ETV Bharat / state

Plus Two ଇନ୍‌ଷ୍ଟାଣ୍ଟ ପରୀକ୍ଷା, 29 ଯାଏଁ ବଢିଲା ଆବେଦନ ଅବଧି

ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆବେଦନ ଅବଧି ପ୍ରକ୍ରିୟାକୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାର ଇନ୍‌ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର 13 ଓ 14 ରେ ଅନୁଷ୍ଠିତ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

+2 ଇନ୍‌ଷ୍ଟାଣ୍ଟ ପରୀକ୍ଷା, 29 ଯାଏଁ ବଢ଼ିଲା ଆବେଦନ ଅବଧି

author img

By

Published : Aug 27, 2022, 4:35 PM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ (Council of Higher Secondary Education) ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ (plus two instant exam) ପରୀକ୍ଷା ପାଇଁ ଆବେଦନ ଅବଧି ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାର୍ଥୀ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଇନ୍‌ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର 13 ଓ 14 ରେ ଅନୁଷ୍ଠିତ ହେବ ।

+2 ଇନ୍‌ଷ୍ଟାଣ୍ଟ ପରୀକ୍ଷା, 29 ଯାଏଁ ବଢ଼ିଲା ଆବେଦନ ଅବଧି
+2 ଇନ୍‌ଷ୍ଟାଣ୍ଟ ପରୀକ୍ଷା, 29 ଯାଏଁ ବଢ଼ିଲା ଆବେଦନ ଅବଧି

ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ବଢ଼ିଲା ଆବେଦନ ଅବଧି । ବନ୍ୟା ପରିସ୍ଥିତିକୁ ନଜରରେ ରଖି ସମୟ ଅବଧିକୁ ବୃଦ୍ଧି କରାଯାଇଛି । ଆଗ୍ରହୀ ପରୀକ୍ଷାର୍ଥୀ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଗଷ୍ଟ 29 ରୁ ସେପ୍ଟେମ୍ବର ୨ ମଧ୍ୟରେ ପରୀକ୍ଷାର୍ଥୀ ଫି’ ଦାଖଲ କରିବେ। ସେପ୍ଟେମ୍ବର ୩ ରୁ ୫ ମଧ୍ୟରେ ଆନେକ୍ସ-୨, ଏସ୍‌ବି କଲେକ୍ଟ ରିସିପ୍ଟ ଆଦିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ ଛାତ୍ର ଛାତ୍ରୀ । ଜୋନ୍‌ କାର୍ଯ୍ୟାଳୟଗୁଡ଼ିକ ସେପ୍ଟେମ୍ବର 6 ସୁଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିବେ । ସେପଟେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର 13 ଓ 14 ରେ ଅନୁଷ୍ଠିତ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଯେଉଁ ଛାତ୍ରଛାତ୍ରୀଙ୍କ ମାର୍କିଂକୁ ନେଇ ଅସନ୍ତୋଷ ରହିଛି ସେମାନେ ପୁନଃ ଯାଞ୍ଚ ଲାଗି ଆବେଦନ କରିପାରିବେ । ସମସ୍ତ ବିଭାଗର ଛାତ୍ରଛାତ୍ରୀ ସେପ୍ଟେମ୍ବର 12 ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିବେ । ଏମପି(ମାଲ ପ୍ରାକ୍ଟିସ୍‌)ରେ ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ଲାଗୁ ହେବ ନାହିଁ । ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର 8 ରୁ 19 ମଧ୍ୟରେ ଅନ୍‌ଲାଇନ୍‌ରେ ଉତ୍ତର ଖାତାର ସ୍କାନ କପିର ଲିଙ୍କ ଯୋଗାଇ ଦିଆଯିବ । ଯଦି କୌଣସି ଛାତ୍ରଛାତ୍ରୀ ଉତ୍ତର ଖାତାର ସ୍କାନ୍‌ କପିର ଲିଙ୍କ୍‌ ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ 24 ତାରିଖ ସୁଦ୍ଧା ଏନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କୁ ଇ-ମେଲ୍‌ ମାଧ୍ୟମରେ ଯୋଗାଯୋଗ କରିପାରିବେ । coechserecheck@gmail.com ଜରିଆରେ ଛାତ୍ରଛାତ୍ରୀମାନେ ନିଜର ଅସୁବିଧାକୁ ଜଣାଇପାରିବେ । ଏହା କେବଳ 15 ଦିନ ମଧ୍ୟରେ ଇ ମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଧାର୍ଯ୍ୟ ସମୟ ପରେ ପୁନଃ ଯାଞ୍ଚ ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ସୁଯୋଗ ମିଳିବ ନାହିଁ । ପ୍ରତି ବିଷୟର ପୁନଃଯାଞ୍ଚ ଲାଗି ଛାତ୍ରଛାତ୍ରୀଙ୍କୁ 200 ଟଙ୍କା ଲେଖା‌ଏଁ ଦେବାକୁ ପଡ଼ିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରି‌ଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.