ETV Bharat / state

ବେଆଇନ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ: 6 ଗାଡି ଜବତ

ବେଆଇନ ମାଙ୍କଡା ପଥର ଚାଲାଣ ବେଳେ ପୋଲିସ ଓ ତହସିଲ ପକ୍ଷରୁ ମିଳିତ ଚଢାଉ । 6 ଟି ପଥର ବୋଝେଇ ଗାଡି ଜବତ । ଅଧିକ ପଢନ୍ତୁ...

author img

By

Published : Nov 21, 2020, 1:11 PM IST

ବେଆଇନ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ : 6 ଗାଡି ଜବତ

ଖୋର୍ଦ୍ଧା: ଜିଲ୍ଲାରେ ସକ୍ରିୟ ହେଉଛନ୍ତି ପଥର ମାଫିଆ । ଶୁକ୍ରବାର ବିଳମ୍ବିତ ରାତିରେ ବେଗୁନିଆ ପୋଲିସ ଓ ତହସିଲ ପକ୍ଷରୁ ରାଉତପଡା ନିକଟସ୍ଥ ବିଚଣା ଖଣି ନିକଟରେ ମିଳିତ ଚଢାଉ କରାଯାଇ 6 ଟି ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର, ମାଲିକ ଓ ଖଣି ମାଫିଆମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଛନ୍ତି । ତେବେ ଚଢାଉ ବେଳେ ପୋଲିସ ଓ ତହସିଲଦାରଙ୍କ ଉପରେ ଅତର୍କିତ ଭାବେ ପଥର ମାଡ କରାଯାଇଥିବା ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଞ୍ଚଳରେ ପଥର ମାଫିଆମାନେ ମାଙ୍କଡା ପଥର ଅହରହ କାଟି ଚୋରା ଚାଲାଣ କରୁଛନ୍ତି । ଆଉ ଏହାକୁ ଧରିବା ପାଇଁ ଯାଉଥିବା ରାଜସ୍ବ ଅଧିକାରୀମାନଙ୍କ ଉପରେ ଆକ୍ରମଣ ହେଉଛି । ଏଭଳି ଘଟଣା ବାରମ୍ବାର ହେଉଥିବା ବେଳେ କିଛି ଦିନ ତଳେ ଟାଙ୍ଗୀ ତହସିଲ ଓ ଖୋର୍ଦ୍ଧା ତହସିଲ ଅନ୍ତର୍ଗତ କିଛି ଜାଗାରେ ରାଜସ୍ବ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ବିରୋଧ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି । ରାତିକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ପଥର ମାଫିଆମାନଙ୍କ ଅର୍ଥବଳ ଓ ବାହୁବଳ ତଳେ ପ୍ରଶାସନ ଚାପି ହୋଇ ସ୍ଥାଣୁ ପାଲଟିଗଲା ଭଳି ଲାଗୁଛି । କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏଭଳି ଘଟଣା ଘଟୁଥିବା ଶୁଣିବାକୁ ମିଳୁଛି । ଚୋରା ପଥର ମାଫିଆମାନେ ପଥର ଚୋରା ଚାଲାଣ କରି ବିପୁଳ ଟଙ୍କା ସାଉଁଟୁଥିବା ବେଳେ ରାଜସ୍ବ ପାଇବାରୁ ସରକାର ବଞ୍ଚିତ ହେଉଛନ୍ତି ।

ଜିଲ୍ଲାରେ ଜଗନ୍ନାଥଙ୍କ ଜମି, କାଜୁ ନିଗମ ଜମି, ବନ ବିଭାଗ ଜମି, ଅନାବଦୀ ଗୋଚର ଜମି ଉପରେ ମାଫିଆମାନେ ରାଜ ଚଳାଇଛନ୍ତି । ମୁଖ୍ୟତଃ ବନ ବିଭାଗ ଓ କାଜୁ ନିଗମ ଜମିରୁ ବହୁ ପରିମାଣର ପଥର ଚାଲାଣ କରାଯାଉଛି । ଗତ କିଛିଦିନ ତଳେ ପଥର ମାଫିଆଙ୍କ ଆକ୍ରମଣର ପ୍ରତିଶୋଧ ସୂରୁପ ଜିଲ୍ଲା ପ୍ରଶାସନ ମାଫିଆଙ୍କ ଉପରେ ରୋକ ଲଗାଇବାକୁ ବିଭିନ୍ନ ସ୍ଥାନରେ ଚଢାଉ କରି ପଥର ଚାଲାଣ କରୁଥିବା ଗାଡିଗୁଡିକୁ ଜବତ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.