ETV Bharat / state

Banapur Violence Case: ଗୋଟିଏ ନମ୍ବରରେ ଦୁଇଟି କାର - ଚିଲିକା ବିଧାୟକଙ୍କ ଗାଡ଼ି ଚଢ଼ାଇବା ଘଟଣା

ଚିଲିକା ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରି ଓ ସେ ଚଢୁଥିବା କାରକୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ । ଅଧିକ ପଢ଼ନ୍ତୁ

Chillika MLA Ramp Case: ଗୋଟିଏ ନମ୍ବରରେ ଦୁଇଟି କାର

author img

By

Published : Mar 23, 2022, 8:34 PM IST

ଖୋର୍ଦ୍ଧା: ଚିଲିକା ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରି ଓ ସେ ଚଢୁଥିବା କାରକୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ । ପୋଲିସରେ ଅଭିଯୋଗ ଅନୁଯାୟୀ ବିଧାୟକ ଯେଉଁ କାର ଲୋକଙ୍କ ଉପରେ ଚଢାଇଥିଲେ ସେହି ଡିସ୍କଭରି କାର୍‌ ନଂ ଥିଲା OD 02Y 5775 । ବର୍ତ୍ତମାନ ଏହି ନମ୍ବରରେ ବୋଲଗଡ଼ ସୁନଖଳା ଶିବାନି ଫୁଡ୍ସ ମାଲିକ ରବି ସୁବୁଦ୍ଧିଙ୍କ ମିଲ୍‌ ଭିତରେ ରହିଛି ଏହି ହୁଣ୍ଡାଇ କ୍ରେଟା କାର ।

Chillika MLA Ramp Case: ଗୋଟିଏ ନମ୍ବରରେ ଦୁଇଟି କାର

ଏହି ଘଟଣାରେ କିଏ ସତ କହୁଛି ଆଉ କିଏ ମିଛ ତାହାକୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ବିଧାୟକ ଯେଉଁ ଗାଡ଼ିରେ ଏହି ଜଘନ୍ୟ ଘଟଣା ଘଟାଇ ଥିଲେ ତାହା OD 25K 5775 ନମ୍ବର ଲ୍ୟାଣ୍ଡ ରୋଭର ଡିସ୍କଭେରୀ ଗାଡ଼ି । ଏହା କ୍ୟାମେରା କଏଦ ହୋଇଥିଲା । ହେଲେ ପୋଲିସ ବର୍ତ୍ତମାନ ହ୍ୟୁଣ୍ଡାଇ କ୍ରେଟା ଗାଡ଼ି ଜବତ ହୋଇଥିବା କଥାକହିଛି । ଏଠାରେ ପୋଲିସ ବିଧାୟକଙ୍କୁ ବଞ୍ଚାଇବାକୁ ଗାଡ଼ି ନମ୍ବର ପ୍ଲେଟ ବଦଳାଇଥିବା ଅଭିଯୋଗ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ପୋଲିସ କହୁଥିବା ଡିସ୍କଭେରୀ କାର ନଂ ରେ ବୋଲଗଡ଼ ସୁନଖଳା ଶିବାନି ଫୁଡ୍ସ ମାଲିକ ରବି ସୁବୁଦ୍ଧିଙ୍କ ମିଲ୍‌ ଭିତରେ ରହିଛି ଏକ ହୁଣ୍ଡାଇ କ୍ରେଟା କାର୍‌ । ତେବେ ଗୋଟିଏ ନମ୍ବର କିପରି ଦୁଇଟି ଗାଡ଼ିରେ ଲାଗିଲା ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । କ୍ୟାମେରା ମିଛ କହୁଛି ନା ପୋଲିସ ମିଛ କହୁଛି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.