ETV Bharat / state

ହ୍ୱିଲ ଚେୟାର‌ରେ ବସି ଗଞ୍ଜେଇ ବିକୁଥିଲେ ଦିବ୍ୟାଙ୍ଗ ମହିଳା, ମାଷ୍ଟରମାଇଣ୍ଡ ସହ ମହିଳା ଗିରଫ - ଗଞ୍ଜେଇ ବିକୁଥିଲେ ଦିବ୍ୟାଙ୍ଗ ମହିଳା

ହ୍ୱିଲ ଚେୟାର‌ରେ ବସି ଗଞ୍ଜେଇ ବିକୁଥିଲେ ଦିବ୍ୟାଙ୍ଗ ମହିଳା । ଖବରପାଇ ମାଷ୍ଟରମାଇଣ୍ଡ ସହ ଦିବ୍ୟାଙ୍ଗ ମହିଳାଙ୍କୁ ଗିରଫ କରିଲା ପୋଲିସ । ଅଧିକ ପଢନ୍ତୁ

cannabis smuggling
cannabis smuggling
author img

By

Published : Mar 13, 2023, 11:07 AM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ନିଶା କାରବାର ମାମଲା । ପୋଲିସ ଯେତେ ସଜାଗ ହେଉଛି ବ୍ୟବସାୟୀ ସେତିକି ଚାଲାକି କରି ପନ୍ଥା ଆପଣାଉଛନ୍ତି । ଏଭଳି ଏକ ଖବର ଭୁବନେଶ୍ବର ମୈତ୍ରିବିହାର ଅଞ୍ଚଳରୁ ସାମ୍ନାକୁ ଆସିଛି । ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ତାଙ୍କ ସହଯୋଗୀକୁ ଗିରଫ କରିଛି ପୋଲିସ । ଏହାସହ ତାଙ୍କ ନିକଟରୁ ୧୦କେଜି ୧୦୦ଗ୍ରାମର‌ ଗଞ୍ଜେଇ ସହ ୧୩ ହଜାର‌ ଟଙ୍କା ଜବତ କରିଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ‌ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ଦିର୍ଘଦିନ‌ ହେବ ମୈତ୍ରିବିହାର ଅଞ୍ଚଳରେ ବିଡ଼ିଏ ଚନ୍ଦ୍ରଶେଖରପୁର ଓ ନୀଳମାଧବ ବସ୍ତି ଅଞ୍ଚଳରେ ମହିଳା ଜଣକ ବୁଲି ବୁଲି ଗଞ୍ଜେଇ ବିକ୍ରି କରୁଥିଲେ । ମହିଳାଜଣକ ଦିବ୍ୟାଙ୍ଗ ହୋଇଥିବାରୁ ହ୍ବିଲ ଚେୟାରରେ ଗଞ୍ଜେଇ ବିକ୍ରି କରୁଥିଲେ । କନ୍ଧମାଳ ଅଞ୍ଚଳରୁ ମଧ୍ୟ ନିଜର‌ ସହଯୋଗୀ ଜରିଆରେ ଗଞ୍ଜେଇ ଆଣି ଏପରି ପୁଡିଆ କରି ବିକ୍ରି କରୁଥିଲେ। ଏଥିରେ ମହିଳାଙ୍କ ମୁଖ୍ୟ ସହଯୋଗକାରୀ ଥିଲେ ମାଷ୍ଟରମାଇଣ୍ଡ । ତେବେ ଦିବ୍ୟାଙ୍ଗ ମହିଳା ଯୋଗୁଁ ପୋଲିସ ନଜରରୁ ହଟିବା ସହ‌ ବିନା ଅବାଧରେ ବୁଲି ବୁଲି ଗଞ୍ଜେଇ ବିକ୍ରି କରୁଥିଲେ । ଏନେଇ କିଛି ଦିନ‌ ଧରି ପୋଲିସକୁ ଖବର ମିଳିଥିଲା । ଏହାପରେ ଦିବ୍ୟାଙ୍ଗ ମହିଳାଙ୍କୁ ରେଡହେଣ୍ଡରେ ଧରିବାକୁ ଯୋଜନା କରିଥିଲା ପୋଲିସ ।

