ETV Bharat / state

ଖଣି ଖନନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଲୋକ - ଦକ୍ଷିଣେଶ୍ୱର ମୌଜା ମାଙ୍କଡ଼ା ପଥର ଖନନକୁ ବିରୋଧ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକର ଦକ୍ଷିଣେଶ୍ୱର ମୌଜାରେ ଚାଲିଛି ମାଙ୍କଡ଼ା ପଥର ଖନନ । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଖଣି ଖନନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଲୋକ

author img

By

Published : Apr 28, 2022, 9:33 PM IST

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ବ୍ଳକର ଦକ୍ଷିଣେଶ୍ୱର ମୌଜାରେ ଚାଲିଛି ମାଙ୍କଡ଼ା ପଥର ଖନନ । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଦକ୍ଷିଣେଶ୍ୱର ମୌଜାରେ ଚାଲିଥିବା ମାଙ୍କଡ଼ା ପଥର ଖନନକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ମାତ୍ର ଖନନ କରୁଥିବା ମାଫିଆମାନେ ମୂଲ୍ୟବାନ ଗଛ କାଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଖଣି ଖନନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଲୋକ

ସେହି ଜଙ୍ଗଲରୁ ଆଦିବାସୀ ସମ୍ପ୍ରଦାୟ ଲୋକମାନେ ବିଭିନ୍ନ ଫଳ ପାଇବା ସହିତ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ମାଫିଆ ମାନେ ଅନୁମତି ମିଳିଥିବା ସ୍ଥାନ ଖାେଳିବା ସହିତ ଜଙ୍ଗଲର ଗଛ କାଟି ମାଙ୍କଡ଼ା ପଥର ଚାଲାଣ କରୁଛନ୍ତି । ଏହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଶହ ଶହ ଅଧିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଯଦି ଅଗାମୀ ଦିନରେ ଏହା ଉପରେ ରୋକ ଲଗାନଯାଏ, ତେବେ ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.