଶାଶୁ । ବୋହୂର ବାପ ଘର ଓ ଶାଶୁ ଘର ଗୋଟିଏ ଗାଁ ଭିତରେ ଥିବାରୁ ବୋହୂର କାର୍ଯ୍ୟକଳାପକୁ ଜାଣିପାରୁଥିଲେ ଶାଶୁ । ଘରେ ପୁଅ ରହୁନଥିବାରୁ ଏହାର ସୁଯୋଗ ନେଇ ବୈଶାଖୀ ଅନେକ ପର ପୁଅଙ୍କ ସହ କଥାବାର୍ତ୍ତା ଓ ସମ୍ପର୍କ ରଖୁଥିଲେ । ଯାହାକୁ ଶାଶୁ ଅନେକ ସମୟରେ ବୋହୂକୁ ବାରଣ କରୁଥିଲେ । ଏପରିକି ଗାଁରେ ଥିବା ବେଳେ ବୋହୂ ଆଉ ଜଣେ ଯୁବକ ସହ ସମ୍ପର୍କ ରଖିଥିବା ବୃଦ୍ଧା ଜାଣିପାରିଥିଲେ ।ଏହାପରେ ବୋହୂ ମନରେ ଜାତ ହୋଇଥିଲା ଭୟ । ଏହାର ଖୁଲାସା ହେବା ଭୟରେ ବୋହୂ ବୈଶାଖୀ ଜଣେ ଯୁବକ ସହାୟତାରେ ରଚିଥିଲା ଷଡ଼ଯନ୍ତ୍ର ।

ଶାଶୁକୁ ଆକ୍ରମଣ କରିବା ପରେ ଏହାକୁ ଚୋରି ପାଇଁ ଉଦ୍ୟମ ରୂପ ଦେଇଥିଲା । ଆଉ ନିଜେ ଖସିଯାଇ ଜଣେ ଯୁବକକୁ ପୋଲିସ ହାତରେ ଧରାପକାଇଥିଲା ବୋହୂ ବୈଶାଖୀ । ହେଲେ ସେବେଠୁ ଶାଶୁ ସୁସ୍ଥ ହେବା ପର୍ଯ୍ୟନ୍ତ ଭୁବନେଶ୍ବରରେ ନିଜ ପାଖରେ ରଖୁଥିଲେ ବୋହୂ । ହେଲେ କିଛି ଦିନ‌ ପୂର୍ବେ ଶାଶୁ ସୁସ୍ଥ ହୋଇ କଥା କହିବା ଆରମ୍ଭ କରିବା ବେଳେ ବୋହୂ ପାଇଁ ବଢିଥିଲା ଭୟ । ବୋହୂର କଳା କାରନାମା କାଳେ ସାମ୍ନାକୁ ଆସିଯିବ ସେଇ ଭୟରେ ଶାଶୁକୁ ଗତ ୧୫ଅଗଷ୍ଟ ସନ୍ଧ୍ୟାରେ ଏକ ପରିବା କଟା ଛୁରୀରେ ହତ୍ୟା କରିଥିଲା ବୋହୂ ।

ଚଟାଣରେ ପଡ଼ିଥିବା ରକ୍ତକୁ ଏସିଡରେ ସଫା କରି ଘରୁ ଲୁଟ ଉଦ୍ୟମର ନାଟକ ରଚିଥିଲେ । ତେବେ ପୋଲିସ ତଦନ୍ତ ବେଳେ ବୋହୂର ଭୂମିକା ଉପରେ ସନ୍ଦେହ କରିଥିଲା । ବୋହୂ ନାଟକ କରୁଥିବା ପୋଲିସ ଜାଣିପାରିଥିଲା । ଏହାପରେ ବୋହୂକୁ ଅଟକ ରଖି ପଚରାଉଚରା ବେଳେ ସେ ହିଁ ହତ୍ୟା କରିଥିବା ସ୍ବୀକାର କରିଥିଲା । ଏହି ଘଟଣାରେ ବୃଦ୍ଧାଙ୍କ ସାନ ପୁଅକୁ ସନ୍ଦେହ କରୁଛି ପୋଲିସ । ଏଥିଲାଗି ଲାଇ ଡିଟେକ୍ସନ କରିବାକୁ ମଧ୍ୟ ପୋଲିସ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 22, 2023, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.