ETV Bharat / state

ଖାଲିପଡ଼ିିଲା ପିଜି ସିଟ୍, ନଭେମ୍ବର 1 ରୁ ନାମଲେଖା ପାଇଁ ଆବେଦନ - ପିଜିରେ ଖାଲିଥିବା ସିଟରେ ହେବ ନାମଲେଖା

ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପିଜିରେ ଖାଲିଥିବା ସିଟ୍‌ରେ ହେବ ନାମଲେଖା । ଆସନ୍ତା 1 ତାରିଖରୁ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଖାଲିପଡ଼ିିଲା ପିଜି ସିଟ୍, 1 ରୁ ନାମଲେଖା ପାଇଁ ଆବେଦନ

author img

By

Published : Oct 30, 2022, 7:05 AM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପିଜିରେ ଖାଲିଥିବା ସିଟରେ ହେବ ନାମଲେଖା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ନଭେମ୍ବର 1 ତାରିଖରୁ 3 ତାରିଖ ମଧ୍ୟ ରେ ସାମ୍ସ ପୋର୍ଟାଲରେ ଆବେଦନ ପତ୍ର ସଂଶୋଧନ କରିବା ସହ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଏନେଇ 5 ତାରିଖରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ 21ତାରିଖ ମଧ୍ୟରେ ସମସ୍ତ ନାମଲେଖା ପର୍ଯ୍ୟାୟ ଶେଷ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସୂଚନା ଅନୁଯାୟୀ, 73ଟି ଶିକ୍ଷାନୁଷ୍ଠାନର 15 ହଜାର 709 ସିଟ୍‌ରେ ନାମଲେଖା ଲାଗି 56 ହଜାର 80 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେପ୍ଟେମ୍ବର 16 ଏବଂ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହୋଇଥିଲା । 19 ତାରିଖ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କୁ ସ୍ଲାଇଡ୍‍ ଅପ୍‍ ପାଇଁ ସୁଯୋଗ ଦିଆଯାଇଥିଲା । ସେହିପରି ସେପ୍ଟେମ୍ବର 23 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇଥିଲା । 25 ତାରିଖ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ, ସେପ୍ଟେମ୍ବର ଶେଷ ସୁଦ୍ଧା ସିଟ୍‍ ଖାଲି ଥିବା ସମ୍ପର୍କରେ ସାମ୍ସ ୱେବସାଇଟରେ ତଥ୍ୟ ଅପଲୋଡ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.