ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ଲାଗି CHSEର ପ୍ରସ୍ତୁତି, 14ରୁ ଫର୍ମ ପୂରଣ

author img

By

Published : Nov 7, 2022, 10:39 AM IST

ଯୁକ୍ତ ଦୁଇ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା 14 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ପରୀକ୍ଷା ଲାଗି CHSE ପ୍ରସ୍ତୁତି
ଯୁକ୍ତ ଦୁଇ ପରୀକ୍ଷା ଲାଗି CHSE ପ୍ରସ୍ତୁତି

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଲାଗି CHSE ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା 14 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଆସନ୍ତା 14 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯୁକ୍ତ ଦୁଇ ପରୀକ୍ଷା ଲାଗି CHSE ପ୍ରସ୍ତୁତି, 14ରୁ ପର୍ମ ପୂରଣ

ନଭେମ୍ବର 14 ରୁ 19 ତାରିଖ ମଧ୍ୟରେ ବିନା ଜରିମାନାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । 21 ତାରିଖରୁ 23 ତାରିଖ ମଧ୍ୟରେ ଫି’ ଦାଖଲ କରିବେ । ନଭେମ୍ବର 21 ରୁ 26 ତାରିଖ ମଧ୍ୟରେ 100 ଟଙ୍କା ଜରିମାନା ଦେବେ । 28 ରୁ 30 ମଧ୍ୟରେ 450 ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପାରିବେ । ଫାଇନ ଦେଇ ଫର୍ମ ପୂରଣ କରିଥିବା ଛାତ୍ର ଛାତ୍ରୀମାନେ ଡିସେମ୍ବର 1 ରୁ 3 ତାରିଖ ମଧ୍ୟରେ ଫି’ ଦାଖଲ କରିବେ । ଏହା ସହ ପ୍ରାକ୍ଟିକାଲ ପେପର୍‌ ପିଛା 40 ଟଙ୍କା ଫି’ ଦେବାକୁ ହେବ ।

ଏହା ବି ପଢନ୍ତୁ: ଅର୍ଚ୍ଚନାଙ୍କୁ କ୍ୟାସ ଆକାରରେ ଆସୁଥିଲା ଟଙ୍କା, ଆକାଉଣ୍ଟରେ ATMରୁ ହେଉଥିଲା ଡିପୋଜିଟ୍

କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ । ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଏନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି । ଏଥିସହ ଫର୍ମ ପୂରଣ ନେଇ ଗାଇଡ୍‌ଲାଇନ୍‌ ବି ଜାରି ହୋଇଛି । ଆଜି ଅନଲାଇନ୍ ମାଧ୍ୟମରେ ପରୀକ୍ଷକ ତାଲିକା ପରିଷଦକୁ ଦିଆଯିବ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ କଲେଜକୁ ଆଡମିଟ୍‌ କାର୍ଡ ଦେବନାହିଁ ପରିଷଦ । ଏହାସହ କାର୍ଯ୍ୟାନୁଷ୍ଠାନ ଲାଗି ରିପୋର୍ଟ କରିବ CHSE ।

କୋଭିଡ୍‌ କାରଣରୁ ବିଗତ କିଛି ବର୍ଷ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ବାନପୂର୍ଣ୍ଣ ରହିଥିଲା । ତେବେ ଚଳିତ କୋରୋନାର ପ୍ରକୋପ କମ୍‌ ହୋଇସାରିଥିବାରୁ ଠିକ୍‌ ସମୟରେ ପରୀକ୍ଷା ପାଇଁ ଆଗୁଆ ପ୍ରସ୍ତୁତି କରୁଛି ବୋର୍ଡ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.