ETV Bharat / state

୭୦ଟି ଯୁକ୍ତ ଦୁଇ ରେସିଡେନ୍ସିଆଲ ସ୍କୁଲ ଖୋଲିବାକୁ ଅନୁମତି

ରାଜ୍ୟରେ ୨୦୬୫ ଟି ଯୁକ୍ତ ଦୁଇ ଜୁନିୟର କଲେଜ ରହିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ୭୦ଟି ରେସିଡେନ୍ସିଆଲ ବା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୯ ଟି ସ୍କୁଲ କୁ ଅନୁମତି ଦିଆଯାଇଛି। ଅଧିକ ପଢନ୍ତୁ

author img

By

Published : Jun 15, 2023, 10:33 PM IST

୭୦ ଟି ଯୁକ୍ତ ଦୁଇ ରେସିଡେନ୍ସିଆଲ ସ୍କୁଲ ଖୋଲିବାକୁ ଅନୁମତି

ଭୁବନେଶ୍ବର: ରାଜ୍ୟରେ ୨୦୬୫ ଟି ଯୁକ୍ତ ଦୁଇ ଜୁନିୟର କଲେଜ ରହିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ୭୦ଟି ରେସିଡେନ୍ସିଆଲ ବା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୯ ଟି ସ୍କୁଲ କୁ ଅନୁମତି ଦିଆଯାଇଛି।

ଏହାକୁ ଅନେକ ଶିକ୍ଷାବିତ ସମାଲୋଚନା କରିଛନ୍ତି। ରାଜ୍ୟରେ ଥିବା ସରକାରୀ ତଥା ଅନୁଦାନ ପ୍ରାପ୍ତ ଜୁନିୟର କଲେଜ ରେ ସିଟ ବୃଦ୍ଧି ନକରି ରେସିଡେନ୍ସିଆଲ ଖୋଲିବାକୁ ଗଣଶିକ୍ଷା ବିଭାଗର ନିଷ୍ପତିକୁ ଅନେକ ଶିକ୍ଷାବିତ ସମାଲୋଚନା କରିଛନ୍ତି।

ରାଜ୍ୟରେ ବିଜେବି କଲେଜ, ରେଭେନ୍ସା କଲେଜ, ରମାଦେବୀ କଲେଜ, ବେସିକସାଇନ୍ସ କଲେଜ, ପୁରୀର ଏସସିଏସ କଲେଜ, ଏସଭିଏମ କଲେଜ ଭଳି ପ୍ରତିଷ୍ଠିତ ସରକାରୀ ଏବଂ ଅନେକ ଅନୁଦାନପ୍ରାପ୍ତ ଜୁନିୟର କଲେଜ ରହିଛି । ଯେଉଁଠି ଛାତ୍ରଛାତ୍ରୀଙ୍କ ଚାହିଦା ସବୁ ସମୟରେ ମଧ୍ୟ ଅଧିକ ରହିଥାଏ। ବିଶେଷକରି ଏହି ଭଳି ସବୁ କଲେଜରେ ପିଲାମାନେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ପ୍ରତିବର୍ଷ ଏହି ସମସ୍ତ କଲେଜରେ ସିଟ ପୂରଣ ହୋଇଯାଉ ଥିବାରୁ ଅନେକ ଛାତ୍ରଛାତ୍ରୀ ନାମଲେଖାଇବାରୁ ବଞ୍ଚିତ ମଧ୍ୟ ହୋଇଥାନ୍ତି। ଏହାବ୍ୟତୀତ ଅନେକ ରେସିଡେନ୍ସିଆଲ ବା ଆବାସିକ କଲେଜ ରହିଛି।

ମିଳିଥିବା ସୂଚନା ଅନୁସାରେ ଅନୁଗୁଳରେ ୯ଟି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଅନୁମତି ମିଳିଥିବା ବେଳେ ବରଗଡ଼ରେ ୩ଟି, ଭଦ୍ରକରେ ୫ଟି, ବଲାଙ୍ଗିରରେ ୬ଟି, ବୌଦ୍ଧରେ ୩ଟି, ଢେଙ୍କାନାଳରେ ୪ଟି, ଝାରସୁଗୁଡାରେ ୨ଟି, କଳାହାଣ୍ଡିରେ ୫ଟି, କେନ୍ଦୁଝରରେ ୫ଟି, କୋରାପୁଟରେ ୩ଟି, ମାଲକାନଗିରିରେ ୨ଟି, ମୟୂରଭଞ୍ଜରେ ୩ଟି, ନବରଙ୍ଗପୁରରେ ୪ଟି, ରାୟଗଡ଼ାରେ ୮ଟି ଏବଂ ସୋନପୁରରେ ୮ଟି ନୂଆ ଆବାସିକ ଉଚ୍ଚ ମାଧ୍ୟମିକ ଖୋଲିବାକୁ ଅନୁମତି ମିଳିଛି। ତେବେ ଯେଉଁ ସବୁ ଆବାସିକ ଉଚ୍ଚ ମାଧ୍ୟମିକ ଖୋଲିବାକୁ କର୍ତ୍ତୃପକ୍ଷ ଆବେଦନ କରିଥିଲେ ସମ୍ପୃକ୍ତ ଅନୁଷ୍ଠାନରେ ପ୍ରାକ୍ଟିକାଲ କ୍ଲାସ ଲାଗି କିପରି ବ୍ୟବସ୍ଥା ରହିଛି, ପାଠପଢ଼ା ଲାଗି ଆବଶ୍ୟକୀୟ ବ୍ୟବସ୍ଥା ରହିଛି କି ନାହିଁ, କେତେ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି, ପାଠାଗାର ବ୍ୟବସ୍ଥା ରହିଛି କି ନାହିଁ ସେ ସବୁର ଯାଞ୍ଚ ନକରି ତରବରିଆ ଭାବେ କାହିଁକି ଅନୁମତି ଦିଆଗଲା ତାହାର ଯାଞ୍ଚ କରିବାକୁ ସବୁ ସ୍ତରରେ ଦାବି କରାଯାଇଛି।

ସେହିପରି ଯେଉଁ ସବୁ ନୂଆ ଶିକ୍ଷାନୁଷ୍ଠାନକୁ ଅନୁମତି ମିଳିଲା ସେ ସମସ୍ତ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ୧୦ ବର୍ଷ ଲାଗି ୨୦ ଲକ୍ଷ କିମ୍ବା ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିଲେ ୧୦ ଲକ୍ଷ ଟଙ୍କା ଫିକ୍ସଡ ଡିପୋଜିଟ କରିବା ସହ କଲେଜ ନାମରେ କରେଣ୍ଟ ଆକାଉଣ୍ଟରେ ୮ ଲକ୍ଷ ଟଙ୍କା କିମ୍ବା ଆଦିବାସୀ ଅଧୁସିତ ଅଞ୍ଚଳ ପାଇଁ ୪ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.