ETV Bharat / state

ସରକାରଙ୍କୁ ସିଟ୍ ଚିନ୍ତା, ୨୯ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

author img

By

Published : May 22, 2023, 9:00 PM IST

ମେ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ଚଳିତବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ପାସ୍ ଅଧିକ ଥିବାବେଳେ ପର୍ଯ୍ୟାପ୍ତ ସିଟ୍ ନଥିବାରୁ ସରକାରଙ୍କ ଚିନ୍ତା ବଢିଛି । ଅଧିକ ପଢନ୍ତୁ

ମେ ୨୯ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ସାମ୍ସ ପୋର୍ଟାଲ ମାଧ୍ୟମରେ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଚଳିତବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ପାସ୍ ଅଧିକ ରହିଛି। ସିବିଏସଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ରହିଥିବାବେଳେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪୦% ରହିଛି। ତେବେ ଦଶମ ଶ୍ରେଣୀ ପାସହାରକୁ ନେଇ ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଦ୍ବନ୍ଦ୍ବ ଥିବା ଜଣାପଡ଼ିଛି। ପ୍ରମୁଖ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟରେ ଆସନ ମିଳିବ କି ନାହିଁ, କେଉଁ ଶିକ୍ଷାନୁଷ୍ଠାନର କଟ ଅଫ୍ ନମ୍ବର କେତେ ରହିବ ତାହାକୁ ନେଇ ଅଙ୍କକଷା ଚାଲିଥିବାବେଳେ ଆଜି ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀଙ୍କ ମଧ୍ୟ ବୈଠକ ବସିଥିଲା। କିଭଳି ଯୁକ୍ତ ଦୁଇ ନାମଲେଖା ହେବ, ନାମ ଲେଖା ସମୟରେ କେଉଁ କେଉଁ ଦିଗକୁ ଅଧିକ ପ୍ରାଧାନ୍ୟ ଦିଆଯିବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ପିଲାମାନେ କିଭଳି ଭାବରେ ନିର୍ଭୁଲ ଭାବରେ ଆଡମିଶନ କରିବାପାରିବେ ସେଥିପାଇଁ ପ୍ରସ୍ତୁତ ଆରମ୍ଭ ହୋଇଛି । ଚଳିତ ବର୍ଷ ଅଧିକ ମାତ୍ରାରେ ପାସ ହାର ରହିଥିବାରୁ କଟ ଅଫ ମାର୍କକୁ ବାବଦରେ ମଧ୍ୟ ଆଲୋଚନା କରାଯାଇଛି ।

ସୂଚନା ଅନୁଯାୟୀ, ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ ହଜାର ୪୦୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୨୦୬୭ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଥିବାବେଳ ଯୁକ୍ତ ଦୁଇ ପାଇଁ ରହିଛି ମୋଟ ୫ ଲକ୍ଷ ୯ ହଜାର ଆସନ। ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି। ସେହିପରି ୩୦ଟି ସରକାରୀ ଡିପ୍ଲୋମା କଲେଜରେ ୧୦ ହଜାର ୯୧୭ଟି ଆସନ ଓ ବେସରକାରୀ ଡିପ୍ଲୋମାରେ ୫୩ ହଜାର ୪୦୦ ଆସନ ଅଛି। ଏହାସହ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ଧନ୍ଦାମୂଳକ ଶିକ୍ଷାପ୍ରତି ଆକର୍ଷିତ କରିବା ନିମନ୍ତେ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ପ୍ରୟାସ ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ ।

ଅପରପକ୍ଷେ, ମାଟ୍ରିକ ପରେ ପିଲାଙ୍କ ନାମଲେଖା ପାଇଁ ସରକାରୀ ଓ ଘରୋଇ ଆଇଟିଆଇର ୯୫ ହଜାର ୪୪୨ଟି ଆସନକୁ ମିଶାଇ ମୋଟ୍ ୬ ଲକ୍ଷ ୫୯ ହଜାର ୧୦୫ଟି ସିଟ ଉପଲବ୍ଧ ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କେତେ ଯୁକ୍ତ ଦୁଇ ମହାବିଦ୍ୟାଳୟ ରହିଛି ଏବଂ ସମ୍ପୃକ୍ତ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି କିପରି ରହିଛି, ତାହାର ଯାଞ୍ଚ କରାଯିବ। ଭିତ୍ତିଭୂମି ଯଦି ଠିକ ରହିଥାଏ ତେବେ ଆସନ ସଂଖ୍ୟା ବୃଦ୍ଧି କରାଯିବ। ପୂର୍ବରୁ ମଧ୍ୟ ପାସ୍ ହାର ତୁଳନାରେ ଆସନ କମ ରହିଥିବାରୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ୧୦% ରୁ ୨୦% ପର୍ଯ୍ୟନ୍ତ ଆସନ ବୃଦ୍ଧି କରାଯାଇଥିଲା ।

ସେହିପରି ଚଳିତବର୍ଷ ମଧ୍ୟ ଆସନ ବୃଦ୍ଧି କରାଯିବାର ସମ୍ଭାବନା ରହିଥିବା କୁହାଯାଉଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୫ଟି କନିଷ୍ଠ ମହାବିଦ୍ୟାଳୟ ରହିଥିବାବେଳେ ବାଲେଶ୍ବରରେ ୧୪୮ଟି, ଯାଜପୁରରେ ୧୦୯ଟି, ମୟୂରଭଞ୍ଜରେ ୧୨୮ଟି, କଟକରେ ୧୨୭ଟି ଓ ଗଞ୍ଜାମରେ ୧୩୦ଟି ରହିଛି। ସର୍ବନିମ୍ନ ମହାବିଦ୍ୟାଳୟ ଥିବା ଜିଲ୍ଲା ମଧ୍ୟରେ ବୌଦ୍ଧରେ ୨୦ଟି ରହିଥିବାବେଳେ ଦେବଗଡ଼ରେ ୧୮ଟି, ଗଜପତିରେ ୨୯, ଝାରସୁଗୁଡ଼ାରେ ୨୪, କନ୍ଧମାଳରେ ୩୭, କୋରାପୁଟରେ ୪୯, ମାଲକାନଗିରିରେ ୨୦, ନବରଙ୍ଗପୁରରେ ୩୫, ନୂଆପଡ଼ାରେ ୨୮, ରାୟଗଡ଼ାରେ ୪୨ ଏବଂ ସୋନପୁରରେ ୪୧ଟି ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.