ETV Bharat / state

ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା, ଅନଲାଇନ-ଅଫଲାଇନରେ ହେଉଛି ମୂଲ୍ୟାୟନ - ଆରମ୍ଭ ହେଲା ଯୁକ୍ତ ଦୁଇ ମୂଲ୍ୟାଙ୍କନ ପକ୍ରିୟା

ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା । ଅନଲାଇନ-ଅଫଲାଇନରେ ମୂଲ୍ୟାୟନ ହେଉଥିବା ବେଳେ କଡାକଡି ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

plus two exam answer sheet evaluation
plus two exam answer sheet evaluation
author img

By

Published : Apr 10, 2023, 12:28 PM IST

Updated : Apr 10, 2023, 1:43 PM IST

plus two exam answer sheet evaluation

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ମୂଲ୍ୟାଙ୍କନ ପକ୍ରିୟା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ସାହିତ୍ୟ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଛି । ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ଏହି ମୂଲ୍ୟାଙ୍କନ ପକ୍ରିୟାରେ ୧୫ ହଜାର ମୂଲ୍ୟାଙ୍କନକାରୀ ସାମିଲ ହୋଇଛନ୍ତି ।

ଅନଲାଇନ-ଅଫଲାଇନରେ ଚାଲିଛି ଖାତା ଦେଖା: ଉଭୟ ଅନଲାଇନ ଓ ଅଫଲାଇନରେ ହେଉଛି ଖାତାଦେଖା । ଅଫଲାଇନରେ ମୂଲ୍ୟାଙ୍କନ ୨୨ଏପ୍ରିଲ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ୨୩ ତାରିଖରେ ଶେଷ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତାଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ’ ୪ ତାରିଖ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଛି । ଏଥିରେ ୩୯ଟି ଅନଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ। ଦ୍ବିତୀୟ ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମଇ ମାସ ଶେଷରେ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ଏହି ସମୟରେ ଆରମ୍ଭ ହେଲା ଖାତା ଦେଖା: ଅଫଲାଇନ୍ କେନ୍ଦ୍ର ଗୁଡ଼ିକରେ ସକାଳ ୧୦ଟାରୁ ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମାତ୍ର ଅନଲାଇନ୍ ଖାତାଦେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଦୁଇ ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ । ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି । ଅନଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବ । ଏହା ପରେ ୨ ଥର ପାଇଁ ମୂଲ୍ୟାଙ୍କନ କରାଯିବ ।

ଖରାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ସମସ୍ତ ବ୍ୟବସ୍ଥା କରାଯିବ । ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ମୂଲ୍ୟାଙ୍କନକାରୀ ନପହଞ୍ଚିଲେ କାରଣ ଦର୍ଶାଅ ସମନ୍ ଜାରି କରାଯିବା ନେଇ ନିର୍ଦ୍ଦେଶ ହୋଇଛି । ଅଧ୍ୟାପକ କିମ୍ବା ଅଧ୍ୟାପିକା ତଥା ପରୀକ୍ଷାକେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବାବେଳେ ସିସିଟିଭି ନଜରରେ ରହିବ ସମସ୍ତ ମୂଲ୍ୟାଙ୍କନ ଜୋନ ।

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୫ ତାରିଖରେ ସରିଥିଲା ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । କଳା ବିଭାଗରେ ୨ଲକ୍ଷ ୩୩ ହଜାର ୮୫୫, ବିଜ୍ଞାନ ବିଭାଗରେ ୯୩ ହଜାର ୮୯୪ , ବାଣିଜ୍ୟ ବିଭାଗରେ ୨୪ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୫ହଜାର ୮୬୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 10, 2023, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.