ETV Bharat / state

ପରୀକ୍ଷା ସ୍ଵଚ୍ଛତାକୁ ନେଇ ପ୍ରଶ୍ନବାଚୀ, ରମାଦେବୀରେ ପରୀକ୍ଷାର୍ଥୀ ସାଜିଛନ୍ତି ଉପ-ପରୀକ୍ଷା ନିୟନ୍ତ୍ରକ

author img

By

Published : Jul 22, 2023, 10:05 AM IST

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପିଏଚଡି ଛାତ୍ରଙ୍କୁ ଉପ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବ । ନିଜେ ପରୀକ୍ଷାର୍ଥୀ ସାଜିଛନ୍ତି ପରୀକ୍ଷା ନିୟନ୍ତ୍ରକ । ଅଧିକ ପଢନ୍ତୁ

Ramadevi Womens University
Ramadevi Womens University
Ramadevi Womens University

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପରୀକ୍ଷା ସ୍ଵଚ୍ଛତାରେ ପ୍ରଶ୍ନବାଚୀ । ଉପ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବରେ ରହିଛନ୍ତି ପିଏଚଡି ଛାତ୍ର । ନିଜେ ପାଠ ପଢୁଛନ୍ତି ଓ ପରୀକ୍ଷାର୍ଥୀ ସାଜିଛନ୍ତି, ଏଥିସହ ପରୀକ୍ଷା ନିୟନ୍ତ୍ରକ ମଧ୍ୟ ରହିଛନ୍ତି । ଯିଏ ପରୀକ୍ଷା ଦେଉଛନ୍ତି ସିଏ ପ୍ରଶ୍ନପତ୍ର ମଧ୍ୟ ତିଆରି କରୁଛନ୍ତି । ଯାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ପରୀକ୍ଷା ନିୟନ୍ତ୍ରକ ଥିବା ଅଧ୍ୟାପକ ହେଉଛନ୍ତି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଜେଣ୍ଡର ଷ୍ଟଡିଜ ବିଭାଗରେ ପିଏଚଡ଼ି କରୁଥିବା ସୁପ୍ରିତ ପାଣିଗ୍ରାହୀ । ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଅନୁମୋଦନ କରାଯାଇ ପିଏଚ୍‌ଡି କରିବାର ଅନୁମତି ଦିଆଯାଇଛି ସୁପ୍ରିତଙ୍କୁ ।

ସୁପ୍ରୀତ ପାଣିଗ୍ରାହୀ ଜଣେ ସ୍ଥାୟୀ ଅଧ୍ୟାପକ । ତାଙ୍କର କ୍ୟାରିୟର ଉନ୍ନତି ପାଇଁ ପିଏଚ୍‌ଡି କରିବାକୁ ତାଙ୍କୁ ଏହି ମହିଳା ବିଶ୍ବବିଦ୍ୟାଳୟରେ ଅନୁମତି ଦିଆଯାଇଛି । ବର୍ତ୍ତମାନ ସମୟରେ ପରୀକ୍ଷା ଚାଲିଥିବା ବେଳେ ସୁପ୍ରିତଙ୍କୁ ଉପ ପରୀକ୍ଷା ନିୟନ୍ତ୍ରକ କରାଯାଇଛି । ଯାହା ବିଶ୍ଵବିଦ୍ୟାଳୟର ପରୀକ୍ଷା ସ୍ଵଚ୍ଛତାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏନେଇ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର କର୍ତ୍ତୃପକ୍ଷ କହିଛନ୍ତି ଯେ, ପୁରୁଷ ଅଧ୍ୟାପକଙ୍କୁ ପିଏଚ୍‌ଡି ଅନୁମତି ଦେଇ ଓଡ଼ିଶା ଗେଜେଟ ଅଧିକାର ଭଙ୍ଗ ହୋଇନାହିଁ । ଏହା ସହ ମହିଳା ଛାତ୍ରୀଙ୍କର ମଧ୍ୟ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ ।

ଉପ ପରୀକ୍ଷା ନିୟନ୍ତ୍ରକ ପଦବୀକୁ ନେଇ ବିଶ୍ବବିଦ୍ୟାଳୟ ସଫେଇ ଦେଇଛି । ଉପ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ଵରେ ୪ ଜଣ ରହିଛନ୍ତି। ସୁପ୍ରୀତିଙ୍କ ଏଥିରେ କୌଣସି ଭୂମିକା ନାହିଁ । ପିଏଚ୍‌ଡି ପାଠ୍ୟକ୍ରମର ଦାୟିତ୍ଵ କେବଳ ପରୀକ୍ଷା ନିୟନ୍ତ୍ରକଙ୍କ ଅଧୀନରେ ରହିଛି । ଏପଟେ ସୁପ୍ରୀତି କହିଛନ୍ତି ଯେ, ଯାହା ସବୁ ଆବଶ୍ୟକ ତାହା ମୁଁ ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଦେଇଛି। ଏହା ଉପରେ କିଛି ନ କହିବାକୁ ମନା କରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିବେ ପୁରୁଷ

ସୂଚନା ଅନୁଯାୟୀ, ରମାଦେବୀ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍ ବୈଠକରେ ଅନୁମୋଦନ ମିଳିଛି ଯେ, ବିଶ୍ଵବିଦ୍ୟାଳୟର ସ୍ଥାୟୀ ଭାବେ ନିଯୁକ୍ତ ପୁରୁଷ ଅଧ୍ୟାପକ ମାନେ ପିଏଚଡିରେ ଆଡ଼ମିଶନ କରିପାରିବେ । ସିଣ୍ଡିକେଟ ବୈଠକରେ ଅନୁମୋଦନ ପରେ ସଙ୍ଗେ ସଙ୍ଗେ ଜେଣ୍ଡର ଷ୍ଟଡି ବିଭାଗର ଅଧ୍ୟାପକ ସୁପ୍ରିତ ପାଣିଗ୍ରାହୀଙ୍କୁ ପିଏଚଡି କରିବା ପାଇଁ ଚୟନ କରାଯାଇଥିଲା । ମହିଳା ବିଶ୍ଵବିଦ୍ୟାଳୟରେ ପୁରୁଷ ମାନେ ଯଦି ପିଏଚଡ଼ି କରିବେ ତେବେ ଏହା ଦ୍ବାରା ମହିଳାଙ୍କ ସିଟ ଯଥେଷ୍ଟ କମିବ ବୋଲି ପ୍ରଶ୍ନ ଉଠିଛି । ଅନ୍ୟପଟେ ବିଶ୍ଵବିଦ୍ୟାଳୟର ପୁରୁଷ ଅଧ୍ୟାପକ ରମାଦେବୀରେ ପିଏଚଡି କଲେ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ କେତେ ସ୍ବଚ୍ଛତା ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ରମାଦେବୀ ବିଶ୍ୱବିଦ୍ୟାଳୟର ସ୍ନାତକ ସ୍ତରରେ 23ଟି, ସ୍ନାତକୋତ୍ତର ସ୍ତରରେ 13ଟି ଓ ପିଏଚଡ଼ି ସ୍ତରରେ 10 ଟି ବିଭାଗ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.