ଏନେଇ କୁଇକ ଆକ୍ସନ ଟିମ୍ ଏମାନଙ୍କୁ ଗଞ୍ଜେଇ ଯୋଗାଉଥିବା ସପ୍ଲାୟର ଓ ରୁଟ ଜାଣିବାକୁ ପାଇଥିଲା । ସହଯୋଗୀ ଜରିଆରେ ଗଞ୍ଜେଇ ଆଣି ତାକୁ ପୁଡିଆ କରୁଥିଲା। ପୁଡିଆ ପିଛା ୧୦୦ରୁ ୨୦୦ଟଙ୍କାରେ ବିକ୍ରି କରୁଥିଲା। ଏନେଇ ନିଶାଡି ଓ ଯୁବପିଢି ପହଞ୍ଚି ମହିଳାଙ୍କ ପାଖରୁ ଗଞ୍ଜେଇ ପୁଡିଆ ନେଉଥିଲେ । ନିଜେ ଗଞ୍ଜେଇ କାରବାର କରି ଏଭଳି ନିଜର ଏକ ସାମ୍ରାଜ୍ୟ ଗଢିଥିଲେ । ମୈତ୍ରିବିହାରରେ ବେଶ ଜଣାଶୁଣା ଭାବେ ଗଞ୍ଜେଇ ବିକ୍ରି କରୁଥିବା ସୂଚନା ପାଇ ରେଡହାଣ୍ଡରେ ଧରିଥିଲା ପୋଲିସ । ଏନେଇ‌ କଟକ ତିଗିରିଆର ନିଳୀମା ସାହୁଙ୍କ ସହ ବାଙ୍କିର ଗୁରୁପ୍ରସାଦ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କେବଳ ମୈତ୍ରିବିହାର ନୁହେଁ ଭରତପୁର ଥାନା ଅଞ୍ଚଳରୁ ମଧ୍ୟ ୬ କେଜି‌ ଗଞ୍ଜେଇ ଜବତ କରିଛି ପୋଲିସ । ବିଗତ କିଛି ଦିନ ଧରି ଗଞ୍ଜେଇ କାରବାର ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି । ଯାହାକୁ ନେଇ ବିଭିନ୍ନ ଥାନା ଅଞ୍ଚଳରୁ ଗଞ୍ଜେଇ‌ ଜବତ କରିବା ସହ ବେପାରୀ ବା ସପ୍ଲାୟର ଗିରଫ କରୁଛି କମିଶନରେଟ ପୋଲିସ । ଏନେଇ କିଛି ଦିନ ତଳେ ମଧ୍ୟ ୩ଟି କାର ବିଭିନ୍ନ ଥାନା ଅଞ୍ଚଳରୁ ଜବତ କରାଯାଇଥିଲା । ଯେଉଁଥିରେ‌ ବିପୁଳ ପରିମାଣର ଗଞ୍ଜେଇ କାରବାର ସାମ୍ନାକୁ ଆସିଥିଲା । ଏନେଇ‌ ପୋଲିସ ଗଞ୍ଜେଇ‌ କାରବାର ନେଇ ଏକ ଡ୍ରାଇଭ୍ ଜାରି ରଖିଥିଲା । ଗଞ୍ଜେଇ ଚାଲାଣ ନେଇ ପୋଲିସ ବିଭିନ୍ନ ଦିଗରେ ଡ୍ରାଇଭ୍ ଜାରି ରଖିଛି । ଏନେଇ ଇଣ୍ଟେଲିଜେନସ ଆଧାରରେ ଚାଲାଣ କାରୀଙ୍କ ଉପରେ ନଜର ରଖାଯାଇଥିବା ନେଇ ଭୁବନେଶ୍ୱର ଡିସିପି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.