ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି: ଜିଲ୍ଲାପାଳଙ୍କ ଅଫିସ ଆଗରେ ଟାୟାର ଜାଳି ପ୍ରତିବାଦ - ଟାୟାର ଜାଳି ପ୍ରତିବାଦ

ଯୁକ୍ତ ଦୁଇ ପରୀକ୍ଷା ବାତିଲ କିମ୍ବା ଅନଲାଇନ ପରୀକ୍ଷା ଦାବିରେ ଆଜି ଖୋର୍ଦ୍ଧାର ବିଭିନ୍ନ କଲେଜ ଛାତ୍ରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜଳାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ଅଫିସ ଆଗରେ ଟାୟାର ଜାଳି ପ୍ରତିବାଦ

author img

By

Published : May 3, 2021, 4:01 PM IST

Updated : May 3, 2021, 9:39 PM IST

ଖୋର୍ଦ୍ଧା: ଯୁକ୍ତ ଦୁଇ ପରୀକ୍ଷା ବାତିଲ କିମ୍ବା ଅନଲାଇନ ପରୀକ୍ଷା ଦାବିରେ ଆଜି ଖୋର୍ଦ୍ଧାର ବିଭିନ୍ନ କଲେଜ ଛାତ୍ରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜଳାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖୋର୍ଦ୍ଧାର ପିଏନ ମହାବିଦ୍ୟାଳୟ, ଅରଗୁଳ କଲେଜ, ଜଟଣୀ, କେରଙ୍ଗ ଏବଂ ଏମପିଜେ ମହାବିଦ୍ୟାଳୟର ଛାତ୍ରମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି ।

ଜିଲ୍ଲାପାଳଙ୍କ ଅଫିସ ଆଗରେ ଟାୟାର ଜାଳି ପ୍ରତିବାଦ

ସେହିପରି ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଉତ୍ୟକ୍ତ ଛାତ୍ରଙ୍କୁ ପୋଲିସ ବୁଝାସୁଝା କରିବା ସହ ଛାତ୍ରଙ୍କ ଦାବି ଉପରେ ସରକାରଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ଦେବାପରେ ଉତ୍ୟକ୍ତ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 3, 2021, 9:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.