ETV Bharat / state

ପାନ ମସଲା ଆଳରେ ବଜାରରେ ମିଳୁଛି ନକଲି ଜର୍ଦ୍ଦା, ଚଢାଉ କଲା ପୋଲିସ - ନକଲି ଜର୍ଦ୍ଦା ବିକ୍ରିକୁ ନେଇ ଦୁଇ ଜଣ ଅଭିଯୁକ୍ତକୁ ଗିରଫ

ପୂଜା ବଜାରରେ ଭେଜାଲ ମାଲ । ନକଲି ଜର୍ଦ୍ଦା ବିକ୍ରିକୁ ନେଇ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଅସଲି ଡବାରେ ରହୁଛି ନକଲି ଦ୍ରବ୍ୟ
ଅସଲି ଡବାରେ ରହୁଛି ନକଲି ଦ୍ରବ୍ୟ
author img

By ETV Bharat Odisha Team

Published : Oct 13, 2023, 9:17 PM IST

ଅସଲି ଡବାରେ ରହୁଛି ନକଲି ଦ୍ରବ୍ୟ

ଭୁବନେଶ୍ବର: ନକଲି କାରବାର ଆଉ ଏକ ଖୁଲାସା । ପାନମସଲା ପ୍ରିୟ ଗ୍ରାହକଙ୍କ ପାଇଁ ସତର୍କ ସୂଚନା । ଆପଣଙ୍କ ପାନ ମସଲାରେ ଆସୁଛି ଭେଜାଲ ଜିନିଷ । ଅସଲି ଡବାରେ ରହୁଛି ନକଲି ଦ୍ରବ୍ୟ । ଏନେଇ ସାମ୍ନାକୁ ଆସିଲା ଗୋପାଲ ଜର୍ଦ୍ଦାର ନକଲି ସାମଗ୍ରୀ । କ୍ୟାପିଟାଲ ଥାନା ଅଞ୍ଚଳର ଏକ ନମ୍ବର ମାର୍କେଟରୁ ଜବତ ହେଲା ବିପୁଳ ପରିମାଣର ନକଲି ଜର୍ଦ୍ଦା । ନକଲି ଜର୍ଦ୍ଦା ବିକ୍ରିକୁ ନେଇ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନେ ହେଲେ କୃଷ୍ଣ ଚନ୍ଦ୍ର ରାଉଳ ଓ ବାସୁଦେବ ମଣ୍ଡଳ ।

ଏସିପି ମାନସ ଗଡ଼ନାୟକ କହିଛନ୍ତି, ‘‘ପୂଜା ସମୟରେ ମାର୍କେଟର ଡିମାଣ୍ଡ ଦେଖି ବିଭିନ୍ନ ସାମଗ୍ରୀ ବିକ୍ରି ଚାହିଦା ବଢ଼ିଥାଏ । ଏହାର‌ ଫାଇଦା ଉଠାଇବା ପାଇଁ କେତେକ ବ୍ୟବସାୟୀ ନକଲି ଦ୍ରବ୍ୟକୁ ଅସଲି ଆଳରେ ବିକି ହଜାର ହଜାର ଟଙ୍କାର ମୁନାଫା କରନ୍ତି । ଏହି ପୂଜା ବଜାରରେ କେତେକ ଭେଜାଲ କମ୍ପାନୀ ମୁଣ୍ଡଟେକି ଉଠିଥାନ୍ତି । ଅସଲି ସାମଗ୍ରୀର ଅବିକଳ ନକଲ କରି ନକଲି ସାମଗ୍ରୀକୁ ବିକ୍ରି କରିଥାନ୍ତି । ଏପରି ଏକ ନକଲି ସାମଗ୍ରୀ ବିକ୍ରି ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ତଦନ୍ତ ଆରମ୍ଭ ରହିଥିଲା ପୋଲିସ । କୋଟପା ଆଇନ ୨୦୦୩ ଆଧାରରେ ଏହାର ତଦନ୍ତ ବେଳେ କପି ରାଇଟ ଭାଓଲେସନ କରି ଅନ୍ୟ ଏକ କମ୍ପାନୀ ନାଁରେ ଜର୍ଦ୍ଦା କାରବାର କରୁଥିବା ଦୁଇଜଣ ବିକ୍ରେତାକୁ ଧରିଛି ପୋଲିସ ।’’

ଏହା ମଧ୍ୟ ପଢନ୍ତୁ..କଟକରେ ଅନ୍ତବସ୍ତ୍ର ବି ନକଲି ! ନାମିଦାମୀ କମ୍ପାନୀର ଅନ୍ତବସ୍ତ୍ର ଜବତ, ବେପାରୀ ଅଟକ

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ନକଲି ସାମଗ୍ରୀର ଲିଙ୍କ କୋରାପୁଟ ପର୍ଯ୍ୟନ୍ତ ଲମ୍ବିଥିବା ତଦନ୍ତରେ ଜଣା ପଡିଛି । କେନ୍ଦୁପତ୍ରକୁ ଚୂନା କରି ସେଥିରେ ସେଣ୍ଟ ମାରି ପାନମସଲା ବା ଜର୍ଦ୍ଦା କରି ଏକ ନିର୍ଦ୍ଦିଷ୍ଟ କମ୍ପାନୀର ନାଁରେ ବିକ୍ରି କରୁଛନ୍ତି ଦୋକାନୀ । ଏହାର ସପ୍ଲାୟ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜାଗାକୁ ଆସୁଛି । ଲୋକେ ଭରସା କରୁଥିବା କମ୍ପାନିର ପାନମସଲା ଭାବି ତାକୁ ଖାଉଛନ୍ତି । ଯାହକି ସ୍ବାସ୍ଥ୍ୟ ପ୍ରତି କ୍ଷତି କାରକ ସହ‌ କୋଟପା ଆଇନର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି । ଦୁଇ ଜଣଙ୍କୁ ଗିରଫ ସହ ବିପୁଳ ପରିମାଣର ନକଲି ଜର୍ଦା ଡବା ପ୍ୟାକେଟ ଓ ବସ୍ତା ଜବତ ହୋଇଛି । କୋରାପୁଟ କନେକ୍ସନ୍ ନେଇ ଖୋଳତାଡ଼ ଚାଲିଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.