ETV Bharat / state

ବୁଲା ବିକାଳି ବେଶରେ ଆସି ଲୁଟ୍‌, ୧୭ ଚେନ୍‌ ଝାମ୍ପିଥିବା ଇରାନୀ ଗ୍ୟାଙ୍ଗ ଗିରଫ

ରାଜଧାନୀରେ ଆତଙ୍କ ଖେଳାଇଥିବା ଇରାନୀ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ (Bhubaneswar Police arrested Irani lootera Gang) । ଏମାନେ ବୁଲା ବିକାଳି ବେଶରେ ଆସି ଲୋକଙ୍କଠୁ ସୁନା ଅଳଙ୍କାର ଲୁଟ କରୁଥିଲେ । ଗିରଫ ବେଳେ ଏହି ଗ୍ୟାଙ୍ଗଠାରୁ ୧୭ଟି ସୁନା ଚେନ୍‌କୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

Irani lootera Gang
Irani lootera Gang
author img

By

Published : Jan 7, 2023, 5:40 PM IST

୧୭ ଚେନ୍‌ ଝାମ୍ପିଥିବା ଇରାନୀ ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ରାସ୍ତା କଡରେ ବୁଲା ବିକାଳିଙ୍କୁ ହୁସିଆର । ଗ୍ରହ ରତ୍ନ ପଥର ବିକ୍ରି ଆଳରେ ବୁଲୁଛନ୍ତି ଲୁଟେରା । ବିକ୍ରି ଆଳରେ ସୁନାଗହଣା ପିନ୍ଧିଥିବା ମହିଳାଙ୍କୁ ଛକି ଲୁଟି ନେଉଛନ୍ତି ଗହଣା । ସାଥୀ ଲୁଟେରାଙ୍କୁ ଫୋନରେ ଡକାଇ ରାସ୍ତାରୁ ଝାମ୍ପୁଛନ୍ତି ସୁନା ଅଳଙ୍କାର। ଏହିପରି ଢଙ୍ଗରେ ରାଜଧାନୀରେ ଆତଙ୍କ ମଚାଇଥିବା ଗ୍ୟାଙ୍ଗ ଶେଷରେ ପୋଲିସ ହାତରେ ଧରାପଡ଼ିଛି (Bhubaneswar Police arrested Irani lootera Gang) । ୪ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଏମାନେ ଇରାନୀ ଗ୍ୟାଙ୍ଗ ନାଁରେ ବେଶ ସକ୍ରିୟ ଥିଲେ ବୋଲି ଜଣାପଡ଼ିଛି ।

Irani lootera Gang
୧୭ ସୁନା ଚେନ୍‌ ସହ ରତ୍ନ ପଥର ଜବତ

ଚଷମା, ରତ୍ନ ପଥର, ରୁଦ୍ରାକ୍ଷ ଭଳି ଜିନିଷକୁ ବିକ୍ରି ଆଳରେ ରାସ୍ତା ବୁଲୁଥିଲେ ଏମାନେ। ଏକୁଟିଆ ଠିଆ ହୋଇଥିବା ମହିଳା ବା ଝିଅଙ୍କୁ ନଜରରେ ରଖୁଥିଲେ । ଗହଣା ବା ଦାମି ମୋବାଇଲ ଧରିଥିଲେ ଏହାକୁ ଝାମ୍ପିବାକୁ ସାଥୀ ଲୁଟେରାଙ୍କୁ ଡକାଉଥିଲେ। ଆଉ ଲୁଟ୍ କରି ଘଟଣା ସ୍ଥଳରୁ ମାରୁଥିଲେ ଚମ୍ପଟ । ଏହିପରି ଢଙ୍ଗରେ ଲୁଟ କରି ଲୁଟ ସୁନା ଚେନ୍‌ ଓ ଗହଣା ନେଇ ଚମ୍ପଟ ମାରୁଥିଲେ । ପରେ ସେସବୁକୁ ବିକ୍ରି କରି ବା ବନ୍ଧା ପକାଇ ନିଜ ନିଜ ଭିତରେ ଭାଗ ବାଣ୍ଟି ନେଉଥିଲେ। ବିଗତ କିଛି ଦିନ ଧରି ଭୁବନେଶ୍ବରରେ ଏହିପରି ଢଙ୍ଗରେ ରାସ୍ତାରୁ ସୁନା ଚେନ୍‌ ଝାମ୍ପୁଥିବା ଲୁଟେରାଙ୍କୁ କାବୁ କରିଛି ପୋଲିସ । ଏନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ସେମାନଙ୍କ ଷ୍ଟାଇଲ ଓ ସିସିଟିଭି ଫୁଟେଜରୁ ତଥ୍ୟ ସଂଗ୍ରହ କରିଥିଲା ।

ଏହା ବି ପଢନ୍ତୁ-ଫାର୍ମ ହାଉସରେ ଜଗୁଆଳିଙ୍କୁ ନିର୍ମମ ହତ୍ୟା, ସହକର୍ମୀକୁ ବାନ୍ଧିଲା ପୋଲିସ

ସେମାନେ ବିଭିନ୍ନ ସ୍ଥାନ ବୁଲି ବୁଲି କେବଳ ଭୁବନେଶ୍ବର ନୁହେଁ କଟକ ଓ ପୁରୀ ସମେତ ରାଜ୍ୟ ବାହାରେ ମଧ୍ୟ ଲୁଟୁଥିଲେ । ଏନେଇ ପୋଲିସ ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୭ଟି ସୁନା ଚେନ୍‌ ସହ ବିକ୍ରି କରୁଥିବା ନକଲି ରତ୍ନ ପଥର ସହ ଚଷମା ଓ ୫ଟି ବାଇକ ଜବତ ହୋଇଛି । ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, "ଏମାନଙ୍କ ନାଁରେ ୨୨ଟି କେସ ଥିଲା । ତଦନ୍ତ ପରେ ଏମାନଙ୍କୁ ଗିରଫ କରାଯାଇଛି । ବିଶେଷ କରି ଏମାନେ ଇରାନୀ ଗ୍ୟାଙ୍ଗର। ନୂଆପଡ଼ା ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ଆସି ଏହିପରି ରାସ୍ତାରେ ସହ ବୁଲା ବିକାଳି ବେଶରେ ବୁଲୁଥିଲେ ଲୁଟେରା । ବିଶେଷ କରି କିଛି ଦୋକାନରେ ପଶି ମଧ୍ୟ ଧ୍ୟାନ ଭଟକାଇ ମଧ୍ୟ ଏମାନେ ଲୁଟ କରନ୍ତି । ଏମାନଙ୍କ ଟାର୍ଗେଟରେ ବିଶେଷ କରି ମହିଳା ଓ ଯୁବତୀ ଥିଲେ । ଯେଉଁମାନେ ସୁନା ଗହଣା ପିନ୍ଧୁଥିଲେ ସେମାନଙ୍କ ଉପରେ ନଜର ରଖି ସୁବିଧା ଦେଖି ଅଲଙ୍କାରକୁ ଝାମ୍ପି ନେଉଥିଲେ । ତେବେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ।" ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ରାଜଧାନୀବାସୀଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ଗତ କିଛି ମାସ ଧରି ରାଜଧାନୀରେ ଏହି ଗ୍ୟାଙ୍ଗ ଲୁଟ କରି ଆତଙ୍କ ଖେଳାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.